ସେମିଫାଇନାଲ୍ ଲଢ଼େଇ ଚୂଡ଼ାନ୍ତ, ଭାରତ-ନ୍ୟୁଜିଲାଣ୍ଡ ଓ ଦକ୍ଷିଣ ଆଫ୍ରିକା-ଅଷ୍ଟ୍ରେଲିଆ ମଧ୍ୟରେ ସେମିଫାଇନାଲ

ପାକିସ୍ତାନ ରେସରୁ ବାଦ ପଡ଼ିବା ପରେ ଚୂଡ଼ାନ୍ତ ହୋଇଛି ସେମିଫାଇନାଲ୍ ଲଢ଼େଇ । ଭାରତ-ନ୍ୟୁଜିଲାଣ୍ଡ ଓ ଦକ୍ଷିଣ ଆଫ୍ରିକା-ଅଷ୍ଟ୍ରେଲିଆ ମଧ୍ୟରେ ମୁକାବିଲା ହେବ । ଆସନ୍ତା ୧୫ ତାରିଖରେ ମୁମ୍ବାଇ ୱାଙ୍ଖଡେ ଷ୍ଟାଡିୟମରେ ପ୍ରଥମ ସେମିଫାଇନାଲରେ ମୁହାଁମୁହିଁ ହେବେ ଭାରତ-ନ୍ୟୁଜିଲାଣ୍ଡ ।

ବିଶ୍ବକପ୍ ସେମିଫାଇନାଲ୍ ଲାଇନ୍ ଅପ୍ । ପାକିସ୍ତାନ ରେସରୁ ବାଦ ପଡ଼ିବା ପରେ ଚୂଡ଼ାନ୍ତ ହୋଇଛି ସେମିଫାଇନାଲ୍ ଲଢ଼େଇ । ଭାରତ-ନ୍ୟୁଜିଲାଣ୍ଡ ଓ ଦକ୍ଷିଣ ଆଫ୍ରିକା-ଅଷ୍ଟ୍ରେଲିଆ ମଧ୍ୟରେ ମୁକାବିଲା ହେବ । ଆସନ୍ତା ୧୫ ତାରିଖରେ ମୁମ୍ବାଇ ୱାଙ୍ଖଡେ ଷ୍ଟାଡିୟମରେ ପ୍ରଥମ ସେମିଫାଇନାଲରେ ମୁହାଁମୁହିଁ ହେବେ ଭାରତ-ନ୍ୟୁଜିଲାଣ୍ଡ ।

୨୦୧୯ ବିଶ୍ବକପ୍ ସେମିଫାଇନାଲ୍ ପରାଜୟର ବଦଲା ଲକ୍ଷ୍ୟରେ ରହିବ ରୋହିତ ବାହିନୀ । ମ୍ୟାଚ୍ ଜିତି ଫାଇନାଲ୍ ଟିକେଟ ହାତେଇବା ଟିମ୍ ଇଣ୍ଡିଆର ଟାର୍ଗେଟ ରହିବ । ନ୍ୟୁଜିଲାଣ୍ଡକୁ ନକ୍ ଆଉଟ ମ୍ୟାଚରେ ୪ ୱିକେଟରେ ହରାଇଥିବାରୁ ମନୋବଳ ଦୃଢ଼ ରହିଛି । ଜବରଦସ୍ତ ଫର୍ମରେ ଅଛି ପୂରା ଟିମ୍ । ରୋହିତ, ବିରାଟ, ଗିଲ୍, ଲୋକେଶ, ଶ୍ରେୟସ, ସୂର୍ଯ୍ୟକୁମାର ଭଲ ବ୍ୟାଟିଂ କରୁଛନ୍ତି । ଫାଷ୍ଟ ବୋଲିଂରେ ପ୍ରତିପକ୍ଷ ଟିମ୍ ପାଇଁ ଘାତକ ସାଜୁଛନ୍ତି ବୁମରା, ସାମି ଓ ସିରାଜ । ଜାଡେଜା ଓ କୁଳଦୀପ ଯାଦବ ଭଲ ବୋଲିଂ କରୁଛନ୍ତି । ୮ଟି ମ୍ୟାଚ ଭାରତ ଜିତିବା ପରେ ଆଜି ନେଦରଲ୍ୟାଣ୍ଡସ୍ ସହ ମୁକାବିଲା ରହିଛି ।

ଅନ୍ୟପଟେ ୧୬ ତାରିଖରେ ଦ୍ବିତୀୟ ସେମିଫାଇନାଲରେ ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ମୁକାବିଲା ହେବ । କୋଲକାତା ଇଡେନ୍ ଗାର୍ଡରେ ଏହି ମ୍ୟାଚ୍ ଖେଳାଯିବ । ନକ୍ ଆଉଟ ପର୍ଯ୍ୟାୟରେ ଅଷ୍ଟ୍ରେଲିଆକୁ ୧୩୪ରନରେ ହରାଇଥିଲା ଦକ୍ଷିଣ ଆଫ୍ରିକା । ଭାରତ-ନ୍ୟୁଜିଲାଣ୍ଡ ଓ ଦକ୍ଷିଣ ଆଫ୍ରିକା-ଅଷ୍ଟ୍ରେଲିଆ ସେମିଫାଇନାଲ୍ ମ୍ୟାଚର ବିଜେତା ବିଶ୍ବକପ୍ ଟ୍ରଫି ପାଇଁ ଲଢ଼ିବେ । ଆସନ୍ତା ୧୯ ତାରିଖରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଫାଇନାଲ୍ ମୁକାବିଲା ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.