Below header

ବାହାନଗା ଟ୍ରେନ୍‌ ଦୁର୍ଘଟଣା ୩ ଅଭିଯୁକ୍ତଙ୍କୁ ଚନ୍ଦକା ଥାନାରେ ରଖି ଜେରା,ଏକାଧିକ ପ୍ରଶ୍ନର ଉତ୍ତର ଖୋଜୁଛନ୍ତି ସିବିଆଇ ଅଧିକାରୀ

ଦୁର୍ଘଟଣା ମାମଲାରେ ୩ ଜଣ ରେଳବାଇ କର୍ମଚାରୀଙ୍କୁ ୫ ଦିନିଆ ରିମାଣ୍ଡରେ ନେଇଛି ସିବିଆଇ । ଏଥିପାଇଁ ସିବିଆଇ କୋର୍ଟ ଅନୁମତି ଦେଇଛନ୍ତି । ୧୧ ତାରିଖରେ ଏମାନଙ୍କୁ ପୁଣି କୋର୍ଟରେ ହାଜର କରିବ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ।

ଭୁବନେଶ୍ବର(କେନ୍ୟୁଜ୍): ବାହାନଗା ଟ୍ରେନ୍‌ ଦୁର୍ଘଟଣା ମାମଲାରେ ଗିରଫ ୩ ଅଭିଯୁକ୍ତଙ୍କୁ ସିବିଆଇ ଜେରା । ଅଭିଯୁକ୍ତମାନଙ୍କୁ ଚନ୍ଦକା ଥାନାରେ ରଖି ପଚରାଉଚରା କରାଯାଉଛି । ଦୁର୍ଘଟଣା ଦିନ କଣ ଘଟିଥିଲା? ସିଗନାଲରେ କେତେବେଳେ ତ୍ରୁଟି ଦେଖାଯାଇଥିଲା? ଏନେଇ ଅଧିକାରୀମାନେ କେତେବେଳେ ଜାଣିଲେ? ଏମିତି ଏକାଧିକ ପ୍ରଶ୍ନର ଉତ୍ତର ଖୋଜୁଛନ୍ତି ସିବିଆଇ ଅଧିକାରୀ । ଦୁର୍ଘଟଣା ମାମଲାରେ ୩ ଜଣ ରେଳବାଇ କର୍ମଚାରୀଙ୍କୁ ୫ ଦିନିଆ ରିମାଣ୍ଡରେ ନେଇଛି ସିବିଆଇ । ଏଥିପାଇଁ ସିବିଆଇ କୋର୍ଟ ଅନୁମତି ଦେଇଛନ୍ତି । ୧୧ ତାରିଖରେ ଏମାନଙ୍କୁ ପୁଣି କୋର୍ଟରେ ହାଜର କରିବ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ।

ଶୁକ୍ରବାର ବାହାନଗା ଟ୍ରେନ ଦୁର୍ଘଟଣାରେ ସିନିୟର ସେକ୍ସନ ଇଞ୍ଜିନିୟର ଅରୁଣ କୁମାର ମହାନ୍ତ, ସେକ୍ସନ ଇଞ୍ଜିିନିୟର ଅମୀର ଖାନ ଓ ଟେକନିସିଆନ ପପୁ କୁମାରଙ୍କୁ ଗିରଫ କରିଥିଲା ସିବିଆଇ । ଗତ ମାସ ୨ ତାରିଖରେ ବାହାନଗାରେ ଟ୍ରେନ୍‌ ଦୁର୍ଘଟଣା ଘଟିଥିଲା, ଏଥିରେ ୨୯୩ ଜଣଙ୍କ ମୃତ୍ୟୁ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.