Below header

ପାକିସ୍ତାନୀଙ୍କ ପ୍ରତିକ୍ରିୟ : ଭାରତରେ ଆପଲ ଷ୍ଟୋର ଆଗରେ ଧାଡି ତ ପାକିସ୍ତାନରେ ମାଗଣା ରାସନ ପାଇବା ପାଇଁ ଧାଡି

ଭାରତ ଓ ପାକିସ୍ତାନକୁ ନେଇ ସର୍ବଦା ଟକ୍କର ଚାଲିଥାଏ । ପାକିସ୍ତାନ ସର୍ବଦା ନିଜକୁ ଭାରତ ସହ ସମକ୍ଷକ ବୋଲି ବାହାସ୍ଫୋଟ ମାରୁଥିବା ବେଳେ ଏହାର ପ୍ରକୃତ ସ୍ୱରୁପ ପଦାରେ ପକାଇଛନ୍ତି ପାକିସ୍ତାନର ସାଧାରଣ ଜନତା । ନିକଟରେ ଭାରତର ମୁମ୍ବାଇ ଓ ଦିଲ୍ଲୀରେ ଆପଲ ତା’ର ଷ୍ଟୋର ଖୋଲିଛି । ଷ୍ଟୋରର ଉନ୍ମୋଚନ ଉତ୍ସବରେ ଆପଲ ସିଇଓ ଟିମ୍‌ କୁକ୍‌ ଆସି ଏହାର ଉଦଘାଟନ କରିଥିଲେ ।

ନୂଆଦିଲ୍ଲୀ : ଭାରତ ଓ ପାକିସ୍ତାନକୁ ନେଇ ସର୍ବଦା ଟକ୍କର ଚାଲିଥାଏ । ପାକିସ୍ତାନ ସର୍ବଦା ନିଜକୁ ଭାରତ ସହ ସମକ୍ଷକ ବୋଲି ବାହାସ୍ଫୋଟ ମାରୁଥିବା ବେଳେ ଏହାର ପ୍ରକୃତ ସ୍ୱରୁପ ପଦାରେ ପକାଇଛନ୍ତି ପାକିସ୍ତାନର ସାଧାରଣ ଜନତା । ନିକଟରେ ଭାରତର ମୁମ୍ବାଇ ଓ ଦିଲ୍ଲୀରେ ଆପଲ ତା’ର ଷ୍ଟୋର ଖୋଲିଛି । ଷ୍ଟୋରର ଉନ୍ମୋଚନ ଉତ୍ସବରେ ଆପଲ ସିଇଓ ଟିମ୍‌ କୁକ୍‌ ଆସି ଏହାର ଉଦଘାଟନ କରିଥିଲେ ।

ଷ୍ଟୋର ଗୁଡିକ ଆଗରେ ଲମ୍ବା ଧାଡି ଥିବାର ଦେଖାଯାଇଥିଲା । ଲୋକେ ମଧ୍ୟ କୁକ୍‌ ଙ୍କ ସହ ସେଲଫି ନେବାର ଦେଖାଯାଉଥିଲା । ଏହାକୁ ଦେଖି ପାକିସ୍ତାନରେ ବଡ଼ ପ୍ରତିକ୍ରିୟା ଦେଖାଯାଇଛି । ପାକିସ୍ତାନର ସାଧାରଣ ଜନତା ଏଥିପାଇଁ ପାକିସ୍ତାନର ସରକାର ମନ ଖୋଲି ସମାଲୋଚନା କରିଛନ୍ତି । ଜଣେ ବ୍ୟକ୍ତି ଟ୍ଵିଟରରେ ଭାରତରେ ନିବେଶକଙ୍କ ଅନୁକୂଳ ପରିବେଶକୁ ପ୍ରଶଂସା କରିଥିବା ବେଳେ ଭାରତ ସହ ପାକିସ୍ତାନର ତୁଳନା କରିବା ନାଟକ ଶେଷ ହୋଇଛି ବୋଲି କହିଛନ୍ତି ।

ଭାରତ ଉନ୍ନତି କରୁଥିବା ବେଳେ ପାକିସ୍ତାନରେ ଲୋକେ ଖାଦ୍ୟ ପାଇଁ ସଂଘର୍ଷ କରୁଥିବା କହିଛନ୍ତି । ଅନ୍ୟ ଜଣେ ଟ୍ଵିଟରେ ଲେଖିଛନ୍ତି, ଭାରତ ଠାରୁ ଆମେ ବହୁତ ଦୂରରେ । ପାକିସ୍ତାନ ନେତାମାନେ କେବଳ ପ୍ରତିରକ୍ଷା ବଢ଼ାଇବା ଆଳରେ ବାହାରୁ ଟଙ୍କା ଆଦାୟ କରୁଛନ୍ତି । ହେଲେ ଏଠାକାର ଲୋକେ ଖାଇବାକୁ ପାଉ ନାହାଁନ୍ତି ।

ପାକିସ୍ତାନରେ ଲୋକେ ମାଗଣା ରାସନ ପାଇବା ପାଇଁ ଲମ୍ବା ଧାଡିରେ ଠିଆ ହେଉଥିବା ବେଳେ ଭାରତରେ ଲୋକେ ଆପଲ ଷ୍ଟୋର ଆଗରେ ଧାଡି ଦେଉଛନ୍ତି । ଏହା ହିଁ ପାକିସ୍ତାନର ଅବସ୍ଥା ବୋଲି ଜନସାଧାରଣ ସମାଲୋଚନା କରିଛନ୍ତି । ପାକିସ୍ତାନ ସରକାରଙ୍କୁ ବିରୋଧରେ ଅନେକ ଜନସାଧାରଣ ସମାଲୋଚନା କରୁଥିବାର ଦେଖାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.