୩୭୦ ଉଚ୍ଛେଦ ହେବାପରେ ନିଆର ଢଙ୍ଗରେ ଖୁସି ମନାଉଛନ୍ତି ଏହି ଦୋକାନୀ, ଜାଣନ୍ତୁ କେମିତି

ଜମ୍ମୁ ଓ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବାପରେ ସାରା ଦେଶରେ ଚାଲିଛି ସେଲିବ୍ରେସନ୍‌ । ସରକାରଙ୍କ ନିଷ୍ପତ୍ତିକୁ ଲୋକେ ସ୍ୱାଗତ କରିଛନ୍ତି । ଗୁଜୁରାଟ ଭଦୋଦରାର ଜଣେ ଦୋକାନୀ ନିଆରା ଢଙ୍ଗରେ ଖୁସି ମନାଇଛନ୍ତି। ସେ ଲୋକମାନଙ୍କୁ ମାଗଣାରେ ଢୋକଲା ବାଣ୍ଟିଛନ୍ତି। କାଶ୍ମୀରର ଲୋକଙ୍କୁ ମଧ୍ୟ ଢୋକଲା ବାଣ୍ଟିବାକୁ ଚାହାନ୍ତି ବୋଲି କହିଛନ୍ତି ଦୋକାନୀ ।