ଆପଣ କଣ ରିଲେସନସିପ ନିଶାର ଶିକାର ଅଛନ୍ତି କି, ଜାଣନ୍ତୁ ଏହାର ଲକ୍ଷଣ
କିଛି ଲୋକ କାହାର ପ୍ରେମରେ ଏମିତି ପାଗଳ ହୋଇଯାଆନ୍ତି ଯେ ସେମାନେ ସବୁ କିଛି ଭୁଲି ଯାଆନ୍ତି | ରିଲେସନସିପ ରେ ରହିବ ଭିତରେ ଏମିତି ନିଶା ଲାଗିଯାଏ ଯେ ନିଜକୁ ଜଣା ପଡେନାହିଁ | ସର୍ବଦା ପ୍ରେମରେ ଆଖି ବନ୍ଦ କରିଦେବା ଦ୍ୱାରା ନିଜର କ୍ଷତି ଜାଣି ହୁଏନାହିଁ | ଆଜି ଆମେ ଆପଣଙ୍କୁ ଏମିତି କିଛି ସଂକେତ ବିଷୟରେ କହିବୁ ଯାହାଦ୍ୱାରା ଜାଣିପାରିବେ ଆପଣ କାହାର ରିଲେସନସିପରେ ପାଗଳ |
କେବଳ ପାର୍ଟନରଙ୍କ ବିଷୟରେ ଭାବିବା :
ଯଦି ଆପଣ ଚବିଶ ଘଣ୍ଟା ଆପଣଙ୍କ ପାର୍ଟନରଙ୍କ ବିଷୟରେ ଭାବନ୍ତି, ତେବେ ଏହାର ଅର୍ଥ ହେଉଛି ଆପଣଙ୍କୁ ତାଙ୍କର ନିଶା ଲାଗିଯାଇଛି | ସର୍ବଦା ପାର୍ଟନରଙ୍କ ବିଷୟରେ ଭାବିଲେ ଆପଣଙ୍କୁ ଅନ୍ୟ ଜିନିଷ ବେକାର ଲାଗିବ |
ଆତ୍ମବିଶ୍ୱାସ କମିଯିବା :
ରିଲେସନସିପ ନିଶାରେ ଶିକାର ବ୍ୟକ୍ତି ନିଜ ଉପରେ ଭରସା କରି ପାରନ୍ତି ନାହିଁ | କେବେ ସେ ନିଜ ଉପରେ ଭରସା କରି ପାରନ୍ତି ନାହିଁ ତ କେବେ ପାର୍ଟନରଙ୍କ ଉଦ୍ଦେଶ୍ୟ ଉପରେ ସନ୍ଦେହ କରନ୍ତି | ବେଳେ ବେଳେ ପାର୍ଟନରଙ୍କ ବିନା ବଂଚିବା ବି ସମ୍ଭବ ଲାଗେନି |
କିଛି ଜରୁରୀ ନୁହେ :
ରିଲେସନସିପରେ ଲଢେ଼ଇ ଝଗଡା ସାଧାରଣ କଥା | ଏହାକୁ ନେଇ ଆପଣ ଭାବନ୍ତି ଆଉ ଦୁନିଆରେ ରହି ଲାଭ କଣ | ଆପଣଙ୍କୁ ସବୁ ଜିନିଷ ଝାରପ ଲାଗିଥାଏ | ତେବେ ବୁଝି ଯିବେ ଯେ ଆପଣଙ୍କୁ ରିଲେସନସିପି ଜର ହୋଇଯାଇଛି |
ବହୁତ ଅଧିକ ଖୁସି ଓ ଦୁଃଖ ଅନୁଭବ କରିବା :
ରିଲେସନସିପି ରେ କେବେ ଆପଣ ଅଧିକ ଏକ୍ସାଇଟମେଣ୍ଟ ହୋଇଯାନ୍ତି ତ କେତେବେଳେ ବିନା କାରଣରେ ଉଦାସ ହୋଇଯାଆନ୍ତି | ରିଲେସନସିପି ରେ ଏପରି ହେବା ଭଲ ସଂକେତ ନୁହେ | ତେଣୁ ଆପଣ ବହୁତ ଭାବିବା ବନ୍ଦ କରି ଦିଅନ୍ତୁ |