ଏପ୍ରିଲ ୫ ରାତି ୯ଟାରେ ଘରର ଲାଇଟ ବନ୍ଦ କରିବା ପାଇଁ ନିବେଦନ କଲେ ପ୍ରଧାନମନ୍ତ୍ରୀ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସକାଳ ୯ଟାରେ ଭିଡ଼ିଓ ଜରିଆରେ ଦେଶବାସୀଙ୍କୁ ବାର୍ତ୍ତା ଦେଇଛନ୍ତି। ସର୍ବପ୍ରଥମେ ପ୍ରଧାନମନ୍ତ୍ରୀ ଏହି ଭିଡ଼ିଓ ଜରିଆରେ ଦେଶବାସୀଙ୍କୁ ଲକଡାଉନକୁ ସମ୍ପୁର୍ଣ୍ଣ ସମର୍ଥନ କରିଥିବାରୁ ଧନ୍ୟବାଦ ଜଣାଇଛନ୍ତି। ଏହାପରେ ସେ ଜନତାଙ୍କୁ ୯ ମିନିଟ ମାଗିଥିଲେ। ଏହି ଭିଡ଼ିଓ ଜରିଆରେ ପ୍ରଧାନମନ୍ତ୍ରୀ ଜନତାଙ୍କୁ ଆସନ୍ତା ୫ ଏପ୍ରିଲ ରବିବାର ରାତି ୯ଟାରେ ୯ ମିନିଟ ପର‌୍ୟ୍ୟନ୍ତ ନିଜ ଘରର ଲାଇଟ ବନ୍ଦ କରି ଘରର କବାଟ ପାଖରେ କିମ୍ବା ବାଲକୋନୀରେ ଆଲୋକିତ କରିବା ପାଇଁ କହିଛନ୍ତି। ଏହା ଶୁଣିବା ପରେ ନିଶ୍ଚିତ ଆପଣମାନଙ୍କ ମନରେ ପ୍ରଶ୍ନ ଉଠୁଥିବ ୯ମିନିଟ ପର‌୍ୟ୍ୟନ୍ତ ଆପଣ କଣ କରିବେ ଏବଂ କଣ ନୁହେଁ। ତେବେ ଆସନ୍ତୁ ଜାଣିବା ଆପଣଙ୍କ ମନରେ ଉଠୁଥିବା ପ୍ରଶ୍ନର ଉତ୍ତର।

ଆସନ୍ତା ୫ଏପ୍ରିଲ ରାତି ୯ଟାରେ ଆପଣମାନେ ନିଜ ଘରେ ସାମାଜିକ ଦୂରତା ଅବଲମ୍ବନ କରିବା ସହ ୯ମିନିଟ ପର‌୍ୟ୍ୟନ୍ତ ଆଲୋକିତ କରିବେ। ପ୍ରଧାନମନ୍ତ୍ରୀଙ୍କ ସୂଚନା ଅନୁଯାୟୀ ଆମେ ସମସ୍ତେ ମିଶି କରୋନା ସଂକଟର ଅନ୍ଧକାରକୁ ଦୂର କରିବା। ଆସନ୍ତା ରବିବାର ଦିନ ଆମେ ୧୩୦ କୋଟି ଦେଶବାସୀଙ୍କ ମହାଶକ୍ତିର ଜାଗରଣ କରିବା।

modi

କିପରି କରିବେ ଆଲୋକିତ:

ଆସନ୍ତା ୫ତାରିଖ ରାତି ୯ଟାରେ ଆପଣ ନିଜ ଘରର ଲାଇଟ ବନ୍ଦ କରି ଘର କବାଟ ପାଖରେ କିମ୍ବା ବାଲକୋନୀରେ ଛିଡା ହୋଇ ୯ମିନିଟ ପାଇଁ ମହମବତୀ, ଦୀପ, ଟର୍ଚ୍ଚ କିମ୍ବା ମୋବାଇଲର ଫ୍ଲାସଲାଇଟ ଜଳାନ୍ତୁ।

ସୂଚନା ଅନୁଯାୟୀ ପୂର୍ବଥର ପ୍ରଧାନମନ୍ତ୍ରୀ ତାଳି ଏବଂ ଥାଳି ବଜାଇବା ପାଇଁ ନିବେଦନ କରିଥିବା ବେଳେ ଅନେକ ଲୋକମାନେ ଏହାକୁ ସମର୍ଥନ କରିଥିଲେ। ଏହି ପଦକ୍ଷେପ ସେହି ଲୋକମାନଙ୍କ ପାଇଁ ରହିଥିଲା ଯେଉଁମାନେ କରୋନାକୁ ହରାଇବା ପାଇଁ ସଂଘର୍ଷ କରୁଥିଲେ କିନ୍ତୁ ଏଥର ପ୍ରଧାନମନ୍ତ୍ରୀ ପ୍ରତ୍ୟେକ ଦେଶବାସୀଙ୍କ ପାଇଁ ପଦକ୍ଷେପ ନେଇଛନ୍ତି। ଅନେକ ଦିନ ହେଲାଣି ଲୋକମାନେ ନିଜ ଘରେ ବନ୍ଦ ହୋଇରହିଛନ୍ତି। ଏନେଇ ଏପରି ଆଉ କେତେ ଦିନ ଚାଲିବ ସେନେଇ ଲୋକଙ୍କ ମନରେ ଆଶଙ୍କା ରହିଛି। ପ୍ରଧାନମନ୍ତ୍ରୀଙ୍କ ଏଭଳି ପଦକ୍ଷେପର ଉଦେଶ୍ୟ ହେଉଛି ଏହି ଲଢ଼େଇରେ ପୁରା ଦେଶ ତାଙ୍କ ସହ ରହିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.