୪ ରାଜ୍ୟରେ ବିଜେପିର ସଫଳତା ପରେ ଦଳୀୟ ନେତା ଓ କର୍ମୀଙ୍କୁ ଧନ୍ୟବାଦ ଜଣାଇଲେ ପ୍ରଧାନମନ୍ତ୍ରୀ

କେନ୍ୟୁଜ୍(ବ୍ୟୁରୋ): ଉତ୍ତରପ୍ରଦେଶ ସହ ଉତ୍ତରାଖଣ୍ଡ, ମଣିପୁର ଓ ଗୋଆରେ ବି ବିଜେପି ସରକାର । ଏହାକୁ ଭିକ୍ଟ୍ରି-୪ ବୋଲି କହିଛନ୍ତି ନରେନ୍ଦ୍ର ମୋଦି । ବିଜେପିର ସଫଳତା ପରେ ଦଳୀୟ ନେତା ଓ କର୍ମୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ । ମୋଦି କହିଛନ୍ତି, ରାଜନୀତି ବିଷାରଦଙ୍କ ମତରେ ୨୦୧୭ ଉତ୍ତର ପ୍ରଦେଶ ବିଜୟ ୨୦୧୯ ଲୋକସଭା ନିର୍ବାଚନ ବିଜୟର ପଥ ପରିସ୍କାର କରିଥିଲା । ଏବେ ବିଷାରଦ କହିବେ ୨୦୨୨ ନିର୍ବାଚନ ଫଳାଫଳ ୨୦୨୪ର ଭାଗ୍ୟ ନିର୍ଦ୍ଧାରଣ କରିବ । ମୋଦି କହିଛନ୍ତି, ଉତ୍ତରାଖଣ୍ଡରେ ବିଜେପି ନୂଆ ଇତିହାସ ଲେଖିଛି । ଉତ୍ତରପ୍ରଦେଶରେ ୩୪ବର୍ଷ ପରେ କୌଣସି ଦଳ ସରକାରକୁ ଆସିଛି ।
୪ ରାଜ୍ୟର ବିଧାନସଭା ନିର୍ବାଚନରେ ବିଜେପିର ବିଜୟ ନେଇ ମାତୃଶକ୍ତି ଓ କାର୍ଯ୍ୟକର୍ତ୍ତାଙ୍କୁ ଧନ୍ୟବାଦ ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବିଜେପି ପ୍ରତି ଅଭୂତପୂର୍ବ ଜନାଦେଶ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ଉପରେ ଥିବା ଅଗାଢ ବିଶ୍ୱାସର ପ୍ରମାଣ । ୟୁପି ଜନାଦେଶ ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ ମାର୍ଗଦର୍ଶନ, ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ସଂଗଠନ କୌଶଳ, ଯୋଗୀ ଆଦିତ୍ୟନାଥଙ୍କ କ୍ରିୟାନ୍ଵୟନ ଏବଂ କାର୍ଯ୍ୟକର୍ତାଙ୍କ ପରିଶ୍ରମର ପ୍ରତିଫଳନ ବୋଲି କହିଛନ୍ତି ଧର୍ମେନ୍ଦ୍ର ।