ବିଧାନସଭା ଡିସ୍‌ପେନସାରୀ ଡାକ୍ତର ଲଳିତ ବେହେରାଙ୍କ ଉପରୁ ହଟିଲା ନିଲମ୍ୱନ ଆଦେଶ, ତୃତୀୟ କରୋନା ସଂକ୍ରମଣ ବ୍ୟକ୍ତିଙ୍କ ତଥ୍ୟ ଲୁଚାଇ ହୋଇଥିଲେ ସସପେଣ୍ଡ

ଭୁବନେଶ୍ୱର(କେନ୍ୟୁଜ) : ହଟିଲା ବିଧାନସଭାର ଡିସ୍‌ପେନସାରୀ ଡାକ୍ତର ଲଳିତ ବେହେରାଙ୍କ ଉପରୁ ନିଲମ୍ୱନ ଆଦେଶ । ନିଲମ୍ବନ ଆଦେଶ ଉଠାଇଲେ ରାଜ୍ୟ ସରକାର। ପୁଣି ତାଙ୍କୁ ବିଧାନସଭାର ଡିସ୍‌ପେନସାରୀରେ ମେଡିକାଲ ଅଫିସର ଭାବେ ଅବସ୍ଥାପିତ କଲେ ରାଜ୍ୟସରକାର ।

ପୂର୍ବରୁ ରାଜ୍ୟରେ କରୋନା ସଂକ୍ରମଣର ଶିକାର ହୋଇଥିବା ତୃତୀୟ ରୋଗୀଙ୍କ ସଂସ୍ପର୍ଶରେ ଆସି ତଥ୍ୟ ଲୁଚାଇଥିବା ଅଭିଯୋଗରେ ଡାକ୍ତର ଲଳିତ ବେହେରାଙ୍କୁ ମାର୍ଚ୍ଚ ୨୭ ତାରିଖରେ ରାଜ୍ୟସରକାର ନିଲମ୍ବନ କରିଥିଲେ । ବିଧାନସଭା ସଚିବାଳୟ ପକ୍ଷରୁ ଏନେଇ ସୂଚନା ଦିଆଯିବା ପରେ ସ୍ୱାସ୍ଥ୍ୟ ବିଭାଗ ଶ୍ରୀ ବେହେରାଙ୍କୁ ତତ୍କାଳ ସସପେଣ୍ଡ କରିଥିଲେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.