ତାଲିକାରେ ଆପଣଙ୍କ ନାମ ନାହିଁ କି ? ଭୋଟର କାର୍ଡ ଅଛି ତ ତେବେ କିପରି ଦେବେ ଭୋଟ ଜାଣନ୍ତୁ

ନୂଆଦିଲ୍ଲୀ : ଅନେକ କାରଣରୁ ଭୋଟର ଲିଷ୍ଟରୁ ଲୋକଙ୍କ ନାମ ଗାଏବ ହୋଇଯାଇଥାଏ। ଏହା ଆପଣଙ୍କ ଠିକଣା ବା ଅନ୍ୟ ନିର୍ବାଚନ ମଣ୍ଡଳୀକୁ ପରିବର୍ତ୍ତନ ହେବା କାରଣରୁ ହୋଇଥାଏ। ଏମିତି ପରିସ୍ଥିତି ଯଦି ଆପଣଙ୍କର ମଧ୍ୟ ହୋଇଛି ତେବେ ଆପଣ ନିଜ ନାମ ପୁଣିଥରେ ଭୋଟର ଲିଷ୍ଟରେ ସାମିଲ କରିପାରିବେ। ଆଜି ଆମେ ଏହି ପ୍ରକ୍ରିୟାର ଉଦ୍ଭୟ ଅନଲାଇନ୍ ଏବଂ ଅଫଲାଇନ୍ ପ୍ରଣାଳୀ କହିବାକୁ ଯାଉଛୁ।

ଅନଲାଇନ୍ ପ୍ରଣାଳୀ

ଆପଣ ନିଜର ନାମ ଭୋଟର ଲିଷ୍ଟରେ ସାମିଲ କରିବା ପାଇଁ ୱେବସାଇଟକୁ ଯାଆନ୍ତୁ। ଏଠାରେ ଲିଙ୍କ କ୍ଳିକ୍ କରିବା ପରେ ସାଇନ ଆପ୍ କରନ୍ତୁ। ଏହାପାଇଁ ଆପଣଙ୍କୁ ନିଜର ନାମ ଏବଂ ପାସୱାଡ ସେଟ କରିବାକୁ ପଡିବ। ଏହାପରେ ସେଠାରେ ନିଜ ଫଟୋ ଏବଂ ଠିକଣା ସହ ସମସ୍ତ ଜରୁରୀ ଡକ୍ୟୁମେଣ୍ଟ ଦିଅନ୍ତୁ। ଯଦି କୌଣସି କାରଣରୁ ଫଟୋଗ୍ରାଫ ଅପଲୋଡ ହେଉନାହିଁ ତେବେ ବୁଥ ଲେବଲ ଅଫିସରଙ୍କୁ ଘରକୁ ଡାକି ଡକ୍ୟୁମେଣ୍ଟ ନେବା ପାଇଁ ଆବେଦନ କରନ୍ତୁ।

voter id

ଅଫଲାଇନ ପ୍ରକ୍ରିୟା

ଭାରତୀୟ ନିର୍ବାଚନ ଆୟୋଗର ୱେବସାଇଟ ଅଥବା ଇଆରଓ (ERO) ଅଫିସରୁ ଏକ ଫର୍ମ ନିଅନ୍ତୁ। ଏହାପରେ ଫର୍ମରେ ସଠିକ୍ ସୂଚନା ଦେବାପରେ ଏନେଇ ଆବଶ୍ୟକୀୟ ଡକ୍ୟୁମେଣ୍ଟକୁ ଯୋଡନ୍ତୁ।

-ଏହାପରେ ସେହି ଫର୍ମକୁ ନେଇ ପାଖ ନିର୍ବାଚନ ମଣ୍ଡଳରେ ଜମା କରନ୍ତୁ।

Voting-

-ଫର୍ମରେ ପାସପୋର୍ଟ ସାଇଜର ଫଟୋ ସହ ବୟସ ହିସାବରେ ଆବଶ୍ୟକୀୟ ଡକ୍ୟୁମେଣ୍ଟ ଦିଅନ୍ତୁ।

ଆପଣ ଆବେଦନ କରିଥିବା ଆପ୍ଳିକେସନ ଫର୍ମକୁ ଟ୍ରାକ୍ କରିବା ପାଇଁ ନିଜ ରେଜିଷ୍ଟର ମୋବାଇଲ ନମ୍ବରରୁ EPIC ଲେଖି ସ୍ପେସ୍ ଦେଇ ପରେ ନିଜର ଭୋଟରଆଇଡି ନମ୍ବର ଲେଖି ୯୨୧୧୭୨୮୦୮୨ ନମ୍ବରକୁ ପଠାଇଦିଅନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.