ସିଗାରେଟ୍ କିଣିବା ପାଇଁ ଫ୍ରାନ୍ସରୁ ଚାଲି ଚାଲି ସ୍ପେନ୍ ଯାଉଥିଲେ ବ୍ୟକ୍ତି, ହେଲିକପ୍ଟର ଦ୍ଵାରା କରିବାକୁ ପଡିଲା ଉଦ୍ଧାର

କରୋନା ଭାଇରସ୍ କାରଣରୁ ପ୍ରାୟତଃ ସବୁ ଦେଶରେ ଲକ୍ ଡାଉନ୍ ଘୋଷଣା କରାଯାଇଛି । ଏସବୁ ସତ୍ତ୍ୱେ ମଧ୍ଯ କିଛି ଏଭଳି କିଛି ଲୋକ ଅଛନ୍ତି ଯେଉଁମାନେ ଏବେବି ଘରୁ ବାହାରି ବାହାରେ ବୁଲିବାରେ ଲାଗିଛନ୍ତି । ତେବେ ନିକଟରେ ଫ୍ରାନ୍ସରେ ଏପରି ଏକ ଘଟଣା ଘଟିଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ଯ ହୋଇଯିବେ । ଏଠାରେ ଜଣେ ଲୋକ କେବଳ ସିଗାରେଟ୍ ଆଣିବା ପାଇଁ ନିଜ ଜୀବନକୁ ବାଜି ଲଗାଇ ଫ୍ରାନ୍ସରୁ ପାଦରେ ଚାଲି ଚାଲି ସ୍ପେନ୍ ଯାଉଥିଲେ ।

ପୋଲିସର କହିବା ଅନୁଯାୟୀ ପ୍ରଥମେ ଉକ୍ତ ଯୁବକ ଜଣଙ୍କ ପ୍ରଥମେ କାରରେ ଯିବାପାଇଁ ଚେଷ୍ଟା କରିଥିଲେ କିନ୍ତୁ ତାଙ୍କୁ ଚେକ୍ ପଏଣ୍ଟରେ ରୋକି ଦିଆଯାଇଥିଲା । ଏହାପରେ ସେ ପାଦରେ ଚାଲି ଚାଲି ଯିବାପାଇଁ ନିଷ୍ପତ୍ତି ନେଇଥିଲେ । ସେଥିପାଇଁ ସେ ଦୁଇ ଦେଶର ସୀମାକୁ ଯୋଗ କରୁଥିବା ପାହାଡ଼ି ରାସ୍ତାକୁ ବାଛିଥିଲେ । ତେବେ ଏହି ପାହାଡିଆ ରାସ୍ତା ଦେଇ ଯାଉଥିବା ସମୟରେ ସେ ଏକ ଝରଣାରେ ପଡିଯାଇଥିଲେ ଏବଂ ଏହାପରେ ତାଙ୍କୁ ହେଲିକପ୍ଟର ସାହାଯ୍ୟରେ ଉଦ୍ଧାର କରାଯାଇଥିଲା ।

ପୋଲିସର କହିବା ଅନୁଯାୟୀ ବ୍ୟକ୍ତି ଜଣଙ୍କ ଶନିବାର ଦକ୍ଷୀଣ ଫ୍ରାନ୍ସର ପେର୍ପିଙ୍ଗନ୍ ସହରରୁ ସିଗାରେଟ୍ କିଣିବା ପାଇଁ ସ୍ପେନ୍ ଯାଉଥିଲେ । ଝରଣାରେ ଖସି ପଡ଼ିବା ପରେ ପାଇରେନିଯ ପୋଲିସ ତାଙ୍କୁ ଉଦ୍ଧାର କରିବା ପାଇଁ ହେଲିକପ୍ଟରର ସାହାଯ୍ଯ ନେବାକୁ ପଡିଥିଲା । ସୁଚନା ଅନୁଯାୟୀ କରୋନା ନିୟମ ଉଲ୍ଲଂଘନ କରିଥିବା କାରଣରୁ ବ୍ୟକ୍ତିଙ୍କ ଉପରେ ୧୨,୦୦୦ ଟଙ୍କା ଜରିମାନା ଲଗାଯାଇଛି । ଏହାପରେ ପୋଲିସ ତାଙ୍କୁ ଘରେ ରହିବା ପାଇଁ ଚେତାବନୀ ଦେଇ ଛାଡି ଦେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.