ବୁଲେଟରେ ବସି ଯୁବତୀ କରୁଥିଲେ ବିପଦପୂର୍ଣ୍ଣ ଷ୍ଟଣ୍ଟ, ତା’ ପରେ ଏମିତି ହେଲା ‘ପାପା କୀ ପରୀ’ଙ୍କ ଅବସ୍ଥା

ଦିଲ୍ଲୀର ସେଟ ଗାଜିଆବାଦ ଜିଲ୍ଲାରେ ବିପଦପୂର୍ଣ୍ଣ ଷ୍ଟଣ୍ଟ ଭିଡିଓ ଭାଇରଲ ହେଉଛି। ଏହି ଷ୍ଟଣ୍ଟକୁ କୌଣସି ପୁଅ ନୁହେଁ ବରଂ ଝିଅ କରୁଛନ୍ତି। ବିପଦପୂର୍ଣ୍ଣ ଷ୍ଟଣ୍ଟ କରୁଥିବା ଏହି ଭିଡିଓରେ ଜଣେ ଝିଅ ବୁଲେଟ ଚଳାଉଥିବା ଦେଖିବାକୁ ମିଳିଛି। ବୁଲେଟ ଚଳାଉଥିବା ଯୁବତୀଙ୍କ କାନ୍ଧରେ ଆଉ ଜଣେ ଯୁବତୀ ବସିଛନ୍ତି। ବାଇକରେ ଗାଜିଆବାଦର ନମ୍ବର ରେଜିଷ୍ଟ୍ରର ହୋଇଛି। ଭିଡିଓ ଭାଇରଲ ହେବା ପରେ ଗାଜିଆବାଦ ପୋଲିସ କାର୍ଯ୍ଯାନୁଷ୍ଠାନ ନେଇଛି। ପୋଲିସ ଏହି ବାଇକର ଚାଲାଣ କାଟିଛି।

୧୨ ସେକେଣ୍ଡର ଭାଇରଲ ହୋଇଥିବା ଏହି ଭିଡିଓରେ ଜଣେ ଯୁବତୀ ବୁଲେଟ ଚଲାଉଥିବା ବେଳେ ଅନ୍ଯ ଜଣେ ଯୁବତୀ ତାଙ୍କ କାନ୍ଧରେ ବସିଥିବା ନଜର ଆସିଛନ୍ତି। ଦୁଇ ଜଣ ଯୁବତୀ ଲାଲ ରଙ୍ଗର ଟି-ସାର୍ଟ ପିନ୍ଧିଛନ୍ତି। ଦୁହେଁ ଏପରି ଷ୍ଟଣ୍ଟ କରୁଥିବା ସମୟରେ ହେଲମେଟ ପିନ୍ଧିନାହାନ୍ତି। ଭିଡିଓ ରୋଡରେ ଷ୍ଟଣ୍ଟ କରୁଥିବା ବେଳେ ରାସ୍ତାରେ ଲୋକମାନେ ଯିବା ବେଳେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କିନ୍ତୁ ଯୁବତୀ ଦୁଇ ଜଣ କୌଣସି କଥାକୁ ଖାତିର ନ କରି ନିଜର ଷ୍ଟଣ୍ଟ ଦେଖାଇବାରେ ବ୍ଯସ୍ତ ରହିଛନ୍ତି।

ଭିଡିଓ ଭାଇରଲ ହେବା ପରେ ଗାଜିଆବାଦ ପୋଲିସ କାର୍ଯ୍ଯାନୁଷ୍ଠାନ ନେଇଛି। ପୋଲିସ ଏହି ବାଇକର ୧୧ ହଜାର ଟଙ୍କାର ଚାଲାଣ କାଟିଛି। ଯାହା ବିଷୟରେ ଟ୍ବିଟରରେ ସୂଚନା ଦେଇଛି ଗାଜିଆବାଦ ପୋଲିସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.