Below header

ଭଗବାନଙ୍କୁ ପ୍ରସନ୍ନ କରିବା ପାଇଁ ଜାଣନ୍ତୁ ଆରତୀର ଠିକ ତରିକା, ମିଳିବ ପୂର୍ଣ୍ଣ ଫଳ 

ଶାସ୍ତ୍ର ଅନୁଯାଇ ଆରତୀ ବିନା ପୂଜା ଅଧୁରା ହୋଇଥାଏ | ଭଗବାନଙ୍କୁ ପ୍ରସନ୍ନ କରିବା ପାଇଁ ପୂଜା ଓ ଆରତୀ ହେଉଛି ମୁଖ୍ୟ ମାଧ୍ୟମ | ଭଗବାନଙ୍କୁ ଆମେ ସମସ୍ତେ ପୂଜା କରନ୍ତି | ହେଲେ ମନ ବାଂଛିତ ଫଳ ସମସ୍ତଙ୍କୁ ମିଳେନା | କାରଣ ଆମେ ପୂଜା ବା ଆରତୀ କଲାବେଳେ ଠିକ ତରିକା ଆପଣେଇ ନଥାଉ |

ଫଳରେ ପୂଜା ଆମର ଅଧୁରା ରହିଯାଇଥାଏ | ଆରତୀର ଅର୍ଥ ହେଲା ଭଗବାନଙ୍କୁ ଆର୍ଟ ଭାବରେ ବା ମନ ମଧ୍ୟରେ ଡାକିବା | ଭଗବାନଙ୍କୁ ପ୍ରସନ୍ନ କରିବା ପାଇଁ ଆରତୀ କରିବା ଠିକ ତରିକା ଆସନ୍ତୁ ଜାଣିବା |

ପୂଜାରେ ହୋଇଥିବା କିଛି ଅଭାବକୁ ପୁର୍ଣ କରିବା ପାଇଁ ଆରତୀ କରାଯାଇଥାଏ | ଘର ହେଉ ବା ମନ୍ଦିର ଭଗବାନଙ୍କୁ ସକାଳ ଓ ସନ୍ଧ୍ୟାରେ ଦୁଇଥର ଆରତୀ କରିବା କଥା |

ଆରତୀରେ ପ୍ରଥମେ ମୂଳ ମନ୍ତ୍ର ଦ୍ୱାରା ତିନି ଥର ପୁଷ୍ପାଞ୍ଜଳି ଦେବା ଦରକାର | ଢୋଲ ଆଦି ବାଦ୍ୟ ସହିତ ବିଷମ ସଂଖ୍ୟାର ଦୀପ ଓ କର୍ପୁର ଦ୍ୱାରା ଆରତୀ କରିବା ଦରକାର |

ଆରତୀ ପୂର୍ବରୁ ଓ ପୂଜା ଆରମ୍ଭରେ ଶଙ୍ଖ ବଜାଇବା ନିହାତି ଜରୁରୀ | ପୂଜା ପରେ ଆରତୀ ଦ୍ୱାରା ପୂଜା ସମାପନ କରିବା ଜରୁରୀ ହୋଇଥାଏ |

ଆରତୀ ପରିବାରଙ୍କ ସହ କରିବା ଉଚିତ |

ଆରତୀ କରିବା ପରେ ଘରେ ଆରତୀକୁ ବୁଲାଇବା ଦରକାର | ଫଳରେ ପୁରା ଘରେ ପଜିଟିଭ ଶକ୍ତି ସୃଷ୍ଟି ହୋଇଥାଏ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.