ହନୁମାନ ପଇସା ପାଇଁ ଯୁବକଙ୍କୁ ଅପହରଣ: ମୁଣ୍ଡଜାମିନ କରି ପରିବାରକୁ ମାଗିଥିଲେ ୫ ଲକ୍ଷ ଟଙ୍କା

କେନ୍ୟୁଜ୍(ବ୍ୟୁରୋ): ନିସ୍ତୁକ ମାଡ଼ । ଗଡ଼େଇତଡ଼େଇ ବେଲଟ୍‌ରେ ପ୍ରହାର । ହନୁମାନ ପଇସା ପାଇଁ ଯୁବକଙ୍କୁ ଅପହରଣ । ରାଜଧାନୀରେ ଏକ ହୋଟେଲରେ ରଖି ନିର୍ଧୂମ ମାଡ଼ ।  କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଅଞ୍ଚଳର ବିବେକାନନ୍ଦ ମହାଳିକ । ହନୁମାନ ପଇସା ବିକିବା ପାଇଁ ଅନେକ ଲୋକଙ୍କଠୁ ଲକ୍ଷ ଲକ୍ଷ ଟଙ୍କା ଆଣିଥିଲେ । ଟଙ୍କା ଦେଇଥିବା ଲୋକମାନେ ହନୁମାନ ପଇସା ମାଗିବା ପରେ ଆଉ ଧରାଛୁଆଁ ଦେଉନଥିଲେ ବିବେକାନନ୍ଦ । ନିକଟରେ ବିବେକାନନ୍ଦ ଗାଁରୁ ଭୁବନେଶ୍ୱର ଫେରିବା ପରେ ତାଙ୍କୁ ୧୦ ଜଣ ଲୋକ ଅପହରଣ କରିନେଇଥିଲେ । ତାଙ୍କୁ ମୁଣ୍ଡଜାମିନ କରି ଏକ ହୋଟେଲରେ ରଖିଥିଲେ । ପରିବାର ଲୋକଙ୍କୁ ଭିଡିଓ କଲ୍‌ କରି ବିବେକାନନ୍ଦଙ୍କୁ ଛାଡ଼ିବା ପାଇଁ ୫ ଲକ୍ଷ ଟଙ୍କା ଦାବି କରିଥିଲେ । ଏନେଇ ପରିବାର ଲୋକ ଭୁବନେଶ୍ୱରର ତମାଣ୍ଡୋ ଥାନାରେ କରିଥିଲେ ଅଭିଯୋଗ ।

ଅଭିଯୋଗ ପରେ ବିବେକନନ୍ଦଙ୍କ ମୋବାଇଲ ଫୋନ ଲୋକେଶନ ଟ୍ରାକ କରି ଘଟଣା ସ୍ଥଳରେ ପହଞ୍ଚିଥିଲା ତମାଣ୍ଡୋ ଥାନା ପୋଲିସ । ୩ ଅପହରଣକାରୀଙ୍କୁ ଗିରଫ କରିବା ସହ ବିବେକକୁ ଘଟଣାସ୍ଥଳରୁ ଉଦ୍ଧାର କରିଥିଲା । ଏହି ଘଟଣାରେ ଅନ୍ୟ ୭ ଜଣ ଫେରାର ଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ସେଥିମଧ୍ୟରେ କଟକର ମାଷ୍ଟରମାଇଣ୍ଡ ପ୍ରଶାନ୍ତ ରହିଛି । ଅନ୍ୟପଟେ ଟଙ୍କା ଠକିଥିବା ଅଭିଯୋଗରେ ବିବେକକୁ ମଧ୍ୟ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଗତ ଫେବ୍ରୁଆରୀ ମାସରେ କମିସନରେଟ ପୋଲିସର ୨୮ଟି ଅପହରଣ ମାମଲା ରୁଜୁ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.