ପ୍ରତିବନ୍ଧ / ପାକିସ୍ତାନ ଚ୍ୟାନେଲରେ ଚାଲିବ ନାହିଁ ହିନ୍ଦୁସ୍ତାନୀ ଟିଭି ଶୋ, ଏହା ଆମ ପରମ୍ପରା ପାଇଁ କ୍ଷତି : ପାକିସ୍ତାନ ସୁପ୍ରିମ୍ କୋର୍ଟ

ପାକିସ୍ଥାନର ମୁଖ୍ୟ ବିଚାରପତି ସାକିବ ନିସାର କହିଛନ୍ତି ଯେ ଦେଶର ସୁପ୍ରିମ କୋର୍ଟ ଏବେ ଭାରତୀୟ ଟିଭି ଶୋକୁ ପାକିସ୍ତାନୀ ଟିଭି ଚ୍ୟାନେଲରେ ଦେଖାଇବା ପାଇଁ ଅନୁମତି ଦେବ ନାହିଁ। ସାକିବଙ୍କର କହିବା କଥା ଯେ ଭାରତୀୟ ଟିଭି ଶୋ ତାଙ୍କ ପରାମ୍ପରା ଉପରେ କ୍ଷତି ପହଁଚାଉଛି।
ଆବେଦନକାରୀଙ୍କ ଶୁଣାଣୀରେ ଆସିଲା ବୟାନ
-ପାକିସ୍ତାନର ଏକ ନ୍ୟୁଜ ଖବର ଅନୁଯାୟୀ ସାକିବ ନିସାରଙ୍କର ଏହି ବୟାନ ତିନି ସଦସ୍ୟଙ୍କର ଏପେକ୍ସ କୋର୍ଟ ବେଞ୍ଚର ଶୁଣାଣୀରେ ଆସିଲା। ଯେଉଁଠି ସେ ପାକିସ୍ତାନ ଇଲେକଟ୍ରୋନିକ ମିଡିଆ ରେଗୁଲେଟ୍ରୀ ଅଥୋରିଟୀ(PEMRA)ଙ୍କ ଆବେଦନର ଶୁଣାଣୀ କରୁଥିଲେ। ଏହି ଆବେଦନ ଦେଶର ଟିଭି ଚ୍ୟାନେଲରେ ଭାରତୀୟ ସାମଗ୍ରୀର ପ୍ରସାରଣରେ ପ୍ରତିବନ୍ଧ ଲଗାଇବା ପାଇଁ ଉଚ୍ଚ ନ୍ୟାୟାଳୟଙ୍କର ନିଷ୍ପତ୍ତି ବିରୋଧରେ ରୁଜୁ କରାଯାଇଥିଲା।
ଏହା ସହ ପଢ଼ନ୍ତୁ : ମନମୋହନ ସିଂହଙ୍କ ପରେ ଏବେ ବଡ଼ ପରଦାରେ ଦେଖାଦେବେ ପିଏମ୍ ନରେନ୍ଦ୍ର ମୋଦି, ସାମ୍ନାକୁ ଆସିଲା ପ୍ରଥମ ଲୁକ୍
-PEMRAର ଓକିଲ ଜାଫର ଇକବାଲ କଲନୌରୀ ସୁପ୍ରିମ କୋର୍ଟ କହିଲେ ଯେ ଏହି ବ୍ୟାନ ହାଇକୋର୍ଟର ବ୍ୟାନ ଆଇନ ରୁଜୁ ହେବା ପୂର୍ବରୁ ଲଗାଯାଇଥିଲା। ଅଥରିଟୀର ଚେୟାରମ୍ୟାନ କହିଲେ ଯେ ଫିଲ୍ମଜିଆ ଚ୍ୟାନେଲରେ ଦେଖାଯାଉଥିବା କଣ୍ଟେଟ ୬୫ ପ୍ରତିଶତ ଅଂଶ ଦ୍ବିତୀୟ ଦେଶର ଥିଲା। କେତେକ ଥର ୮୦ ପ୍ରତିଶତ ପର୍ୟ୍ୟନ୍ତ ବଢ଼ି ଯାଇଥାଏ।
-ଯେତେବେଳେ ବେଞ୍ଚ ସାମ୍ନାରେ ଦଲିଲ ଦିଆଗଲା ଯେ ଫିଲ୍ମିଜିଆ ଏକ ନ୍ୟୁଜ୍ ଚ୍ୟାନେଲ ନୁହେଁ ବରଂ ଗୋଟିଏ ମନୋରଞ୍ଜନ ଚ୍ୟାନେଲ ଅଟେ। ଏହା କୌଣସି ପ୍ରକାରର ପ୍ରଚାର କରି ନଥାଏ। ସେଥିରେ ମୁଖ୍ୟ ବିଚାରପତି ଓକିଲଙ୍କୁ ଫୋର୍ସ କରିବା ଭଳି କହିଲେ ଯେ, ଯାହା ଭି ହେଉ, ଏହା ଆମର ସଂସ୍କ୍ରୁତିକୁ କ୍ଷତି ପହଁଚାଉଛି। ଆମେ କୌଣସି ବି ଭାରତୀୟ କଣ୍ଟେଟକୁ ଦେଖାଇବା ପାଇଁ ଅନୁମତି ଦେବୁ ନାହିଁ।
ଫ୍ରେବ୍ରୁୟାରୀ ପର୍ୟ୍ୟନ୍ତ ସ୍ଥଗିତ ରହିଲା ଶୁଣାଣୀ
-ପାକିସ୍ତାନ ସୁପ୍ରିମ କୋର୍ଟର ମୁଖ୍ୟ ନ୍ୟାୟାଧୀଶ୍ ପାକିସ୍ତାନ ବ୍ରୋଡକାସ୍ଟର୍ସ ଆସୋସିଏସନର ଓକିଲ କୋର୍ଟରେ ଉପସ୍ଥିତ ନହେବା କାରଣରୁ ଶୁଣାଣୀକୁ ଫେବ୍ରୁୟାରୀର ପ୍ରଥମ ସପ୍ତାହ ପର୍ୟ୍ୟନ୍ତ ସ୍ଥଗିତ କରିଦେଇଛନ୍ତି।
-୨୦୧୬ରେ ପେମରା (PEMRA) ଭାରତୀୟ ଟିଭି ଶୋକୁ ପାକିସ୍ତାନର ଲୋକାଲ ଚ୍ୟାନେଲ ଏବଂ ଏଫଏମ ରେଡିଓ ଚ୍ୟାନେଲରେ ଟେଲିକାଷ୍ଟ କରିବାରେ ବ୍ୟାନ ଲଗାଇଥିଲେ। ଅବଶ୍ୟ ଏହି ନିର୍ଣ୍ଣୟ ଯେମିତି ସେମିତି ରହିଲା, ଯେତେବେଳେ ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରୀରେ ପାକିସ୍ତାନୀ କଳାକାରଙ୍କୁ ବ୍ୟାନ କରିବାର କଥା ହେଉଥିଲା।