Below header

ବିଧାନସଭା ଅଧିବେଶନର ଷଷ୍ଠ ଦିନ, କୃଷି ଓ କୃଷକ ସମସ୍ୟା ପ୍ରତି ସରକାର ଉଦାସୀନ ଶୀର୍ଷକରେ କଂଗ୍ରେସ ଆଣିଲା ମୁଲତବୀ ପ୍ରସ୍ତାବ

ଭୁବନେଶ୍ବର(କେନ୍ୟୁଜ୍): ବିଧାନସଭା ଅଧିବେଶନର ଷଷ୍ଠ ଦିନରେ ପ୍ରଶ୍ନକାଳ ସ୍ୱାଭାବିକ ଭାବେ ଚାଲିଛି । ପଞ୍ଚାୟତିରାଜ ଓ ପାନୀୟ ଜଳ, ଗ୍ରାମ୍ୟ ଉନ୍ନୟନ, ଜଙ୍ଗଲ ପରିବେଶ, ଗୃହ ନିର୍ମାଣ ଓ ଆଇନ ଆଦି ବିଭାଗର ପ୍ରଶ୍ନସୂଚୀ କାର୍ଯ୍ୟକ୍ରମ ରହିଛି। ୨୦୧୭-୧୮ରେ ରାଜ୍ୟର ୫୫୦ଟି ଶିଳ୍ପସଂସ୍ଥାରେ ୨ ଲକ୍ଷ ୬୬ ହଜାର ୮୫୪ ଜଣ ନିଯୁକ୍ତି ପାଇଥିବା ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ ସୂଚନା ଦେଇଛନ୍ତି । ରାଜ୍ୟ ବାହାରେ ୩୯,୫୫୩ ଜଣ ନିଯୁକ୍ତି ପାଇଛନ୍ତି । କେନ୍ଦୁଝର ଜିଲ୍ଲାର ୨୨ଟି ଶିଳ୍ପସଂସ୍ଥାରେ ୧୦ ହଜାର ୫୯୨ ଜଣ ଏବଂ ଖୋର୍ଦ୍ଧାରେ ୭ ହଜାର ୫୦୯ ଜଣଙ୍କୁ ନିଯୁକ୍ତି ମିଳିଛି । ସେହିପରି ୨୦୦୨ରୁ ୧୭ ମଧ୍ୟରେ ଦୁଇଥର ବ୍ଲକ ପୁନଃ ଗଠନ ହୋଇଥିବା ପଞ୍ଚାୟତରାଜ ମନ୍ତ୍ରୀ ସୂଚନା ଦେଇଛନ୍ତି । ୩୨୭ଟି ନୂଆ ବ୍ଲକ ଗଠନ ପାଇଁ ପ୍ରସ୍ତାବ ଆସିଛି । ଏହାସହ ଆଜି ବଜେଟ ଉପସ୍ଥାପନ ଉପରେ ଆଲୋଚନା କାର୍ଯ୍ୟକ୍ରମ ରହିଛି। ସେପଟେ କଂଗ୍ରେସ ପକ୍ଷରୁ ମୁଲତବୀ ପ୍ରସ୍ତାବ ଅଣାଯାଇଛି। ରାଜ୍ୟରେ କୃଷି ଓ କୃଷକ ସମସ୍ୟା ପ୍ରତି ରାଜ୍ୟ ସରକାର ଉଦାସୀନ ଶୀର୍ଷକରେ ମୁଲତବୀ ପ୍ରସ୍ତାବ ଅଣାଯାଇଛି। କୃଷି ମନ୍ତ୍ରୀ ଏହା ଉପରେ ଉତ୍ତର ରଖିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.