Below header

କରୋନାରେ ଆକ୍ରାନ୍ତ ଇରାନ ସଂସଦର ବାଚସ୍ପତି ଅଲୀ ଲାରୀଜାନି, ପଜେଟିଭି ରିପୋର୍ଟ ଆସିବା ପରେ ଆଇସୋଲେସନରେ ଭର୍ତ୍ତି

କରୋନା କାୟାରେ ଏବେ ସମଗ୍ର ବିଶ୍ୱ କବଳିତ । ଏପର୍ଯ୍ୟନ୍ତ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୯ ଲକ୍ଷ ପାର କରି ସାରିଲାଣି । ସେହିପରି ଏହି ରୋଗରେ ମୃତ୍ୟୁ ସଂଖ୍ୟା ୫୦ ହଜାର ଡେଇଁ ସାରିଛି । ଏହି ରୋଗରେ କବଳରେ କେବଳ ସାଧାରଣ ଲୋକେ ନୁହଁନ୍ତି ଦୁନିଆର ବହୁ ରାଜନେତା ମାନେ ମଧ୍ୟ ଏଥିରେ ଆକ୍ରାନ୍ତ ହୋଇଛନ୍ତି ।

ମିଳିଥିବା ସୂଚନା ଅନୁସାରେ ଇରାନ ସଂସଦର ବାଚସ୍ପତି ଅଲୀ ଲାରୀଜାନି ଏବେ କରୋନାଗ୍ରସ୍ତ ହୋଇଛନ୍ତି । ତାଙ୍କଠାରେ କରୋନା ପଜିଟିଭି ମିଳିବା ପରେ ତାଙ୍କୁ ଆଇସୋଲେସନ୍‌ରେ ରଖାଯାଇଛି । ଇରାନ୍ ସଂସଦ ଗୁରୁବାର ଦିନ ନିଜ ୱେବସାଇଟ୍‌ରେ ଏହା ସମ୍ପର୍କରେ ସୂଚନା ଦେଇଛି । କରୋନାରେ ସଂକ୍ରମିତ ହୋଇଥିବା ଲାରୀଜାନି ଇରାନ ସରକାରଙ୍କ ପ୍ରଥମ ସର୍ବୋଚ୍ଚ ଅଧିକାରୀ ରହିଛନ୍ତି । ସୂଚନାଯୋଗ୍ୟ, ଏହା ପୂର୍ବରୁ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ ଓ ତାଙ୍କ ସ୍ତ୍ରୀ ସୋଫି ମଧ୍ୟ କରୋନା ପଜେଟିଭି ରହିଥିଲେ । ତାଙ୍କୁ ଆଇସୋଲେସରେ ରଖାଯାଇଛି । ସେହିପରି ବ୍ରିଟେନ୍ ପ୍ରିନ୍ସ ଚାଲର୍ସ ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.