Below header

ବଢୁଛି ପାକିସ୍ତାନର ଟେନ୍‌ସନ୍‌, ୩୭୦ ଧାରା ଉଛେଦ ପରେ ଭାରତ ସହ ସଂପର୍କ କଲା ଛିନ୍ନ

୩୭୦ ଧାରା ଉଛେଦ ପରେ ଭାରତ ସହ ସଂପର୍କ ଛିନ୍ନ କଲା ପାକିସ୍ତାନ । ପାକିସ୍ତାନରେ ଅବସ୍ଥାପିତ ଭାରତର ରାଷ୍ଟଦୂତଙ୍କୁ ବହିଷ୍କାର କରିବା ସହ ଭାରତ ସହ ଦ୍ୱିପାକ୍ଷିକ ବାଣିଜ୍ୟ ସଂପର୍କ ଛିନ୍ନ କରିଛି। ଜମ୍ମୁ-କାଶ୍ମୀର ସଂପର୍କିତ ଭାରତର ଘୋଷଣା ପରେ ପାକିସ୍ତାନର ଟେନ୍‌ସନ୍‌ ବଢି ଚାଲିଛି । ଗତକାଲି ପାକିସ୍ତାନ ସଂସଦର ମିଳିତ ଅଧିବେଶନ ଡାକିଥିଲେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ । ଏହି ଅଧିବେଶରେ ଭାରତକୁ ପ୍ରଛନ୍ନ ଧମକ ଦେଇଥିଲେ । ପୁଲଓ୍ଵାମା ଭଳି ଆଉ ଏକ ଘଟଣା ଘଟିବ ବୋଲି କହିଥିଲେ। ଆଜି ଜାତୀୟ ସୁରକ୍ଷା କମିଟି ସହ ବୈଠକ ପରେ ପାକିସ୍ତାନ ଭାରତ ସହ ଦ୍ୱିପାକ୍ଷିକ ସଂପର୍କ ଛିନ୍ନ କରିଛି । ପାଞ୍ଚଟି ପ୍ରସଙ୍ଗରେ ନିଷ୍ପତ୍ତି ନେଇଛ ପାକିସ୍ତାନ । ଭାରତ ସହ କୁଟନୈତିକ ସଂପର୍କ ଛିନ୍ନ, ଦ୍ୱିପାକ୍ଷିକ ବାଣିଜ୍ୟ କାରବାର, ଦ୍ୱିପାକ୍ଷିକ ସମୀକ୍ଷା ଆୟୋଜନ, ଜାତିସଂଘ ଏବଂ ସୁରକ୍ଷା ପରିଷଦରେ ପ୍ରସଙ୍ଗ ଉତ୍‌ଥାପନ ଏବଂ କାଶ୍ମୀରବାସୀଙ୍କୁ ଅନୁଧ୍ୟାନ । ୩୭୦ ଧାରା ଉଛେଦ ଏବଂ ଜମ୍ମୁ -କାଶ୍ମୀକୁ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳରେ ବିଭକ୍ତ କରିବାକୁ ପାକିସ୍ତାନ ଘୋର ବିରୋଧ କରୁଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.