ଦୁନିଆର ପ୍ରଥମ AI ସିଇଓ, ମସ୍କ ଓ ଜୁକରବର୍ଗଙ୍କ ଠାରୁ ବି କରିବ ଭଲ କାମ

ଗୋଟିଏ କମ୍ପାନୀ ମଣିଷ ବଦଳରେ ନିଜର ସିଇଓ ଭାବରେ AI ରୋବଟକୁ ବାଛିଛି । ଏହାର ଅର୍ଥ ହେଉଛି କମ୍ପାନୀର ସମସ୍ତ କାମ ଏବେ ଏକ AI ମେସିନ୍ ହାତରେ ରହିଛି ।

ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବା AI ମାର୍କେଟକୁ ଆସିବା ପରେ ଲୋକମାନେ ନିଜ ଚାକିରି ହରାଇବାର ଆଶଙ୍କା କରୁଛନ୍ତି । ଅନ୍ୟପଟେ ଏକ୍ସପର୍ଟମାନଙ୍କ କହିବା ଅନୁସାରେ ମଣିଷର ଆବଶ୍ୟକତାକୁ AI ଦୂର କରିପାରିବ ନାହିଁ । କିନ୍ତୁ ଏହାରି ମଧ୍ୟରେ ଏକ ଖବର ଆସିଛି ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ । ଗୋଟିଏ କମ୍ପାନୀ ମଣିଷ ବଦଳରେ ନିଜର ସିଇଓ ଭାବରେ AI ରୋବଟକୁ ବାଛିଛି । ଏହାର ଅର୍ଥ ହେଉଛି କମ୍ପାନୀର ସମସ୍ତ କାମ ଏବେ ଏକ AI ମେସିନ୍ ହାତରେ ରହିଛି ।

କଲମ୍ବିଆର କାର୍ଟାଜେନାରେ ଅବସ୍ଥିତ ଏକ ସ୍ପିରିଟ୍‌ ବ୍ରାଣ୍ଡ ଡିକ୍ଟାଡୋର ନିଜର ସିଇଓ ଭାବରେ ମିକା ନାମକ ଏକ ରୋବଟକୁ ବାଛିଛି । ରୋବଟକୁ କମ୍ପାନୀର ସମସ୍ତ ଦାୟିତ୍ୱ ଦେବାପରେ କମ୍ପାନୀ ବତ୍ତର୍ମାନ ଚର୍ଚ୍ଚାରେ ରହିଛି । ସୂଚନା ଥାଉ କି ‘ହାନସନ୍ ରୋବୋଟିକ୍ସ’ ଏବଂ ‘ଡିକ୍ଟାଡୋର’ ଦ୍ୱାରା ଏହି ରୋବଟକୁ ତିଆରି କରାଯାଇଛି । ହାନସନ୍ ରୋବୋଟିକ୍ସ ମଧ୍ୟ ଲୋକପ୍ରିୟ ହ୍ୟୁମାନୋଇଡ୍ ରୋବଟ୍ ସୋଫିଆକୁ ତିଆରି କରିଥିଲା ।

ସ୍ପିରିଟ୍ ବ୍ରାଣ୍ଡ ଡିକ୍ଟାଡୋରର AI ସିଇଓ ମିକା ଏକ ଭିଡିଓରେ କହିଛି ଯେ ସେ ଏକ ଆଡଭାନ୍ସଡ୍‌ AI ଏବଂ ମେସିନ୍‌ ଲାର୍ଣ୍ଣିଂ ଆଲଗୋରିଦମ ସହିତ ଫାଷ୍ଟ ଏବଂ ସଠିକ୍ ଭାବେ କାମ କରିପାରିବ । ମିକା କହିଛି ଯେ ମୋର ଛୁଟି ନାହିଁ ଏବଂ ମୁଁ ୨୪ ଘଣ୍ଟା କାମ କରି ପାରିବି । ଅର୍ଥାତ କମ୍ପାନୀର ସିଇଓକୁ ଛୁଟି ଆବଶ୍ୟକ ନାହିଁ ଏବଂ ସେ ସମସ୍ତ ପ୍ରଶ୍ନର ସମାଧାନ କରିପାରିବ । ମିକା ରୋବଟ କହିଛି ଯେ ସେ ଟ୍ୱିଟର ମାଲିକ ଏଲନ୍ ମସ୍କ ଏବଂ ମେଟା ସିଇଓ ମାର୍କ ଜୁକରବର୍ଗଙ୍କ ଅପେକ୍ଷା ଅଧିକ ଭଲ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.