Below header

ନେପାଳରେ ବିମାନ ଦୁର୍ଘଟଣାଗ୍ରସ୍ତ ,୩୫ ଯାତ୍ରୀ ମୃତ

ନୂଆଦିଲ୍ଲୀ :ରନୱେରେ ବିମାନ ଦୁର୍ଘଟଣାଗ୍ରସ୍ତ। ନେପାଳରେ ଅବତରଣ ସମୟରେ ଦୁର୍ଘଟଣାର ଶିକାର ହୋଇଛି ବିମାନ । ଭୟଙ୍କର ଦୁର୍ଘଟଣା ପରେ ୟେଟି ଏୟାରଲାଇନ୍ସର ଏହି ବିମାନ ହୁତୁହୁତୁ ହୋଇ ଜଳୁଥିବା ଦେଖିବାକୁ ମିଳିଛି । ବିମାନରେ ମୋଟ ୬୮ଜଣ ଯାତ୍ରୀ ଓ ୪ଜଣ କ୍ର୍ୟୁ ମେମ୍ବର ଥିଲେ । ଏଥିରେ ୩୫ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା । ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ପୋଖରା ବିମାନ ବନ୍ଦରର ରନୱେରେ ଅବତରଣ ବେଳେ ଦୁର୍ଘଟଣା ଘଟିଛି । ଦୁର୍ଘଟଣା ପରେ ବିମାନଟି ହୁତହୁତ ହୋଇ ଜଳୁଛି । ତେବେ ଉଡ଼ାଣ ଆରମ୍ଭ ହେବାର ୨୦ ମିନିଟ୍‌ ପରେ ବିମାନଟି ପୁରୁଣା ଏୟାରପୋର୍ଟ ଓ ନୂଆ ଏୟାରପୋର୍ଟ ମଧ୍ୟରେ ଥିବା ସେତି ନଦୀ କୂଳରେ ଖସି ପଡ଼ିଥିଲା। ତେବେ ବିମାନରେ ୬୮ଟି ଯାତ୍ରୀ ଓ ୪କ୍ରିଉ ମେମ୍ବର ଥିବାର ସୂଚନା ମିଳିଛି । ଘଟଣାସ୍ଥଳରେ ଦୁର୍ଘଟଣାଗ୍ରସ୍ତ ବିମାନରୁ ଯାତ୍ରୀଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।  ବିମାନରେ ୧୦ ଜଣ ବିଦେଶୀ ନାଗରିକ ଓ ୨ ଜଣ ଶିଶୁଙ୍କ ସମେତ ମୋଟ ୭୨ ଜଣ ଥିଲେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.