Below header

ବାକ୍‌ ଶକ୍ତି ନଥିଲେ ବି ଲୁହଭିଜା ଆଖିରେ ଗୀତାଙ୍କ ଶ୍ରଦ୍ଧାଞ୍ଜଳି, ସଂକେତରେ କହିଲେ ମାଆ ପରି ଥିଲେ ସୁଷମା ସ୍ୱରାଜ

ସୁଷମାଙ୍କୁ ସ୍ୱତନ୍ତ୍ର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ଗୀତା । ବାକ୍‌ ଶକ୍ତି ନଥିବା ଗୀତା ଲୁହଭିଜା ଆଖିରେ ତାଙ୍କୁ ସାଂକେତିକ ଭାଷାରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ସୁଷମା ତାଙ୍କ ପାଇଁ ମାଆ ଭଳି ଥିଲେ ବୋଲି କହିଛନ୍ତୀ ଗୀତା । ସୁଷମାଙ୍କ ସହ ତାଙ୍କର ତାଙ୍କର ଗଭୀର ଭାବାତ୍ମକ ସଂପର୍କ ଥିଲା । ଗତ ବର୍ଷ ନଭେମ୍ବରରେ ଗୀତାଙ୍କୁ ‘ ହିନ୍ଦୁସ୍ତାନ କୀ ବେଟୀ’ ବୋଲି କହିଥିଲେ ସୁଷମା ସ୍ୱରାଜ ।

geeta1

୨୦୧୫ ଅକ୍ଟୋବରରେ ଭାରତକୁ ଫେରିଥିଲେ ଗୀତା । ତାଙ୍କୁ ୮ ବର୍ଷ ହୋଇଥିବା ବେଳେ ସେ ଲାହୋରକୁ ପଳାଇଥିଲେ । ତାଙ୍କୁ ସମଝୋତା ଏକ୍ସପ୍ରେସରେ ଏକାକୀ ଥିବା ଦେଖିବାକୁ ମିଳିଥିଲା । ଏବେ ମଧ୍ୟପ୍ରଦେଶ ଇନ୍ଦୋରରେ ଅଛନ୍ତି । ସେ ଭାରତକୁ ଫେରିବା ପରେ ଦିଲ୍ଲୀ ଏବଂ ଇନ୍ଦୋରରେ ବହୁବାର ସୁଷମା ସ୍ୱରାଜଙ୍କୁ ଭେଟିଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.