ନକଲି ସୁନାକୁ ଅସଲି ଦର୍ଶାଇ ୪୦ ଲକ୍ଷର ଟଙ୍କାର ଠକେଇ ଅଭିଯୋଗ, ୧୧ ଜଣଙ୍କୁ ବାନ୍ଧିଲା ପୋଲିସ

ପାରଳାଖେମୁଣ୍ଡି ସ୍ଥିତ ବ୍ୟାଙ୍କ ଅଫ ଇଣ୍ଡିଆରେ ଠକେଇ ନେଇ ସାମ୍ନାକୁ ଆସିଛି। ଗଜପତିର ବିଭିନ୍ନ ଅଞ୍ଚଳର ୧୧ ଜଣ ବ୍ୟକ୍ତି ବ୍ୟାଙ୍କରେ ନକଲି ସୁନା ବନ୍ଧକ ରଖି ନକଲି ସୁନା ଦେଇ ୪୦ ଲକ୍ଷ ୭୫ ହଜାର ଟଙ୍କା ଋଣ ନେଇଥିଲେ ।

ଗଜପତି(କେନ୍ୟୁଜ୍): ନକଲି ସୁନା ବନ୍ଧକରେ ବଡ଼ଧରଣର ଋଣ ଠକେଇ । ୪୦ ଲକ୍ଷର ଟଙ୍କାର ଠକେଇ ଅଭିଯୋଗ । ପାରଳାଖେମୁଣ୍ଡି ସ୍ଥିତ ବ୍ୟାଙ୍କ ଅଫ ଇଣ୍ଡିଆରେ ଠକେଇ ନେଇ ସାମ୍ନାକୁ ଆସିଛି। ଗଜପତିର ବିଭିନ୍ନ ଅଞ୍ଚଳର ୧୧ ଜଣ ବ୍ୟକ୍ତି ବ୍ୟାଙ୍କରେ ନକଲି ସୁନା ବନ୍ଧକ ରଖି ନକଲି ସୁନା ଦେଇ ୪୦ ଲକ୍ଷ ୭୫ ହଜାର ଟଙ୍କା ଋଣ ନେଇଥିଲେ ।

ନକଲି ସୁନାକୁ ଅସଲି ବୋଲି ବ୍ୟାଙ୍କ ପକ୍ଷରୁ ନିଯୁକ୍ତ ବଣିଆ ସାର୍ଟିଫିକେଟ ଦେବା ପରେ ବ୍ୟାଙ୍କ କର୍ତ୍ତୃପକ୍ଷ ଋଣ ପ୍ରଦାନ କରିଥିଲେ। ତେବେ ଏଥିରୁ ୨୭ ଲକ୍ଷ ୫୦ ହଜାର ଟଙ୍କା ଆଉ ସୁଝି ପାରିନଥିଲେ। ପରେ ବ୍ୟାଙ୍କ ପକ୍ଷରୁ ଯାଞ୍ଚ ବେଳେ ସୁନା ନକଲି ବୋଲି ଜଣାପଡ଼ିଥିଲା। ଏନେଇ ବ୍ୟାଙ୍କ ମ୍ୟାନେଜର ମନୋଜ କୁମାର ପାଲ୍‌କା ମେ ୫ ତାରିଖରେ ପାରଳାଖେମୁଣ୍ଡି ଥାନାରେ ଏକ ମାମଲା ରୁଜୁ କରିଥିଲେ। ପୋଲିସର ତଦନ୍ତ ପରେ ନକଲି ସୁନା ବନ୍ଧକ ରଖି ଋଣ ଠକେଇର ପର୍ଦ୍ଦାଫାସ ହୋଇଥିଲା।

ଠକେଇ ଅଭିଯୋଗରେ ବଣିଆ ସମେତ ୧୧ ଜଣଙ୍କୁ ଗିରଫ କରିଛି ପୋଲିସ। ଜଣେ ଅଭିଯୁକ୍ତି ଫେରାର ହୋଇଯାଇଥିବା ପାରଳାଖେମୁଣ୍ଡି ଥାନା ଆଇଆଇସି କହିଛନ୍ତି। ନକଲି ସୁନାକୁ ଅସଲି ଦର୍ଶାଇ ଋଣ ନେଇଥିବା ବ୍ୟକ୍ତିଙ୍କ ଠାରୁ ବଣିଆ କମିସନ ନେଇଥିବା ମଧ୍ୟ ଜଣାପଡ଼ିଛି। ଏଥିରେ ଆଉ କାହାର ସଂପୃକ୍ତି ରହିଛି ସେନେଇ ତଦନ୍ତ ଚାଲୁ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.