ବିନା ଇଣ୍ଟରନେଟରେ ଜାଣନ୍ତୁ ରାସ୍ତା

ବିନା ଇଣ୍ଟରନେଟରେ ଚାଲିବ ଗୁଗଲ ମ୍ୟାପ, ଏହି ଷ୍ଟେପକୁ ଫଲୋ କଲେ ସହଜରେ ପାଇଯିବେ ରାସ୍ତା

ନୂଆ ସହର କିମ୍ବା କୌଣସି ଅଜଣା ରାସ୍ତାରେ ଆପଣ ଅଛନ୍ତି ଆଉ ଏହି ସମୟରେ ଆପଣଙ୍କ ଗୁଗଲ ମ୍ୟାପ୍‌ ରେ ରାସ୍ତା ଖୋଜୁଛନ୍ତି କି ? ବାଟ ଜଣା ନଥିଲେ ଏପରି କରିବାକୁ ହିଁ ପଡିଥାଏ। ଆଉ ସମସ୍ତେ ଏହି ସମୟରେ ଇଣ୍ଟେରନେଟ ବ୍ୟବହାର କରି ଗୁଗଲ ମ୍ୟାପ ର ସାହାରା ନିଅନ୍ତି । ଯଦି ଏହି ସମୟରେ ଆପଣଙ୍କ ନେଟ ସରିଯାଏ ତେବେ କଣ କରିବେ ? ସେତେବେଳେ ହିଁ ସମସ୍ୟା ହୁଏ। ଯଦି ଆପଣ ବି କିଛି ଏମିତି ସମସ୍ୟାର ସାମ୍ନା କରୁଛନ୍ତି ତାହେଲେ ଏବେ ଏହାର ସମାଧାନ ଆପଣଙ୍କ ହାତରେ ରହିଛି। ଆପଣ ଏବେ ବିନା ଇଣ୍ଟରନେଟରେ ବି ଗୁଗଲ ମ୍ୟାପ୍ସର ବ୍ୟବହାର କରିପାରିବେ। ତାହେଲେ ଆସନ୍ତୁ ଜାଣିବା କେମିତି।

ଗୁଗଲ ମ୍ୟାପ୍‌ ଏବେ ଏକ ଗରୁତ୍ୱପୂର୍ଣ୍ଣ ଫିଚର ପାଲଟିଯାଇଛି। ଏଣୁ ୟୁଜର୍ସଙ୍କ ମଧ୍ୟରେ ଏହା ଖୁବ୍‌ ଲୋକପ୍ରିୟ। ଗୁଗଲ ମ୍ୟାପ୍‌ ସାହାଯ୍ୟରେ ରାସ୍ତା ଜାଣିବା ସହଜ ହୋଇଥିବା ବେଳେ ଗନ୍ତବ୍ୟସ୍ଥଳରେ ପହଞ୍ଚିବାକୁ କେତେ ସମୟ ଲାଗିବ ତାହା ବି ଆରାମରେ ଜାଣି ହେଉଛି। ଆପଣ ଗୁଗଲ ମ୍ୟାପକୁ ଅଫଲାଇନରେ ଅର୍ଥାତ୍‌ ବିନା ଇଣ୍ଟରନେଟରେ ବି ବ୍ୟବହାର କରିପାରିବେ। ଆଉ ନିଜ ଡେଷ୍ଟିନେସନରେ ପହଁଚିପାରିବେ। ଏଥିପାଇଁ ଆପଣଙ୍କୁ ନିଜ ଡେଷ୍ଟିନେସନକୁ ସେଭ କରି ରଖିବାକୁ ହେବ। ପରେ ଆପଣ ଏହାର ବ୍ୟବହାର ଅଫଲାଇନ୍‌ ହୋଇ ମଦ୍ୟ କରିପାରିବେ ଏବଂ ଏହା ବିଲକୁଲ ଅନଲାଇନ ଭଳି ହିଁ କାମ କରିବ।

ଅଫଲାଇନ୍‌ ମ୍ୟାପ ଆପଣଙ୍କ ଫୋନର ଇଣ୍ଟରନାଲ ମେମୋରୀରେ ଡାଉନଲୋଡ ହୋଇଯାଇଥାଏ। ଧ୍ୟାନ ରଖନ୍ତୁ ଅଫଲାଇନ ମ୍ୟାପକୁ ଆପଣ କେବଳ ୧୫ ଦିନ ପର୍ଯ୍ୟନ୍ତ ହିଁ ଏହାକୁ ସେଭ୍‌ କରି ରଖିପାରିବେ। ୧୫ ଦିନ ପରେ ଆପଣଙ୍କୁ ଏହାକୁ ପୁଣି ଥରେ ଡାଉନଲୋଡ୍‌ କରିବାକୁ ହେବ। ଗୁଗଲ ଆପଣଙ୍କୁ ମ୍ୟାପ୍ସକୁ ଅଟୋମେଟଠିକ ଅପଡେଟ ମଧ୍ୟ କରିଥାଏ। ଆପଣଙ୍କ ଦ୍ୱାରା ସେଭ୍‌ କରାଯାଇଥିବା ଡେଷ୍ଟିନେସନ ଓ୍ଵାଇ-ଫାଇ ଜରିଆରେ ଅପଡେଟ ମଧ୍ୟ ହୋଇଥାଏ। ଯଦି ଓ୍ଵାଇ-ଫାଇ କନେକ୍ଟିଭିଟୀ ମିଳିବନାର୍ହି ତାହେଲେ ଏହା ଏକ୍ସପାୟାର ହୋଇଯିବ।

ଏହି ତରିକାରେ ମ୍ୟାପକୁ ଡାଉନଲୋଡ ହେବା ପରେ ଆପଣ ସ୍ଳୋ ଇଣ୍ଟରନେଟ କନେକସନ୍‌ କିମ୍ବା ଇଣ୍ଟରନେଟ କନେକସନ୍‌ ନଥିଲେ ମଧ୍ୟ ଆରାମରେ ଗୁଗଲ ମ୍ୟାପ୍ସର ବ୍ୟବବହାର କରିପାରିବେ।

କେମିତି ବ୍ୟବହାର କରିବେ ଜାଣନ୍ତୁ:
-ନିଜ ଆଣ୍ଡ୍ରଏଡ୍‌ ଫୋନରେ ଗୁଗଲ ମ୍ୟାପ୍ସ ଓପନ କରନ୍ତୁ।
-କନଫର୍ମ କରିନିଅନ୍ତୁ ଯେ ଆପଣ ଇଣ୍ଟରନେଟ୍‌ ସହ ଯୋଡି ହେଲେ ଏବଂ ଗୁଗଲ ମ୍ୟାପ୍ସରେ ସାଇନ ଇନ କଲେ।
-ଏବେ ଯେଉଁଠାକୁ ଯିବାକୁ ଚାହୁଁଛନ୍ତି ସେହି ସହର କିମ୍ବା ଜାଗାକୁ ସର୍ଚ୍ଚ କରନ୍ତୁ।
-ତଳେ ଜାଗାର ନାମ କିମ୍ବା ଆଡ୍ରେସ ଟାଇପ୍‌ କରନ୍ତୁ।
-ଏହାପରେ ଉପରେ ଦିଆଯାଇଥିବା ମୋର ଅପ୍ସନ ଉପରେ ଟ୍ୟାପ୍‌ କରନ୍ତୁ।
-ଏଠାରେ ଆପଣଙ୍କୁ ସର୍ଚ୍ଚ କରାଯାଇଥିବା ମ୍ୟାପକୁ ଅଫଲାଇନ ଡାଉନଲୋଡ କରିବାର ଅପ୍ସନ ମିଳିଯିବ।
-ଏହିପରି ଭାବେ ଆପଣ ନିଜ ଡେଷ୍ଟିନେସନକୁ ୧୫ ଦିନ ପର୍ଯ୍ୟନ୍ତ ଡାଉନଲୋଡ୍‌ କରି ରଖିପାରିବେ।

ଆଇଫୋନ/ଆଇପ୍ୟାଡରେ କେମିତି କରିବେ ଡାଉନଲୋଡ:
-ନିଜ ଆଇଫୋନ କିମ୍ବା ଆଇପ୍ୟାଡରେ ଗୁଗଲ ମ୍ୟାପ୍ସ ଓପନ କରନ୍ତୁ।
-ଯାଞ୍ଚ କରିନିଅନ୍ତୁ ଯେ ଆପଣ ଇଣ୍ଟରନେଟ ସହ କନେକ୍ଟ ଅଛନ୍ତି ଏବଂ ଗୁଗଲ ମ୍ୟାପ୍ସରେ ସାଇନ୍‌ ଇନ୍‌ ଅଛନ୍ତି।
-ଯେଉଁ ଜାଗାକୁ ଯିବାକୁ ଚାହୁଁଛନ୍ତି ତାହା ସର୍ଚ୍ଚ କରନ୍ତୁ।
-ତଳେ ଦିଆଯାଇଥିବା ଜାଗାର ନାମ କିମ୍ବ ଆଡ୍ରେସ ଟାଇପ୍‌ କରନ୍ତୁ।
-ଏହାପରେ ଉପରେ ଦିଆଯାଇଥିବା ମୋର ଅପ୍ସନ ଉପରେ ଟ୍ୟାପ୍‌ କରିନିଅନ୍ତୁ।
-ଏଠାରେ ଆପଣଙ୍କୁ ମ୍ୟାପ୍‌ ଅଫଲାଇନ ଡାଉନଲୋଡ କରିବାର ଅପ୍ସନ ମିଳିଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.