ପାକିସ୍ତାନ ଭାରତୀୟ ଶିଖ୍ ମାନଙ୍କ ପାଇଁ ଖୋଲିଲା ୫୦୦ ବର୍ଷ ପୁରୁଣା ଗୁରୁଦ୍ବାର

ପାକିସ୍ତାନର ପଞ୍ଜାବ ପ୍ରାନ୍ତ ନିକଟ ସିୟାଲ କୋଟରେ ଅବସ୍ଥିତ ୫୦୦ ବର୍ଷ ପୁରୁଣା ଗୁରୁଦ୍ବାରକୁ ଭାରତୀୟ ଶିଖ୍ ଶ୍ରଦ୍ଧାଳୁମାନଙ୍କ ପ୍ରବେଶ ପାଇଁ ଖୋଲାଯାଇଛି। ଏହା ପୂର୍ବରୁ ଭାରତୀୟ ଶିଖ୍ ବାବେ-ଦେ-ବେର ଗୁରୁଦ୍ବାରରେ ଦର୍ଶନ କରିପାରୁ ନଥିଲେ। ଏକ୍ସପ୍ରେସ୍ ଟ୍ରିବ୍ୟୁନ ରିପୋର୍ଟ ଅନୁଯାୟୀ ପାକିସ୍ତାନରେ ଏଭଳି ଅନେକ ଗୁରୁଦ୍ବାର ରହିଛି, ଯେଉଁଠାକୁ ଭାରତ ସମେତ ବିଶ୍ବର ସମସ୍ତ ଶିଖ୍ ଶ୍ରଦ୍ଧାଳୁମାନେ ଦର୍ଶନ କରିବା ପାଇଁ ଯାଇଥାନ୍ତି। ପାକିସ୍ତାନ ବ୍ୟତୀତ ୟୁରୋପ, କାନାଡା ଏବଂ ଆମେରିକୀ ଶିଖ୍ ଶ୍ରଦ୍ଧାଳୁମାନଙ୍କୁ ବାବେ-ଦେ-ବେର ଗୁରୁଦ୍ବାର ମଧ୍ୟକୁ ଯିବା ପାଇଁ ଅନୁମତି ରହିଥିଲା। କିନ୍ତୁ ବର୍ତ୍ତମାନ ଭାରତୀୟ ଶିଖ୍ ଶ୍ରଦ୍ଧାଳୁମାନେ ଏହି ଗୁରୁଦ୍ବାରରେ ଦର୍ଶନ କରିପାରିବେ। ପଞ୍ଜାବ ରାଜ୍ୟପାଳ ମୋହମ୍ମଦ ସରବର ରାଜ୍ୟ ସରକାରଙ୍କ ଔକପ ବିଭାଗକୁ ଭାରତରୁ ଆସୁଥିବା ଶିଖ୍ ଶ୍ରଦ୍ଧାଳୁମାନଙ୍କୁ ଏହି ଗୁରୁଦ୍ବାରରେ ଦର୍ଶନ କରିବା ପାଇଁ ଅନୁମତି ଦେବା ପାଇଁ ନିର୍ଦେଶ ଦେଇଥିଲେ।

sikhସୂଚନା ଅନୁଯାୟୀ ପ୍ରତ୍ୟେକ ବର୍ଷ ହଜାର ସଂଖ୍ୟାରେ ଶିଖ୍ ଶ୍ରଦ୍ଧାଳୁମାନେ ଗୁରୁ ନାନକଙ୍କ ଜୟନ୍ତି ଏବଂ ତାଙ୍କର ପୁଣ୍ୟ ତଥିରେ ପାକିସ୍ତାନ ଯାଇଥାନ୍ତି। ଏହା ପୂର୍ବରୁ ଭାରତ ଏବଂ ପାକିସ୍ତାନ ମଧ୍ୟରେ କରତାପୁର କରିଡରକୁ ନେଇ ଏକ ବୁଝାବଣା ହୋଇଥିଲା। ଏହି କରିଡର ପାକିସ୍ତାନ ସ୍ଥିତ ଗୁରୁଦ୍ବାର ସାହିବ ସହ ପଞ୍ଜାବର ଗୁରୁଦାସପୁରରେ ଅବସ୍ଥିତ ଡେରା ବାବା ନାମକୁ ଯୋଡିଥାଏ। ଏହି ସ୍ଥାନରେ ଗୁରୁ ନାନକ ଦେବ ରହିଥିଲେ ଏବଂ ସେ ସିୟାଲକୋଟର ଜଣାଶୁଣା ସନ୍ଥ ହମଜା ଗୌସାଙ୍କ ସାକ୍ଷାତ କରିଥିଲେ। ଏଠାରେ ଆଜି ମଧ୍ୟ ସେହି ସମୟର ବିଶାଳ ଲାଉ ଗଛ ରହିଛି। ଗୁରୁଦ୍ବାରର ନିର୍ମାଣ ନାତା ସିଂହ କରିଥିଲେ। ଏଠାରେ ବଡ ବଗିଚା, ଫୁଲ, କୂପ ଏବଂ ରହିବା ପାଇଁ କକ୍ଷ ମଧ୍ୟ ରହିଛି। ଏହି ଗୁରୁଦ୍ବାର ବାବରୀ ମସଜ୍ଜିଦ୍ ବିବାଦ ପରେ ଆଶିଂକ କ୍ଷତି ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.