Below header

ଅଫିସ୍‌ରେ ଶାରୀରିକ ସମ୍ପର୍କ ରଖିବାରେ ଏହି ସହର ରହିଛି ସବୁଠାରୁ ଆଗରେ, ସର୍ଭେରେ ହେଲା ଖୁଲାସା

ଶାରୀରିକ ସମ୍ବନ୍ଧ ଆଜି ବି ଏକ ଏମିତି ପ୍ରସଙ୍ଗ ହୋଇରହିଛି, ଯାହା ବିଷୟରେ କଥା ହେବାକୁ ଲୋକେ ଲାଜ କରିଥାଆନ୍ତି। କିନ୍ତୁ ଏବେ ଧୀରେ ଧୀରେ ଲୋକଙ୍କ ମାନସିକତାରେ ପରିବର୍ତ୍ତନ ଆସୁଛି। ନିକଟରେ ଏକ ଗଣମାଧ୍ୟମ ଦ୍ୱାରା ଦେଶସାରା ଏକ ସର୍ଭେ କରାଯାଇଥିଲା। ଏଥିରେ ସେକ୍ସକୁ ନେଇ ଭାରତର ଲୋକଙ୍କ ମନରେ କ’ଣ ଭାବନା ରହିଛି, ତାହା ଉପରେ କିଛି ପ୍ରଶ୍ନ ପଚରାଯାଇଥିଲା।

ଏହାସହ ପଢ଼ନ୍ତୁ: ମଧ୍ୟ ପ୍ରଦେଶରେ ଚମତ୍କାରୀ ମହୁଆ ଗଛ ପାଇଁ ଘଟିଲା ହିଂସାକାଣ୍ଡ, ୧୨ ପୋଲିସ କର୍ମୀ ଆହତ, ୫ ଗୁରୁତର

ଏହି ସର୍ଭେରେ ଲୋକଙ୍କୁ ପଚରାଯାଇଥିଲା, ‘ଆପଣ କେବେ ଅଫିସରେ ଶାରୀରିକ ସମ୍ପର୍କ ରଖିଛନ୍ତି କି’? ଏହି ପ୍ରଶ୍ନରେ ସବୁଠାରୁ ଅଧିକ ୨୮ ପ୍ରତିଶତ ଦିଲ୍ଲୀବାସୀ ଉତ୍ତର ରଖିଥିଲେ। ଅର୍ଥାତ୍‌ ଅଫିସ୍‌ ପରିସରରେ ଶାରୀରିକ ସମ୍ବନ୍ଧ ବନାଇବାରେ ଦିଲ୍ଲୀବାସୀ ସବୁଠାରୁ ଆଗରେ ଅଛନ୍ତି। ଦିଲ୍ଲୀ ପରେ କୌଣସି ମେଟ୍ରୋ ସିଟି ନୁହେଁ, ବରଂ ରାଞ୍ଚି ଦ୍ୱିତୀୟ ସ୍ଥାନରେ ରହିଥିଲା। ଏଠାକାର ୧୯.୫ ପ୍ରତିଶତ ଲୋକ ଅଫିସ୍‌ରେ ସେକ୍ସ କରିବା ପ୍ରଶ୍ନରେ ଉତ୍ତର ରଖିଥିଲେ।

re3

ସେପଟେ ଦିଲ୍ଲୀ ନିକଟ ନୋଏଡା ଏବଂ ଗୁରୁଗ୍ରାମର ଶତ ପ୍ରତିଶତ ଲୋକ ଏହି ପ୍ରଶ୍ନରେ କୌଣସି ଉତ୍ତର ଦେଇ ନ ଥିଲେ। ଅର୍ଥାତ୍‌ ସେମାନେ କେବେ ବି ଅଫିସ୍‌ରେ ଶାରୀରିକ ସମ୍ପର୍କ ରଖିନାହାନ୍ତି। ଏହାଛଡ଼ା ଇନ୍ଦୋର, କୋଲକାତା ଏବଂ ଚଣ୍ଡୀଗଡ଼ରେ ମଧ୍ୟ ୯୯ ପ୍ରତିଶତ ଲୋକ ଅଫିସ୍‌ରେ ଶାରୀରିକ ସମ୍ବନ୍ଧ ବନେଇବା ପ୍ରଶ୍ନରେ ଉତ୍ତର ନା ବୋଲି ଦେଇଥିଲେ।

ଏହାସହ ପଢ଼ନ୍ତୁ: ‘ଗୁରୁଜୀ ମୁଁ ଆସୁଛି’ ବୋଲି କହି ବିଲ୍ଡିଂରୁ କୁଦିପଡ଼ିଲେ ଯୁବ ଇଞ୍ଜିନିୟର, ଘଟଣା ଜାଣିଲେ ଚକିତ ହୋଇଯିବେ ଆପଣ

ଏତଦ୍‌ ବ୍ୟତୀତ ଲୋକଙ୍କୁ ଏହା ମଧ୍ୟ ପଚରାଯାଇଥିଲା, ‘କେବେ ଆପଣ ଅଫିସରେ ଶାରୀରିକ ସମ୍ବନ୍ଧ ବିଷୟରେ ଭାବିଛନ୍ତି କି’? ଏହି ପ୍ରଶ୍ନରେ ଲକ୍ଷ୍ନୌର ୪୮ ପ୍ରତିଶତ, ଚେନ୍ନାଇର ୪୨ ଏବଂ ଗୁରୁଗ୍ରାମର ୪୩ ପ୍ରତିଶତ ଲୋକ ନିଜର ଇଚ୍ଛା ଜଣାଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.