Below header

ନିୟନ୍ତ୍ରଣ ରେଖାରେ ସୈନ୍ୟବଳ ବଢାଇଲା ପାକ୍‌ , କଡ଼ା ଜବାବ ଦେବା ପାଇଁ ଭାରତ ପ୍ରସ୍ତୁତ

ଜମ୍ମୁ କାଶ୍ମୀର(କେନ୍ୟୁଜ୍) :ପାକ୍‌ ସେନାର ପୁଣିଥରେ ଅସ୍ତ୍ରବିରତି ଉଲଂଘନ । ଜମ୍ମୁ କାଶ୍ମୀରର ନିୟନ୍ତ୍ରଣ ରେଖା ଅଞ୍ଚଳ ନିକଟରେ ପ୍ରବଳ ଗୁଳିମାଡ କରିଛି ପାକିସ୍ତାନ । ରାଜୌରି ଜିଲ୍ଲାର ନୌସେରା, ସୁନ୍ଦରବନି ସେକ୍ଟର ଏବଂ ପୁଞ୍ଚ ଜିଲ୍ଲାର କ୍ରୀଷ୍ଣା ଘାଟି ସେକ୍ଟରରେ ପାକ୍‌ ସେନା ଅସ୍ତ୍ରବିରତି ଉଲଂଘନ କରିଛି । ଗୁଳିମାଡରେ ନୌସେରା ସେକ୍ଟରରେ ଜଣେ ଯବାନ ଗୁରୁତର ଆହତ ହୋଇଛନ୍ତି , ଜଣେ ଆତଙ୍କବାଦୀ ନିହତ ହୋଇଛି। ସେପଟେ ଏଲଓସିରେ ପାକିସ୍ତାନ ସେନା ମୃତୟନ ବଢାଇଛି । ସୀମା ନିକଟସ୍ଥ ଗାଁ ଏବଂ ଆଗୁଆ ଘାଟିଗୁଡିକୁ ଟାର୍ଗେଟ କରି ପାକିସ୍ତାନ ଗୁଳିବର୍ଷା ଜାରି ରଖିଥିବା ବେଳେ ଭାରତୀୟ ସେନା ପକ୍ଷରୁ ମଧ୍ୟ ଏହାର କଡା ଯବାବ ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.