ପରୀକ୍ଷା ପୂର୍ବରୁ ଛାତ୍ରଛାତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗୁରୁମନ୍ତ୍ର, ନୂଆ ସଙ୍କଳ୍ପ ନେଇ ଆଗକୁ ବଢ଼ିବାକୁ ପରାମର୍ଶ

ନୂଆଦିଲ୍ଲୀ: ପରୀକ୍ଷା ପୂର୍ବରୁ ଛାତ୍ରଛାତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗୁରୁମନ୍ତ୍ର । ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ସହ ପରୀକ୍ଷା ପେ ଚର୍ଚ୍ଚାରେ ସମ୍ବୋଧନ କରିଛନ୍ତି । ନୂଆଦିଲ୍ଲୀର ତାଲକୋଟରା ଷ୍ଟାଡିୟମରେ ଆୟୋଜିତ କାର୍ଯ୍ୟକ୍ରମରେ ମୋଦି ପରୀକ୍ଷାର୍ଥୀ ଓ ଛାତ୍ରଛାତ୍ରୀଙ୍କୁ ସମ୍ବୋଧନ କରି ୨୦୨୦ରୁ ଏକ ନୂଆ ଦଶନ୍ଧିର ଆରମ୍ଭ ହୋଇଥିବା କହିଛନ୍ତି। ଏହି ଦଶନ୍ଧି ଭାରତ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ଦଶନ୍ଧିରେ ଦେଶ ଯେଉଁ ପ୍ରଗତି କରିବ ସେଥିରେ ୧୦ମ ଓ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିବ ବୋଲି ସେ କହିଛନ୍ତି।

narendra modiନିଜକୁ ପରୀକ୍ଷାର୍ଥୀଙ୍କ ବନ୍ଧୁ ଓ ସେମାନଙ୍କର ପରିବାର ସଦସ୍ୟ ଭାବେ କହିବା ସହ ଆଗାମୀ ପିଢିଙ୍କ ଠାରୁ ଦେଶ ଅନେକ ଆଶା କରେ ବୋଲି କହିଛନ୍ତି। ପରୀକ୍ଷାରେ ଭଲ ଫଳାଫଳ ପାଇଁ ଟିପ୍‌ସ ଦେବା ସହ ଦିବ୍ୟାଙ୍ଗ ଛାତ୍ରଙ୍କ ପ୍ରଶ୍ନର ଉତ୍ତର ଦେଇଛନ୍ତି । ପରୀକ୍ଷା ସମୟରେ କିପରି ଚାପ ଓ ଭୟମୁକ୍ତ ରହିବେ ସେନେଇ ପ୍ରଧାନମନ୍ତ୍ରୀ ମୋଦି ମାର୍ଗଦର୍ଶନ କରିଛନ୍ତି।

ଏଥିରେ ପ୍ରାୟ ୨ହଜାରରୁ ଅଧିକ ଛାତ୍ରଛାତ୍ରୀ ଯୋଗ ଦେବେ । ପ୍ରତିବର୍ଷ ଭଳି ଏଥର ମଧ୍ୟ ଏହି କାର୍ଯ୍ୟକ୍ରମକୁ ନେଇ ପରୀକ୍ଷାର୍ଥୀଙ୍କ ମଧ୍ୟରେ ଅନେକ ଉତ୍ସାହ ରହିଛି । ଗତଥର ୧୫ ଜଣ ପରୀକ୍ଷାର୍ଥୀ ମୋଦିଙ୍କୁ ପ୍ରଶ୍ନ ପଚାରିଥିବା ବେଳେ ଚଳିତ ଥର ୬୦ଜଣଙ୍କୁ ଏହି ସୁଯୋଗ ମିଳିବ । କାର୍ଯ୍ୟକ୍ରମର ଆରମ୍ଭ ପୂର୍ବରୁ କିଛି ଛାତ୍ରଛାତ୍ରୀ ମୋଦିଙ୍କୁ ବିଭିନ୍ନ ପ୍ରକାରର ପେଣ୍ଟିଂ ଦେଖାଇଥିଲେ। ଏଗୁଡ଼ିକ ମୁଖ୍ୟତଃ ପରିବେଶ, ଶିକ୍ଷା ଓ ପରୀକ୍ଷା ସମୟରେ ଛାତ୍ରଛାତ୍ରୀଙ୍କ ଉପରେ ପଡୁଥିବା ଚାପ ଉପରେ ପର୍ଯ୍ୟବେଶିତ ଥିଲା।

Leave A Reply

Your email address will not be published.