ପୁରୀ-ଦିଲ୍ଲୀ ପୁରୁଷୋତ୍ତମ ଏକ୍ସପ୍ରେସ ଲଗାଇଲା ହଠାତ୍‌ ବ୍ରେକ, ଝଟକା ଲାଗିବାରୁ ୨ ଯାତ୍ରୀଙ୍କ ମୃତ୍ୟୁ

ପୁରୀ-ନୂଆଦିଲ୍ଲୀ ପୁରୁଷୋତ୍ତମ ଏକ୍ସପ୍ରେସର ଡ୍ରାଇଭର ଓଭରହେଡ୍ ଇଲେକ୍ଟ୍ରିକ୍ ତାର ଛିଣ୍ଡିବା ପରେ ଟ୍ରେନ୍ ଅଟକାଇବାକୁ ଚେଷ୍ଟା କରି ଜରୁରୀକାଳୀନ ବ୍ରେକ୍ ଲଗାଇଥିଲେ । ଦୁର୍ଘଟଣା ସମୟରେ ଟ୍ରେନ୍ ଘଣ୍ଟା ପ୍ରତି ୧୩୦ କିଲୋମିଟର ବେଗ ରହିଥିଲା । ଦୁଇଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି ।

ଝାଡଖଣ୍ଡର କୋଡରମା ଜିଲ୍ଲାରେ ଟ୍ରେନ ହଠାତ୍‌ ବ୍ରେକ ମାରିବାରୁ ଦୁଇଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣା ଗୋମୋ ଏବଂ କୋଡରମା ରେଳ ଷ୍ଟେସନ ମଧ୍ୟରେ ଘଟିଥିଲା ।

ଖବର ମୁତାବକ, ଓଭରହେଡ୍ ଇଲେକ୍ଟ୍ରିକ୍ ତାର ଛିଣ୍ଡିବା କାରଣରୁ ଦିଲ୍ଲୀ ଯାଉଥିବା ଏକ ଟ୍ରେନ୍ ହଠାତ୍‌ ବ୍ରେକ ମାରି ରୋକି ଦିଆଯାଇଥିଲା । ଫଳରେ ଜୋରଦାର ଝଟକା ଲାଗିବାରୁ ଯାତ୍ରୀମାନେ ପରସ୍ପର ଉପରେ ପଡିଯାଇଥିଲେ । ଆଉ କିଛି ଯାତ୍ରୀ ଟ୍ରେନ ଭିତରେ ଥିବା ରଡରେ ସବୁ ମାଡ ହୋଇଥିଲେ । ଯାହାଫଳରେ ଦୁର୍ଘଟଣାରେ ୨ ଯାତ୍ରୀଙ୍କର ମୃତ୍ୟୁ ହୋଇଛି ।

ପୂର୍ବ କେନ୍ଦ୍ରୀୟ ରେଳ ଅଧିକାରୀ ଏହି ସୂଚନା ଦେଇ କହିଛନ୍ତି ଯେ, ରାତି ୧୨.୦୫ ରେ ଏହି ଦୁର୍ଘଟଣା ଗୋମୋ ଏବଂ କୋଡରମା ରେଳ ଷ୍ଟେସନ ମଧ୍ୟରେ ପାର୍ସବାଦରେ ଘଟିଥିଲା, ଯେତେବେଳେ ପୁରୀ-ନୂଆଦିଲ୍ଲୀ ପୁରୁଷୋତ୍ତମ ଏକ୍ସପ୍ରେସର ଡ୍ରାଇଭର ଓଭରହେଡ୍ ଇଲେକ୍ଟ୍ରିକ୍ ତାର ଛିଣ୍ଡିବା ପରେ ଟ୍ରେନ୍ ଅଟକାଇବାକୁ ଚେଷ୍ଟା କରି ଜରୁରୀକାଳୀନ ବ୍ରେକ୍ ଲଗାଇଥିଲେ । ଦୁର୍ଘଟଣା ସମୟରେ ଟ୍ରେନ୍ ଘଣ୍ଟା ପ୍ରତି ୧୩୦ କିଲୋମିଟର ବେଗ ରହିଥିଲା ।

ଧନବାଦ ରେଳ ବିଭାଗର ବରିଷ୍ଠ ଡିଭିଜନାଲ ବାଣିଜ୍ୟିକ ପରିଚାଳକ ଅମରେଶ କୁମାର କହିଛନ୍ତି ଯେ, ହଠାତ୍ ବିଦ୍ୟୁତ ଯୋଗାଣ ବନ୍ଦ ହୋଇଯିବା ପରେ ଟ୍ରେନକୁ ଅଟକାଇବା ପାଇଁ ଜରୁରୀକାଳୀନ ବ୍ରେକ ଲଗାଯାଇଥିଲା । ଆଉ ବ୍ରେକ୍‌ ଲଗାଇବା ପରେ ଜୋରଦାର ଧକ୍କା ଯୋଗୁଁ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.