Below header

ପାଣି, ରିଫାଇନ୍‌ଡ ଓ କେମିକାଲରୁ ତିଆରି ହେଉଛି ପନୀର, ଦେଖନ୍ତୁ ଫ୍ୟାକ୍ଟ୍ରି ଭିତରର ପୂରା ଭିଡିଓ

ପନୀର ପ୍ରେମୀଙ୍କୁ ଏହି ଖବର ପଢ଼ିବା ପରେ ଶକ୍ତ ଧକ୍କା ଲାଗିପାରେ। କାରଣ ମାମଲା ହେଉଛି ନକଲି ପନୀରର। ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ୍‌ ଭାଇରାଲ ହେଉଛି। ଭିଡିଓରେ ଏକ ପନୀର ଫ୍ୟାକ୍ଟ୍ରି ଉପରେ ଚଢ଼ଉ ହେଉଥିବା ଦେଖାଯାଇଛି। ତେବେ ଏହି ଚଢ଼ଉ ବେଳେ ଆଶ୍ଚର୍ଯ୍ୟ କରିଦେବା ଭଳି ତଥ୍ୟ ସାମ୍ନାକୁ ଆସିଛି। ଫ୍ୟାକ୍ଟ୍ରିରେ ପାଣି ଓ ରିଫାଇନ୍ଡ ମିଶାଇ ପନିର ତିଆରି କରାଯାଉଥିବା ଦେଖାଯାଇଛି। ଏଠାରେ ପ୍ରଚୁର ପରିମାଣର ରିଫାଇନ୍ଡ ଡବା ଥିବା ବେଳେ କ୍ଷୀର ନାଁରେ କେମିକାଲ ମିଶାଯାଉଥିବା ଧରାପଡ଼ିଛି।

ଦେଖନ୍ତୁ ପୂରା ଭିଡିଓ:

VideO Credit: fb/ Varun Sheokand

ଏ ନେଇ ମାଲିକ କହିଛନ୍ତି, ଲୋକେ ଯେଉଁ ଦାମ୍‌ର ପନୀର ଚାହୁଁଛନ୍ତି ଆମେ ସେଭଳି ପନୀର ଦେଉଛୁ। ଯଦି କାହାକୁ ଶସ୍ତା ପନୀର ଦରକାର, ତେବେ ତାଙ୍କୁ ପାଣିରେ ତିଆରି କରି ଦେଉଛୁ। ଆଉ ଟିକେ ଦାମୀ ହେଲେ ରିଫାଇନ୍ଡ ଓ କେମିକାଲ ମିଶାଇ ଦେଉଛୁ। ସେ ଦିଲ୍ଲୀ, ଫରିଦାବାଦ ସମେତ ପ୍ରାୟ ଆଖପାଖ ଅଞ୍ଚଳକୁ ପ୍ରତିଦିନ ୭୦୦ରୁ ୮୦୦ କିଲୋ ପନୀର ଦେଉଥିବା କହିଛନ୍ତି।

paneer3
Image Credit: indiatoday

ଏହାକୁ କିଭଳି ତିଆରି କରୁଛନ୍ତି ସେ ନେଇ ମଧ୍ୟ ସେ ଖୁଲାସା କରିଛନ୍ତି। ମାଲିକ କହିଛନ୍ତି, ଆମେ ପାଣିରେ ବରଫ ମିଶାଇ ଫେଣ୍ଟିଥାଉ। ତା’ପରେ ସେଥିରେ ରିଫାଇନ୍ଡ ଓ କେମିକାଲ ପକାଉ। ଏହାକୁ ପନୀର ଭଳି ଧଳା ରଙ୍ଗର କରିବାକୁ ଏଥିରେ କେମିକାଲ ମିଶାଯାଏ। ତେବେ ଯେଉଁ ସ୍ଥାନରେ ଏହି ପନୀର ତିଆରି କରାଯାଉଛି, ତାହା ଅତ୍ୟନ୍ତ ଅପରିଷ୍କାର। ସେଠାରେ ମାଛି ଭଣ ଭଣ ହେଉଥିବା ଦେଖିବାକୁ ମିଳିଥିଲା। ପୋଲିସ ଉକ୍ତ ଫ୍ୟାକ୍ଟ୍ରି ମାଲିକଙ୍କୁ ଗିରଫ କରିବା ସହ ସମସ୍ତ ସାମଗ୍ରୀ ଜବତ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.