ଚାଟାର୍ଡ ଆକାଉଣ୍ଟାଟରେ ଟପ୍ପର, କିନ୍ତୁ ଆଗକୁ ପାଠ ପଢ଼ିବାକୁ ସାଥ୍ ଦେଉନି ଅର୍ଥ

ପଟାମୁଣ୍ଡାଇ (କେନ୍ୟୁଜ) : ପ୍ରତିଭା ଯେ କେବଳ ଧନୀ ଘରେ ଜନ୍ମ ହୁଅନ୍ତି ତାହା ନୁହେଁ । ଚା ବାଲାଙ୍କ ପୁଅ ଚାଟାର୍ଡ ଆକାଉଣ୍ଟସ୍‌ରେ ଟପର ହୋଇଛନ୍ତି। ଏକଥା ତାର ବଡ଼ ପ୍ରମାଣ । ଗରିବ ପୁଅ ହୋଇବି ପାଇଛନ୍ତି ବଡ ସଫଳତା। କିନ୍ତୁ ତାଙ୍କର ଏହି ସଫଳତାରେ ସେ ଖୁସି ହେବେ ନା ଦୁଃଖ କରିବେ ଜାଣି ପାରୁନାହାଁନ୍ତି। କାହିଁକିନା ପାଠ ପଢ଼ାରେ ବାଟ ଓଗାଳିଛି ଦାରିଦ୍ର୍ୟ। ସ୍ୱପ୍ନ ଦେଖିବା ପୂର୍ବରୁ ଅର୍ଥାଭାବ ତାଙ୍କ ସ୍ୱପ୍ନ ସବୁକୁ ଭାଙ୍ଗି ରୁଜି ଚୁରମାର କରିଦେଉଛି।

ନାଁ ତାଙ୍କର ସୁନିଲ ପଣ୍ଡା। ଘର ପଟାମୁଣ୍ଡାଇ କୁନ୍ଦୁପୁର ଗାଁର। ବାପା ଚା ଦୋକାନ କରି ଘର ଚଳାନ୍ତି । ଗାଁ ପାଖ ଛକରେ ଗୋଟିଏ ଛୋଟିଆ ଚା ଦୋକାନ କରିଛନ୍ତି ସୁନିଲଙ୍କ ବାପା। ବାପାଙ୍କୁ ଏତେ ପରିଶ୍ରମ କରୁଥିବାର ଦେଖି ପାଠ ପଢ଼ା ସହିତ ଅବସର ସମୟରେ ସୁନିଲ ବାପାଙ୍କ ଚା ଦୋକାନକୁ ଯାଇ ତାଙ୍କୁ ସାହାଯ୍ୟ କରନ୍ତି। କିନ୍ତୁ ଚା ଦୋକାନରେ ଯାହା କିଛି ରୋଜଗାର ହୁଏ ତାହା ପରିବାର ଚଳାଇବାକୁ ଯଥେଷ୍ଟ ହୁଏ ନାହିଁ ।

ତେବେ ଏଇ ଗରିବ ଘରୁ ସଂର୍ଘଷ କରି ନିଜ ପରିବାର ଓ ଗାଁ ପାଇଁ ଗୌରବ ଆଣିଛନ୍ତି ସୁନିଲ। ଉଚ୍ଚ ଶିକ୍ଷା ଓ ନିଜର ସ୍ୱପ୍ନ ସାକାର କରିବାକୁ ଦିନ ରାତି ପାଠ ପଢୁଛନ୍ତି ହେଲେ ସୁନିଲ ଏବେ ନିଜ ଭବିଷତ୍ଯକୁ ନେଇ ଭାଙ୍ଗି ପଡିଛନ୍ତି। କାହିଁକିନା ଆଗକୁ ବଢ଼ିବା ଓ ପଢ଼ିବା ପାଇଁ ପାଖରେ ନାହଁ ଆବଶ୍ୟକ ଅର୍ଥ। ମାଟ୍ରିକରେ ପରୀକ୍ଷାରେ ୮୭ ପ୍ରତିଶତ ଏବଂ ଯୁକ୍ତ ୨ ବାଣିଜ୍ୟରେ ୯୨ ପ୍ରତିଶତ ମାର୍କ ରଖିଛନ୍ତି ସୁନିଲ। କେବଳ ଏତିକି ନୁହେଁ ସୁନିଲ ସି.ଏ ଫାଉଣ୍ଡେସନ ପରୀକ୍ଷାରେ ଓଡିଶା ଟପ୍ପର ହୋଇଛନ୍ତି କିନ୍ତୁ ଆଡମିସନ୍ ପାଇଁ ନାହିଁ ଟଙ୍କା।

ଏପଟେ ପୁଅର ସ୍ୱପ୍ନକୁ ପୂରଣ କରିବା ପାଇଁ ସରକାରଙ୍କ ନିକଟରେ ପ୍ରତ୍ସୋହନ ରାଶି ପାଇଁ ଗୁହାରି କରିଛନ୍ତି ସୁନିଲଙ୍କ ମାଆ ଏବଂ ନିବେଦନ କରିଛନ୍ତି ଗ୍ରାମବାସୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.