Below header

ସୁଦାନରେ ‘ଅପରେସନ କାବେରୀ’ ଜୋରଦାର, ୫୦୦ରୁ ଅଧିକ ଭାରତୀୟଙ୍କୁ ଉଦ୍ଧାର

ପଞ୍ଚମ ପର୍ଯ୍ୟାୟରେ ସୁଦାନରୁ ଆସିଛନ୍ତି ୨୯୭ ଭାରତୀୟ । ସୁଦାନ ପୋର୍ଟରୁ INS ତେଜ୍‌ରେ ଫେରୁଛନ୍ତି ଭାରତୀୟ । ଉଭୟ ଜଳପଥ ଓ ଆକାଶପଥରେ ଯୁଦ୍ଧଗ୍ରସ୍ତ ସୁଦାନରୁ ଭାରତୀୟଙ୍କ ଉଦ୍ଧାର କରାଯାଇଛି ।

ନୂଆଦିଲ୍ଲୀ : ପଞ୍ଚମ ପର୍ଯ୍ୟାୟରେ ସୁଦାନରୁ ଆସିଛନ୍ତି ୨୯୭ ଭାରତୀୟ । ସୁଦାନ ପୋର୍ଟରୁ INS ତେଜ୍‌ରେ ଫେରୁଛନ୍ତି ଭାରତୀୟ । ଉଭୟ ଜଳପଥ ଓ ଆକାଶପଥରେ ଯୁଦ୍ଧଗ୍ରସ୍ତ ସୁଦାନରୁ ଭାରତୀୟଙ୍କ ଉଦ୍ଧାର କରାଯାଇଛି । ଏହା ପୂର୍ବରୁ ୩ୟ ପର୍ଯ୍ୟାୟରେ ସୁଦାନରେ ଫସିଥିବା ୧୩୫ ଭାରତୀୟ ଉଦ୍ଧାର ହୋଇଛନ୍ତି। ସେମାନଙ୍କୁ ସୁଦାନ ପୋର୍ଟରୁ ସାଉଦି ଆରବର ଜେଦାହକୁ ଅଣାଯାଇଛି। ପ୍ରଥମ ପର୍ଯ୍ୟାୟରେ ୨୭୮, ୨ୟ ପର୍ଯ୍ୟାୟରେ ୧୪୮ ଓ ତୃତୀୟ ପର୍ଯ୍ୟାୟରେ ୧୩୫ ଭାରତୀୟଙ୍କୁ ଉଦ୍ଧାର କରାଯାଇଛି। ବର୍ତ୍ତମାନ ସୁଦ୍ଧା ୫୦୦ରୁ ଅଧିକ ଭାରତୀୟଙ୍କୁ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି ଗତକାଲି ଜେଦହା ଏୟାରପୋର୍ଟରେ ପହଞ୍ଚିବା ପରେ ଭାରତୀୟଙ୍କୁ ସ୍ୱାଗତ କରିଥିଲେ କେନ୍ଦ୍ର ରାଷ୍ଟ୍ର ବୈଦେଶିକ ମନ୍ତ୍ରୀ ଭି ମୁରଲିଧରନ ।

ସୁଦାନରେ ଗୃହ ଯୁଦ୍ଧ ପରେ ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି ହୋଇଛି । ବିଭିନ୍ନ ଦେଶ ନିଜ ନିଜର ନାଗରିକଙ୍କୁ ଫେରାଇ ନେଉଛନ୍ତି । ଅପରେସନ ‘କାବେରୀ’ ଜରିଆରେ ବିମାନ ଓ ଜଳ ପଥରେ ନାଗରିକଙ୍କୁ ଅଣାଯାଉଛି । ବ୍ୟାପକ ହିଂସା ଯୋଗୁ ସୁଦାନରେ ପ୍ରାୟ ୪ ହଜାର ଭାରତୀୟ ଫସି ରହିଛନ୍ତି। ସେପଟେ ସୁଦାନରେ ଥିବା ଭାରତୀୟଙ୍କ ସୁରକ୍ଷିତ ଉଦ୍ଧାର ଶିବିରରେ ପହଞ୍ଚିବା ଓ ସେଠାରେ ଆବଶ୍ୟକ ସୁବିଧା ଯୋଗାଇଦେବା ନେଇ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଘନଘନ ସମୀକ୍ଷା କରାଯାଉଛି । ସୁଦାନର ରାଜଧାନୀ ଖାର୍ତୁମରେ ଗୃହ ଯୁଦ୍ଧ ଯୋଗୁ ହିଂସା ଲାଗି ରହିଛି । ତେଣୁ ଲୋକଙ୍କୁ ଆବଶ୍ୟକ ମୌଳିକ ସୁବିଧା ମିଳିପାରୁନି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.