Below header

Gruha Jyoti Schemeରେ ମିଳିବ ମାଗଣା ବିଦ୍ୟୁତ

ଆଉ ନାହିଁ ଇଲେକ୍ଟ୍ରି ବିଲର ଟେନସନ, ଏବେ Gruha Jyoti Schemeରେ ଆପଣଙ୍କୁ ମିଳିବ ମାଗଣା ବିଦ୍ୟୁତ

ଏବେ ଲୋକଙ୍କୁ ମାଗଣାରେ ମିଳିବ ବିଦ୍ୟୁତ। ଲୋକଙ୍କ ମୌଳିକ ଆବଶ୍ୟକତା ମଧ୍ୟରୁ ବିଦ୍ୟୁତ୍ ହେଉଛି ଅନ୍ୟତମ । ଏମିତିରେ ଲୋକମାନେ ବ୍ୟବହାର କରୁଥିବା ବିଦ୍ୟୁତ୍ ପରିମାଣ ଅନୁଯାୟୀ ବିଦ୍ୟୁତ୍ ବିଲ୍ ଦେବାକୁ ପଡିଥାଏ । ତେବେ ଅନେକ ରାଜ୍ୟ ସରକାର ବର୍ତ୍ତମାନ ଲୋକଙ୍କୁ ମାଗଣା ବିଦ୍ୟୁତ୍ ଯୋଗାଇ ଦେଉଛନ୍ତି । ଏହି କ୍ରମରେ କର୍ଣ୍ଣାଟକ ସରକାର ମଧ୍ୟ ଲୋକଙ୍କୁ ରିଲିଫ ଯୋଗାଇବା କାମ କରିଛନ୍ତି । କର୍ଣ୍ଣାଟକରେ ଲୋକଙ୍କୁ ବର୍ତ୍ତମାନ ମାଗଣା ବିଦ୍ୟୁତ ଯୋଗାଇ ଦିଆଯିବ । କଣ ରହିଛି ଏହି ଯୋଜନା ଜାଣି ନିଅନ୍ତୁ ..

ସୂଚନା ଅନୁସାରେ କଂଗ୍ରେସ ସରକାରଙ୍କ ଗ୍ୟାରେଣ୍ଟି ସ୍କିମ୍ Gruha Jyoti Scheme ମାଧ୍ୟମରେ ଲୋକମାନେ ମାଗଣା ବିଦ୍ୟୁତ୍ ପାଇବେ, ଯାହା ଅଧୀନରେ ୨୦୦ ୟୁନିଟ୍ ମାଗଣା ବିଦ୍ୟୁତ୍ ଦିଆଯିବ । ଏହି ବିଷୟରେ ପଞ୍ଜୀକରଣ କାର୍ଯ୍ୟ ମଧ୍ୟ ଚାଲିଛି । ଜୁଲାଇ ୧ ରୁ ସମସ୍ତ ଯୋଗ୍ୟ ଗ୍ରାହକ ମାଗଣା ବିଦ୍ୟୁତ୍ ପାଇପାରିବେ । ଏହି ମାସର ବିଲ୍ ସେମାନେ ଅଗଷ୍ଟ ମାସରେ ପାଇବେ । ଗ୍ରାହକମାନେ ବିଦ୍ୟୁତ୍ କାର୍ଯ୍ୟାଳୟ ଯାଇ କରିପାରିବେ ଏବଂ ସେମାନଙ୍କର ପଞ୍ଜୀକରଣ ସଂପୂର୍ଣ୍ଣ କରିପାରିବେ ।

Gruha Jyoti Scheme :-
ସରକାରଙ୍କ ମାଧ୍ୟମରେ ଦିଆଯାଉଥିବା ସୁବିଧା ପାଇଁ ଲୋକଙ୍କ ତରଫରୁ ପଞ୍ଜୀକରଣ କରାଯାଉଛି । ସରକାରଙ୍କ ମାଧ୍ୟମରେ ଆବେଦନ ଆରମ୍ଭ କରିବାର ପ୍ରାୟ ଦୁଇ ସପ୍ତାହ ପରେ Gruha Jyoti Scheme ପାଇଁ ପଞ୍ଜୀକରଣ ସଂଖ୍ୟା ଏକ କୋଟି ଅତିକ୍ରମ କରିଛି । ଶକ୍ତି ବିଭାଗ କହିଛି ଯେ ଏହି ଯୋଜନା ପାଇଁ କୌଣସି ସମୟ ସୀମା ରହିବ ନାହିଁ ଏବଂ ଯୋଗ୍ୟ ହିତାଧିକାରୀମାନେ ଯେକୌଣସି ସମୟରେ ଆବେଦନ କରିପାରିବେ ।

ଅନଲାଇନ୍ ଆପ୍ଲିକେସନ୍
ଅବଶ୍ୟ ଯେଉଁମାନେ ଜୁଲାଇ ୨୫ ପୂର୍ବରୁ ଆବେଦନ କରନ୍ତି, ସେମାନେ ଜୁଲାଇ ପାଇଁ ମାଗଣା ବିଦ୍ୟୁତ୍ ପାଇବେ । ଆରମ୍ଭରୁ ଗଡ଼ବଡ଼ ପରେ ମଧ୍ୟ ପଞ୍ଜୀକରଣରେ ତୀବ୍ରତା ଦେଖିବାକୁ ମିଳିଛି । ଏହି ଯୋଜନା ପରିବାରମାନଙ୍କୁ ମାସକୁ ୨୦୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଦ୍ୟୁତ୍ ଯୋଗାଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.