ରାଜ୍ୟ ପ୍ରଶାସନିକ ସ୍ତରରେ ବଡ଼ ଧରଣର ଅଦଳବଦଳ, ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ

ରାଜ୍ୟ ପ୍ରଶାସନିକ ସ୍ତରରେ ବଡ଼ ଧରଣର ଅଦଳବଦଳ। ଗୃହ ସଚିବ ଅସିତ ତ୍ରିପାଠୀ ହୋଇଛନ୍ତି କେବିକେ ମୁଖ୍ୟ ପ୍ରଶାସକ। ଅତିରିକ୍ତ ଦାୟିତ୍ୱ ତୁଲାଇବେ ଅସିତ ତ୍ରିପାଠୀ। କେବିକେ ମୁଖ୍ୟ ପ୍ରଶାସକ ଥିବା ସୁଦର୍ଶନ ପାଲ ଠାକୁର ହୋଇଛନ୍ତି ଗୋପବନ୍ଧୁ ଏକାଡେମୀ ଡିଜି। ସି.ଜେ. ଭେନୁଗୋପାଳଙ୍କୁ ରାଜସ୍ୱ ବୋର୍ଡ ସଦସ୍ୟ କରାଯାଇଛି। ନିତୀନ ଚନ୍ଦ୍ରା ସାଧାରଣ ପ୍ରଶାସନ ବିଭାଗ OSD ହଇଛନ୍ତି। ଦେଓ ରଞ୍ଜନ ସିଂହଙ୍କୁ ମିଳିଛି ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ଅତିରିକ୍ତ ପ୍ରମୁଖ ସଚିବ ଦାୟିତ୍ୱ। ଗୋପବନ୍ଧୁ ଏକାଡ଼େମୀର ଡିଜି ଥିବା ରଞ୍ଜନା ଚୋପ୍ରାଙ୍କୁ SC/ST ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଭାବରେ ବଦଳି କରାଯାଇଛି।

ଆହୁରି ପଢନ୍ତୁ: ବିକାଶ ରାସ୍ତାରେ ଆଗେଇବ ପୁରୀ, ବିକାଶ ପାଇଁ ୨୬୫ କୋଟି ଟଙ୍କାର ପ୍ରକଳ୍ପ ହେବ ଆରମ୍ଭ

ସୁଶୀଲ କୁମାର ଲୋହାନୀଙ୍କୁ ବାଣିଜ୍ୟିକ ଶୁଳ୍କ ବିଭାଗର କମିଶନର ଭାବରେ ଅତିରିକ୍ତ ଦାୟିତ୍ୱ ତୁଲାଇବେ। କ୍ରିଷନ କୁମାରଙ୍କୁ ପୂର୍ତ୍ତ ବିଭାଗର କମିଶନର ତଥା ସଚିବ ଭାବରେ ନିଯୁକ୍ତି ମିଳିଛି। ବିଶାଳ ଗଗନଙ୍କୁ ଜଳ ସଂପଦ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ନିଯୁକ୍ତି ମିଳିଛି। ବୀର ବିକ୍ରମ ଯାଦବ ସମବାୟ ବିଭାଗର କମିଶନର ଭାବରେ ଅତିରିକ୍ତ ଦାୟିତ୍ୱ ତୁଲାଇବେ। ଆଇପିଏସ୍‌ ଅଫିସର ଅରୁଣ ବୋଥ୍ରାଙ୍କୁ ସେସୁର ସିଇଓ ଭାବରେ ନୂଆ ନିଯ୍‌ୁକ୍ତି ମିଳିଛି। ଅର୍ଚ୍ଚନା ପଟ୍ଟନାୟକ ଜଳସମ୍ପଦ ସ୍ୱତନ୍ତ୍ର ସଚିବ, ସୁରେନ୍ଦ୍ର କୁମାର ମୀନା ପୂର୍ତ୍ତ ବିଭାଗ ଉପସଚିବ, ଆର. ରଘୁ ପ୍ରସାଦ-ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ସଚିବ ହୋଇଛନ୍ତି। ମୋଟ୍‌ ୧୭ ଜଣ ପ୍ରଶାସନିକ ଅଧିକାରୀଙ୍କ ବିଭାଗ ଅଦଳବଦଳ ଓ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି।