ପୁଣି କୋଟିଏ ୩୨ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ, ଜଟଣୀ ରାଜା ବଜାର ନିକଟରୁ ୩ ଅଭିଯୁକ୍ତ ଗିରଫ

ଭୁବନେଶ୍ବର (କେନ୍ୟୁଜ୍): କୋଟିଏ ୩୨ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ । ଜଟଣୀ ରାଜା ବଜାର ନିକଟରୁ ୩ ଅଭିଯୁକ୍ତଙ୍କୁ ଗିରଫ ସହ ନଗଦ ୧ ଲକ୍ଷ ୬୫ ହଜାର ଟଙ୍କା ଜବତ କଲା ଏସଟିଏଫ । ଅଭିଯୁକ୍ତ ମହମଦ ଅଲ୍ଲୀ, ସୟଦ ଇମତିଆଜ ଓ ରତି ରଞ୍ଜନ ରାଉତରାୟକୁ କୋର୍ଟ ଚାଲାଣ କରାଯାଇଛି । ଏତେ ପରିମାଣର ବ୍ରାଉନସୁଗର କେଉଁଠୁ ଆଣିଲେ ? କେଉଁଠିକୁ ଚୋରା ଚାଲାଣ କରିଥାନ୍ତେ ? କେତେ ଦିନ ହେବ ଏମାନେ ଏହିଭଳି ବ୍ରାଉନସୁଗର ଚାଲାଣ କରୁଥିଲେ ତାହାର ତଦନ୍ତ କରୁଛି ପୋଲିସ ।

ଗତ ଏକ ବର୍ଷ ଭିତରେ ଏସଟିଏଫ ୫୦ କିଲୋ ବ୍ରାଉନସୁଗର, ୯୦ କେଜି ଗଞ୍ଜେଇ ଜବତ କରିବା ସହ ୧୨୮ ଜଣଙ୍କୁ ଗିରଫ କରିଛି ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.