ଦୁଷ୍କର୍ମକାରୀଙ୍କୁ କରାଯିବ ନପୁଂସକ, କଡ଼ା ଆଇନ ଆଣିଲା ପାକିସ୍ତାନ

ଏକାଧିକ ବଳାତ୍କାର ଘଟଣାରେ ଦୋଷୀଙ୍କୁ ରାସାୟନିକ ପ୍ରକ୍ରିୟାରେ ନପୁଂସକ କରିଦିଆଯିବ  । ଏନେଇ ପାକିସ୍ତାନ ସଂସଦ ପକ୍ଷରୁ ଏକ ଅଇନ ପାସ ପାରିତ ହୋଇଛି  । ବର୍ତ୍ତମାନ ସମୟରେ ଦେଶରେ ମହିଳା ଓ ଶିଶୁ ମାନଙ୍କ ପ୍ରତି ବଢିଚାଲିଥିବା ଦୁଷ୍କର୍ମ ଜନିତ ଘଟଣାକୁ ଲକ୍ଷରେ ରଖି ଏପରି ଏକ ନିଷ୍ପତ୍ତି ନିଆଯାଇଥିବା ଜଣାଯାଇଛି  । ଏହି ନୂଆ ଆଇନ ଦ୍ୱାରା ଦୋଷୀଙ୍କୁ ଦଣ୍ଡ ମିଳିବାରେ କିଛିଟା ତ୍ୱରିତ ଆସିବ ଓ ପୀଡିତା ମାନେ ଶୀଘ୍ର ନ୍ୟାୟ ପାଇପାରିବେ  । ପାକିସ୍ତାନ କ୍ୟାବିନେଟ ଆଣ୍ଟି ରେପକୁ ନେଇ ଅର୍ଡିନାନ୍ସ ପାସ କରିବା ପରେ ଏଥିରେ ରାଷ୍ଟ୍ରପତି ଆରିଫ ଆଲଭିଙ୍କ ମୋହର ବାଜିବାର ଏକ ବର୍ଷ ପରେ ଏହି ବିଲ କାର୍ଯ୍ୟକାରୀ ହୋଇଛି  । ଏନେଇ ଦୋଷୀ ମାନଙ୍କ ସହମତି ରହିବା ନିହାତି ଜରୁରୀ  । ଆଉ ସ୍ପିଡ଼ ଟ୍ରାଏଲ ପାଇଁ ଏକ ସ୍ୱତନ୍ତ୍ର କୋର୍ଟ ମଧ୍ୟ ଗଠନ କରାଯିବ  ।

ସୂଚନା ଅନୁଯାୟୀ ବୁଧବାର ସଂସଦର ଏକ ମିଳିତ ଅଧିବେଶନରେ ଏହି ବିଲକୁ ଛାଡି ୩୩ ଟି ଅନ୍ୟାନ ବିଲ ବି ପାସ କରାଯାଇଛି  । ପାକିସ୍ତାନ ପେନାଲ କୋଡ଼ ୧୮୬୦ ଓ କୋଡ ଅଫ କ୍ରିମିନାଲ ପ୍ରୋସିଯ୍ୟୁର ୧୮୯୮କୁ ବଦଳେଇବା ନେଇ ଆଇନ ବି ସାମିଲ ରହିଛି  । କହିରଖିବା ଉଚିତ ହେବକି କେମିକାଲ କାଷ୍ଟ୍ରସନ ପ୍ରକ୍ରିୟାରେ ବ୍ୟକ୍ତିଙ୍କର ଯୌନ କ୍ଷମତାକୁ ନଷ୍ଟ କରିଦିଆଯାଏ  । ଯାହା ଦ୍ୱାରା ଜୀବନ ସାରା ସେ ଆଉ କେବେ ବି ଯୌନକ୍ରିୟା କରିପାରିବେ ନାହିଁ  । ଅନ୍ୟପକ୍ଷରେ ଜମାତ ଇ ଇସ୍ଲାମୀ ସିନେଟର ମୁସ୍ତାଖ ଅହମ୍ମଦ ଏହି ବିଲକୁ ବିରୋଧ କରିବା ସହିତ ଏହା ସରିଆ ଆଇନ ବିରୋଧୀ ବୋଲି ବୟାନ ଦେଇଛନ୍ତି  । କେମିକାଲ କାଷ୍ଟ୍ରସନ ଦ୍ୱାରା ଦେଶରେ ସେକସୁଆଲ ଆକ୍ଟିଭିଟି କମିବ ବୋଲି ଜଣାଯାଇଛି  । ଦକ୍ଷିଣ କୋରିଆ, ପୋଲାଣ୍ଡ, କେଚ ରିପବ୍ଲିକ ସମେତ ୟୁଏସ ପରି ଦେଶ ଗୁଡିକରେ ଏହାକୁ ଆଇନ ଭାବରେ ଲାଗୁ କରାଯାଇଛି  ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.