ଚାଣକ୍ୟ ନୀତି : ଜୀବନରେ ସଫଳତା ପାଇବାକୁ ଚାହୁଁଥିଲେ ଚାଣକ୍ୟଙ୍କ ଏହି କଥାକୁ ପାଳନ କରନ୍ତୁ

ଚାଣକ୍ୟ ଜୀ ନିଜର ନୀତି ବଳରେ ହିଁ ନନ୍ଦ ବଂଶର ନାଶ କରିପାରିଥିଲେ | ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କୁ ମଗଧ ସମ୍ରାଟ କରିବାରେ ଏକ ମହତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ | ଆଚାର୍ଯ୍ୟ ଚାଣକ୍ୟଙ୍କ ପ୍ରାୟ ସବୁ ବିଷୟରେ ଗଭୀର ଜ୍ଞାନ ରହିଥିଲା | ଏଥିପାଇଁ ସେ ଏକ ନୀତି ଶାସ୍ତ୍ରର ରଚନା କରିଥିଲେ | ଯାହା ଜରିଆରେ ସେ ଦୁନିଆକୁ ମାର୍ଗ ଦର୍ଶନ କରିଥିଲେ | ବର୍ତ୍ତମାନ ସମୟରେ ଚାଣକ୍ୟଜୀଙ୍କ ନୀତିର ବହୁତ ପ୍ରାସଙ୍ଗିକତା ରହିଛି | ଆସନ୍ତୁ ଜାଣିବା ଏହି ଶ୍ଳୋକରୁ ମନରେ ଚିନ୍ତା କରିଥିବା କାମକୁକାହିଁକି କାହାରି ଆଗରେ ପ୍ରକାଶ କରିବେ ନାହିଁ |

ଶ୍ଳୋକ :

 ମନସା ଚିନ୍ତିତଂ କାର୍ଯ୍ଯ ବଚସା ନ ପ୍ରକାଶୟତ୍ ।

ମନ୍ତ୍ରେଣ ରକ୍ଷୟଦ ଗୁଢଂ କାର୍ଯ୍ୟେ ଚାପି ନିୟୋଜୟେତ୍ ।।

ଚାଣକ୍ୟ ନୀତିର ଏହି ଶ୍ଲୋକର ଅର୍ଥ ହେଉଛି ମନରେ ଚିନ୍ତା କରିଥିବା କାମକୁ କାହାରି ଆଗରେ ପ୍ରକାଶ କରିବେ ନାହିଁ ବରଂ ମନେ ମନେ ଏହାର ସୁରକ୍ଷା ପୂର୍ବକ ଲକ୍ଷ୍ୟ ସ୍ଥଳରେ ପହଁଚନ୍ତୁ |

ଚାଣକ୍ୟଙ୍କ ଏହି କଥା ସେହି ଲୋକଙ୍କ ପାଇଁ ବିଶେଷ ମହତ୍ୱ ରଖିଥାଏ ଯେଉଁମାନେ ଜୀବନରେ ବଡ ସଫଳତା ପାଇବାକୁ ଚାହୁଁଥାନ୍ତି | ବଡ ସଫଳତା ସେତେବେଳେ ମିଳିଥାଏ ଯେତେବେଳେ ବ୍ୟକ୍ତି ପ୍ରତ୍ୟକ ବିନ୍ଦୁ ଉପରେ ଧ୍ୟାନ ଦେଇଥାଏ | କାହିଁକିନା ଛୋଟ ଭୁଲଟିଏ ବି ଆପଣଙ୍କର
ପୂରା ପରିଶ୍ରମ ଉପରେ ପାଣି ଢାଳି ଦେଇପାରେ | ଅର୍ଥାତ ସବୁ ପରିଶ୍ରମକୁ ନଷ୍ଟ କରି ଦେଇଥାଏ |

ରଣନୀତି ସେୟାର କରନ୍ତୁ ନାହିଁ :

ଆଜିକାଲିର ପରିସ୍ଥିତିକୁ ଦେଖିବାକୁ ଗଲେ ଚାଣକ୍ୟଙ୍କର ଏହି ନୀତି ଦମଦାର ଅନୁଭବ ହୁଏ | ଶତ୍ରୁ କିମ୍ବା ପ୍ରତିଦ୍ୱନ୍ଦୀଙ୍କୁ ଯଦି ଆପଣଙ୍କ ଯୋଜନା ବିଷୟରେ ଜଣାପଡ଼ିଯାଏ ତାହେଲେ ସେମାନେ ଏଥିରେ ବାଧା ପହଞ୍ଚାଇବା ପାଇଁ ଚେଷ୍ଟା କରି ପାରନ୍ତି | ଏଥିପାଇଁ ଯେପର୍ଯ୍ୟନ୍ତ ଆପଣଙ୍କ
କାର୍ଯ୍ୟ ପୁର୍ଣ ନ ହୋଇଛି ,ଆପଣଙ୍କ ଯୋଜନା ଗୁପ୍ତ ରଖିବା ଉଚିତ | ଚାଣକ୍ୟଙ୍କ ଏହି କଥା ମାନିଥିଲେ ,ବିଜିନେସ ଏବଂ ପ୍ରତ୍ୟେକ ଜୀବନର ସମସ୍ତ ପ୍ରତିଯୋଗିତାରେ ସଫଳତା ଆଣି ଦେଇଥାଏ |