ଲକ୍‍ଡାଉନ ସମୟରେ ନେବାକୁ ଚାହୁଁଛନ୍ତି ନିଜ ସ୍ୱାସ୍ଥ୍ୟର ଯତ୍ନ, ତେବେ ଆପଣାନ୍ତୁ କଠିନ ବ୍ୟାୟାମ ସହ ସଠିକ୍ ଡାଏଟ୍

ବଡିବିଲଡିଂ କରିବା ପାଇଁ ହେଲେ କଠି ବ୍ୟାୟାମ ସହ ଶରୀରକୁ ଉପଯୁକ୍ତ ପରିମାଣର ଡାଏଟ୍‌ର ମଧ୍ୟ ଆବଶ୍ୟକତା ରହିଛି । ବ୍ୟାୟାମ କରିବା ସହ କେଉଁ ପ୍ରକାର ଖାଦ୍ୟ ଖାଇଲେ ଶରୀର ମାଂସପେଶୀକୁ ଶକ୍ତ କରିବା ସହ ବୃଦ୍ଧି କରାଇବ । କିନ୍ତୁ ଏବେ କରୋନା ମହାମାରୀ ଯୋଗୁଁ ସମଗ୍ର ଭାରତ ବର୍ଷ ଲକ୍‍ଡାଉନ ଘୋଷଣା କରାଯାଇଛି । ଠିକ୍‍ ଏହି ସମୟରେ ଜିମ୍‍ ମଧ୍ୟ ବନ୍ଦ । କିନ୍ତୁ ଯେଉଁମାନେ ପ୍ରତିଦିନ ଜିମ୍‍ ଯାଆନ୍ତି, ସେମାନଙ୍କ ପାଇଁ କିଛି ଅସୁବିଧାର ସାମ୍ନା କରିବାକୁ ପଡିଛି । ନିଜ ସ୍ୱାସ୍ଥ୍ୟର କିପରି ଯତ୍ନ ନେବେ, ଏହା ସହ ଡାଏଟ୍‍କୁ ଠିକ୍‍ ଭାବେ ଫଲୋ କରିବା ଦ୍ୱାରା ଆପଣ ନିଜ ସ୍ୱାସ୍ଥ୍ୟର ଯତ୍ନ ନେଇପାରିବେ । ଏଥିପାଇଁ ଆପଣ ଘରେ ସଠିକ୍‍ ବ୍ୟାୟାମ କରିବା ସହ ଡାଏଟ ମଧ୍ୟ ଫଲୋ କରନ୍ତୁ । ଆସନ୍ତୁ ଜାଣିବା କ’ଣ ଡାଏଟ ଫଲୋ କରିବା…

କ୍ୟାଲୋରୀ ଯୁକ୍ତ ଖାଦ୍ୟ: ଆପଣଙ୍କ ଶରୀର ଓଜନ ଯେତେ ଅଧିକ ବଢିବ ଫ୍ୟାଟ୍‌କୁ କ୍ଷୟ କରିବା ପାଇଁ ସେତେ ଅଧିକ କ୍ୟାଲୋରୀ ଯୁକ୍ତ ଖାଦ୍ୟ ଖାଇବାର ଆବଶ୍ୟକତା ପଡ଼ିବ । ତେଣୁ ଆବଶ୍ୟକ ମୁତାବକ କ୍ୟାଲୋରୀଯୁକ୍ତ ଖାଦ୍ୟ ଖାଆନ୍ତୁ ।

plan

ଠିକ୍ ସମୟରେ ମିଲ୍ ଖାଆନ୍ତୁ: ବଡି ତିଆରି କରିବା ସମୟରେ ଅଧିକ ମିଲ୍ ଖାଇବା କଥା ଚିନ୍ତା କରନ୍ତୁ ନାହିଁ । ଦିନକୁ ୨ରୁ ୩ ଥର ମିଲ୍ ଖାଇବାର ଅଭ୍ୟାସ ରଖନ୍ତୁ । ଏହା ଶରୀରର ମେଟାବୋଲିଜିମ୍ ବୃଦ୍ଧି କରାଏ ଏବଂ ଶରୀରରେ ଫାଟ୍ ଜମାଇବାକୁ ଦିଏ ନାହିଁ ।

ପ୍ରୋଟି୍‌ନଯୁକ୍ତ ଖାଦ୍ୟ ଜରୁରୀ: ମାସଂପେଶୀ ଗଠନ କରିବାରେ ପ୍ରୋଟିନ ବେଶ୍ ସହାୟକ ହୁଏ । ତେଣୁ ପ୍ରୋଟିନ ଯୁକ୍ତ ଖାଦ୍ୟ ଖାଇବା ଏହି ସମୟରେ ଖୁବ୍ ଜରୁରୀ ।

ଡ୍ରିଙ୍କ୍ସ ପ୍ରତି ଧ୍ୟାନ ଦିଅନ୍ତୁ: ମାସଂପେଶୀ ତିଆରି କରିବାରେ ପ୍ରତିଦିନ କେଉଁ ପ୍ରକାରର ଡ୍ରିଙ୍କ୍ସ ପିଉଛନ୍ତି ତାହାର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ।

jym

ଦରକାର ମୁତାବକ କାର୍ବୋହାଇଡ୍ରେଟ୍ ଖାଆନ୍ତୁ: ଶରୀରରେ କାର୍ବୋହାଇଡ୍ରେଟ୍ ଗ୍ଲାଇକୋଜେ୍ ଆକାରରେ ଗଚ୍ଛିତ ହୋଇ ରୁହେ । ପ୍ରତିଦିନ ୨ ରୁ ୩ ଗ୍ରାମ୍ କାର୍ବୋହାଇଡ୍ରେଟ୍ ଯୁକ୍ତ ଖାଦ୍ୟ ଖାଇବା ଜରୁରୀ ।

ସମୟ ଅନୁଯାୟୀ କରିବା: ବଡିବଲଡିଂ ପାଇଁ ଠିକ୍ ସମୟରେ ଖାଦ୍ୟ, ବ୍ୟାୟାମ ଏବଂ ଶୋଇବା ଜରୁରୀ । ଏହା ତୁରନ୍ତ ମାଂସପେଶୀ ଗଠନ କରିବାରେ ସାହାଯ୍ୟ କରେ । କଠିନ ବ୍ୟାୟାମ ପରେ ଶରୀରକୁ ଯଥେଷ୍ଟ ସମୟ ସୁନିଦ୍ରାର ଆବଶ୍ୟକତା ରୁହେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.