ଦୀପାବଳିରେ ରିଲିଜ ହେଲା ଟାଇଗର-୩, ଫ୍ୟାନ୍ସଙ୍କ କ୍ରେଜ କହିଲେ ନ ସରେ

ସଲମାନ ଖାନ ଓ କ୍ୟାଟ୍ରିନା କୈଫଙ୍କ ଫିଲ୍ମ 'ଟାଇଗର-୩' ଅନେକ ଦିନ ଧରି ଇଣ୍ଡଷ୍ଟ୍ରିରେ ଚର୍ଚ୍ଚାରେ ରହିଛି । ଏବେ ଫ୍ୟାନ୍ସଙ୍କ ଅପେକ୍ଷାର ଶେଷ ହୋଇଛି । ଆଜି ଅର୍ଥାତ ଦିୱାଲୀ ଅବସରରେ ବକ୍ସଅଫିସରେ ରିଲିଜ ହୋଇଛି ମୋଷ୍ଟ ଆୱେଟେଡ ସ୍ପାଇ ଥ୍ରୀଲର ଫିଲ୍ମ ଟାଇଗର-୩ ।

ସଲମାନ ଖାନ ଓ କ୍ୟାଟ୍ରିନା କୈଫଙ୍କ ଫିଲ୍ମ ‘ଟାଇଗର-୩’ ଅନେକ ଦିନ ଧରି ଇଣ୍ଡଷ୍ଟ୍ରିରେ ଚର୍ଚ୍ଚାରେ ରହିଛି । ଏବେ ଫ୍ୟାନ୍ସଙ୍କ ଅପେକ୍ଷାର ଶେଷ ହୋଇଛି । ଆଜି ଅର୍ଥାତ ଦିୱାଲୀ ଅବସରରେ ବକ୍ସଅଫିସରେ ରିଲିଜ ହୋଇଛି ମୋଷ୍ଟ ଆୱେଟେଡ ସ୍ପାଇ ଥ୍ରୀଲର ଫିଲ୍ମ ଟାଇଗର-୩ । ବଡ ପରଦାରେ ପୁଣିଥରେ ଭାଇଜାନ ଓ କ୍ୟାଟ୍ରିନା କୈଫଙ୍କ ଯୋଡି ଦେଖିବାକୁ ଫ୍ୟାନ୍ସମାନେ ବହୁତ ଏକ୍ସସାଇଟେଡ ଅଛନ୍ତି । ସୋସିଆଲ ମିଡିଆରେ ମଧ୍ୟ ଏହା ବହୁତ ଭଲ ରେସପନ୍ସ ପାଇଛି । ଲୋକମାନେ ଏହି ଫିଲ୍ମକୁ ବଲିଉଡ ଇତିହାସର ସବୁଠାରୁ ବଡ ଆକ୍ସନ ଫିଲ୍ମ ବୋଲି ଘୋଷଣା କରିସାରିଛନ୍ତି ।

ଏବେ ଦେଖିବାକୁ ବାକି ରହିଲା ସଲମାନ ଖାନ ପୁଣିଥରେ ନିଜ ଫ୍ୟାନ୍ସଙ୍କ ହୃଦୟ ଜିତିବାରେ ସଫଳ ହୋଇପାରିବେ କି ନାହିଁ । ହିନ୍ଦୀ ବ୍ୟତୀତ ଏହି ଫିଲ୍ମ ତେଲୁଗୁ ଏବଂ ତାମିଲରେ ମଧ୍ୟ ରିଲିଜ ହୋଇଛି । ରିଲିଜ ପୂର୍ବରୁ ସଲମାନ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ନିଜ ଫ୍ୟାନ୍ସ ଏବଂ ଦର୍ଶକଙ୍କୁ କ୍ଲାଇମାକ୍ସ ସିନ୍ ଲିକ ନକରିବାକୁ ନିବେଦନ କରିଛନ୍ତି । ସଲମାନ କହିଛନ୍ତି ଯେ ଏହି ଫିଲ୍ମଟି ବହୁତ ପରିଶ୍ରମ ଏବଂ ନିଷ୍ଠା ସହିତ ତିଆରି ହୋଇଛି, ତେଣୁ ଲୋକମାନେ ସ୍ପଏଲର ଦେବେ ନାହିଁ ବୋଲି ସେ ଆଶା କରୁଛନ୍ତି । ଭାଇଜାନ କହିଛନ୍ତି ସେ ଆଶା କରୁଛନ୍ତି ଯେ ଏହି ଫିଲ୍ମ ଲୋକମାନଙ୍କ ପାଇଁ ଏକ ପରଫେକ୍ଟ ଦିୱାଲୀ ଗିଫ୍ଟ ହେବ ।

ଫିଲ୍ମର କଲେକ୍ସନକୁ ନେଇ ବିଭିନ୍ନ ପ୍ରକାରର ମତ ଆସୁଛି । କୋଇମୋଇ ରିପୋର୍ଟ ଅନୁଯାୟୀ, ଫିଲ୍ମ ଓପନିଙ୍ଗ ଡେ ରେ ୩୦-୪୦ କୋଟି ଟଙ୍କା ପର୍ଯ୍ୟନ୍ତ ଇନକମ କରିପାରିବ । ଯେଉଁମାନେ ଫିଲ୍ମ ଦେଖିସାରିଲେଣି ସେମାନେ ଟ୍ୱିଟରରେ ଟାଇଗର-୩ ର ରିଭ୍ୟୁ ସେୟାର କରୁଛନ୍ତି । କିଛି ଦର୍ଶକ ଏହାର ଖୁବ ପ୍ରଶଂସା କରୁଥିବା ବେଳେ ଅନ୍ୟ କିଛି ଲୋକ ଏହାକୁ ଶାହରୁଖ ଖାନଙ୍କ ‘ଜୱାନ’ ସହିତ ତୁଳନା କରୁଛନ୍ତି । ସଲମାନ ଖାନ ଓ କ୍ୟାଟ୍ରିନା କୈଫଙ୍କ ବ୍ୟତୀତ ଏହି ଫିଲ୍ମରେ ଶାହରୁଖ ଖାନ ଓ ହ୍ରିତିକ ରୋଶନଙ୍କ କେମିଓ ମଧ୍ୟ ରହିଛି ।  ରିପୋର୍ଟ ଅନୁଯାୟୀ ଫିଲ୍ମଟି ଆଡଭାନ୍ସ ବୁକିଂରେ ପ୍ରାୟ ୨୩ କୋଟି ଟଙ୍କାର କଲେକ୍ସନ କରିସାରିଛି । ଟାଇଗର-୩ ଫାଷ୍ଟ ଡେ ରେ  ୮,୭୭,୦୫୫ ଟିକେଟ ସେଲ୍ କରିବାରେ ସଫଳ ହୋଇଛି ।

ଆଦିତ୍ୟ ଚୋପ୍ରା ୟଶରାଜ ବ୍ୟାନର୍‌ ରେ ଏହି ଫିଲ୍ମକୁ ପ୍ରଡ୍ୟୁସ୍‌ କରିଛନ୍ତି । ୟଶରାଜ ଫିଲ୍ମ ସ୍ପାଇ ୟୁନିଭର୍ସର ଏହା ପଞ୍ଚମ ପିଲ୍ମ । ସଲମାନ ଓ କ୍ୟାଟ୍ରିନାଙ୍କ ବ୍ୟତୀତ ଏଥିରେ ଇମ୍ରାନ ହାସମି ଭିଲିଆନ ରୂପରେ ନଜର ଆସିଛନ୍ତି । ଏହି ଫିଲ୍ମର ନିର୍ଦ୍ଧେଶନା ଦେଇଛନ୍ତି ମନୀଷ ଶର୍ମା । ପୁଣି ଥରେ ବକ୍ସଅଫିସରେ ଜମିବ ଟାଇଗର ଓ ଜୋୟାଙ୍କ ଯୋଡି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.