Below header

ପ୍ରେମ ପାଇଁ ସୀମା ପାର କରିଥିବା ସୀମା ହାଇଦରଙ୍କ ସ୍ୱାମୀଙ୍କ ଆକୁଳ ନିବେଦନ : ‘ମୋ ପତ୍ନୀଙ୍କୁ ଫେରାଇ ଦିଅ’

ପତ୍ନୀଙ୍କୁ ଫେରାଇଦେବା ପାଇଁ ପତିଙ୍କ ଅପିଲ୍‌ । ପ୍ରେମ ପାଇଁ ସୀମା ପାର କରିଥିବା ସୀମା ହାଇଦରଙ୍କ ସ୍ୱାମୀଙ୍କ ଆକୁଳ ନିବେଦନ । ସ୍ତ୍ରୀ ପିଲାଛୁଆଙ୍କ ୁ ଫେରାଇ ଦେବା ପାଇଁ ଭାରତ ସରକାରଙ୍କୁ ଅପିଲ କରିଛନ୍ତି ସୀମାଙ୍କ ସ୍ୱାମୀ ଗୁଲାମ ହାଇଦର । ସାଉଦିଆରବରୁ ଦେଇଛନ୍ତି ହୃଦୟସ୍ପର୍ଶୀ ଭିଡିଓ ବାର୍ତ୍ତା ।

ଇସଲାମବାଦ : ପତ୍ନୀଙ୍କୁ ଫେରାଇଦେବା ପାଇଁ ପତିଙ୍କ ଅପିଲ୍‌ । ପ୍ରେମ ପାଇଁ ସୀମା ପାର କରିଥିବା ସୀମା ହାଇଦରଙ୍କ ସ୍ୱାମୀଙ୍କ ଆକୁଳ ନିବେଦନ । ସ୍ତ୍ରୀ ପିଲାଛୁଆଙ୍କ ୁ ଫେରାଇ ଦେବା ପାଇଁ ଭାରତ ସରକାରଙ୍କୁ ଅପିଲ କରିଛନ୍ତି ସୀମାଙ୍କ ସ୍ୱାମୀ ଗୁଲାମ ହାଇଦର । ସାଉଦିଆରବରୁ ଦେଇଛନ୍ତି ହୃଦୟସ୍ପର୍ଶୀ ଭିଡିଓ ବାର୍ତ୍ତା ।

କହିଛନ୍ତି ଏ ଘଟଣା ତାଙ୍କୁ ମାନସିକ ସ୍ତରରେ ଆଘାତ ଦେଇଛି । ସ୍ତ୍ରୀ ଓ ପିଲାଛୁଆ ପାକିସ୍ତାନ ଫେରିଆସନ୍ତୁ ବୋଲି ସେ ଚାହୁଁଛନ୍ତି । ଭାରତ ସରକାର ଏଥିରେ ହସ୍ତକ୍ଷେପ କରି ସ୍ତ୍ରୀ ଓ ପିଲାଛୁଆଙ୍କୁ ପାକିସ୍ତାନ ଫେରାଇଦେବାକୁ ଭିଡିଓ ଜରିଆରେ ଭାରତ ସରକାରଙ୍କୁ ଅନୁରୋଧ କରିଛନ୍ତି ଗୁଲାମ । ପୁଣି ଥରେ ସୀମାଙ୍କୁ ନେଇ ପରିବାର ଗଢିତୋଳିବାର ଆଶା ରଖିଛନ୍ତି ଗୁଲାମ । ସୀମାଙ୍କ ସହିତ ତାଙ୍କ ବିବାହ ବିଚ୍ଛେଦ ହୋଇଥିଲା ।

ଏ ଘଟଣା ଘଟିବା ପରେ ମଧ୍ୟ ସେ ସୀମାଙ୍କ ସହିତ ରହିବାକୁ ଚାହୁଁଛନ୍ତି ବୋଲି ଗୁଲାମ କହିଛନ୍ତି । ପବ୍‌ଜିରୁ ବନ୍ଧୁତା, ପରେ ପ୍ରେମ ହେବାରୁ ୪ ଛୁଆଙ୍କ ସହ ପାକିସ୍ତାନ ଛାଡି ଭାରତ ଚାଲି ଆସିଛନ୍ତି ସୀମା । ପବ୍‌ଜି ମାଧ୍ୟମରେ ଗ୍ରେଟର ନୋଏଡାର ରବିପୁରା ଅଞ୍ଚଳରେ ରହୁଥିବା ୨୨ ବର୍ଷିୟ ସଚିନଙ୍କ ସହିତ ତାଙ୍କର ବନ୍ଧୁତା ହୋଇଥିଲା । ପରେ ଏହା ପ୍ରେମର ରୂପ ନେଇଥିଲା ।

ଜାନୁଆରୀରେ ଉଭୟ ନେପାଳରେ ଭେଟିଥିଲେ । ଗତ ମେ’ ମାସରେ ସୀମା ନେପାଳ ବାଟ ଦେଇ ବସ୍‌ରେ ଭାରତ ପ୍ରବେଶ କରି ଗ୍ରେଟର ନୋଏଡାରେ ପହଞ୍ଚିଥିଲେ । ଗ୍ରେଟର ନୋଏଡାରେ ସଚିନଙ୍କ ସହ ଏକ ଭଡାଘରେ ରହୁଥିବା ପୋଲିସକୁ ସୂଚନା ମିଳିଥିଲା । ସଚିନ, ସୀମା ଓ ୪ ଛୁଆଙ୍କୁ ଧରି ଅନ୍ୟତ୍ର ପଳାଉଥିବା ବେଳେ ପୋଲିସ ହାତରେ ଧରାପଡିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.