Below header

ହିମାଚଳ ପ୍ରଦେଶର ଲେପଚାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, BSF ଯବାନଙ୍କ ସହ ପାଳନ କରିବେ ଦୀପାବଳି

ସବୁଥର ଭଳି ଏଥର ମଧ୍ୟ ସେନା ଏବଂ ବିଏସ୍‌ଏଫ୍‌ ଯବାନମାନଙ୍କ ସହ ଦୀପାବଳି ପର୍ବ ପାଳନ କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରବିବାର ସକାଳେ ପ୍ରଧାନମନ୍ତ୍ରୀ ହିମାଚଳ ପ୍ରଦେଶର ଲେପଚାରେ ପହଞ୍ଚିଥିଲେ। ଏଠାରେ ସେ ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌) ଯବାନମାନଙ୍କ ସହ ଆଲୋକର ପର୍ବକୁ ପାଳନ କରିବେ।

ସବୁଥର ଭଳି ଏଥର ମଧ୍ୟ ସେନା ଏବଂ ବିଏସ୍‌ଏଫ୍‌ ଯବାନମାନଙ୍କ ସହ ଦୀପାବଳି ପର୍ବ ପାଳନ କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରବିବାର ସକାଳେ ପ୍ରଧାନମନ୍ତ୍ରୀ ହିମାଚଳ ପ୍ରଦେଶର ଲେପଚାରେ ପହଞ୍ଚିଥିଲେ। ଏଠାରେ ସେ ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌) ଯବାନମାନଙ୍କ ସହ ଆଲୋକର ପର୍ବକୁ ପାଳନ କରିବେ। ଏହାପରେ ମୋଦି ଜମ୍ମୁ-କାଶ୍ମୀରର ଲାଇନ୍ ଅଫ୍ କଣ୍ଟ୍ରୋଲ୍ (LOC) ନିକଟ ଛମ୍ବ ସେକ୍ଟରରେ ପହଞ୍ଚିବେ।

ଯଦିଓ ସେନା କିମ୍ବା ଜମ୍ମୁ-କାଶ୍ମୀର ପ୍ରଶାସନ ତରଫରୁ ଶନିବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମ୍ପର୍କରେ କୌଣସି ସରକାରୀ ବୟାନ ଦିଆଯାଇ ନାହିଁ, କିନ୍ତୁ ସମ୍ବନ୍ଧିତ ସୈନ୍ୟ ୟୁନିଟ୍ ତାଙ୍କୁ ସ୍ୱାଗତ କରିବାର ପ୍ରସ୍ତୁତିରେ ଲାଗି ପଡ଼ିଛି।

ସୂଚନା ଅନୁସାରେ, ପ୍ରଧାନମନ୍ତ୍ରୀ ଜ୍ୟୋଡିଆନ୍‌ର ରକ୍‌ଖ ମୁଠି ଅଞ୍ଚଳରେ ଦୀପାବଳି ପାଳନ କରିବେ। ଅପରାହ୍ନ ପରେ ମୋଦି ଦିଲ୍ଲୀ ଫେରିବେ, କିନ୍ତୁ ଯିବା ପୂର୍ବରୁ ସେ ଏକ ସୈନ୍ୟ ସମ୍ମିଳନୀକୁ ମଧ୍ୟ ସମ୍ବୋଧିତ କରିବେ। ଗତ କିଛି ବର୍ଷ ହେବ ପ୍ରଧାନମନ୍ତ୍ରୀ ମୋଦି ସେନାବାହିନୀ ସହିତ ଦୀପାବଳି ପାଳନ କରୁଛନ୍ତି।

ଶନିବାର ରାତିରେ ଜମ୍ମୁ-କାଶ୍ମୀରର ରାଜୌରୀ ଜିଲ୍ଲାର ନଶୋରାରେ ଭାରତୀୟ ସେନାର ଅଧିକାରୀ ଏବଂ ଯବାନମାନେ ଦୀପାବଳି ପାଳନ କରିଥିଲେ। ଦୀପାବଳି ଅବସରରେ ସେନାବାହିନୀ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.