Below header

କରୋନା ସହ ଲଢ଼ିବା ପାଇଁ ଭାରତକୁ 1 ବିଲିୟନ ଡଲାରର ଜରୁରିକାଳୀନ ଆର୍ଥିକ ସହାୟତା ମଞ୍ଜୁର କଲା ବିଶ୍ୱ ବ୍ୟାଙ୍କ

ଭାରତକୁ କରୋନା କବଳରୁ ମୁକୁଳାଇବା ପାଇଁ ବିଶ୍ୱ ବ୍ୟାଙ୍କ ଗୁରୁବାର 1 ବିଲିୟନ ଡଲାରର ଜରୁରିକାଳୀନ ଆର୍ଥିକ ସହାୟତା ନିମନ୍ତେ ମଞ୍ଜୁରୀ ପ୍ରଦାନ କରିଛି । ବିଶ୍ୱ ବ୍ୟାଙ୍କର 1.9 ବିଲିୟନ ଡଲାରର ସହାୟତା ପରିଯୋଜନା ପ୍ରଥମ ପର୍ଯ୍ୟାୟରେ 25ଟି ଦେଶକୁ ସାହାଯ୍ୟ କରିବ ଏବଂ 40ରୁ ଅଧିକ ଦେଶରେ ତ୍ୱରିତ ଗତିରେ ଏହି ନୂଆ ଅଭିଯାନ ଆଗକୁ ବଢାଯାଉଛି । ଜରୁରିକାଳୀନ ଆର୍ଥିକ ସହାୟତାର ସବୁଠାରୁ ବଡ ଭାଗ ଭାରତକୁ ଦିଆଯିବ, ଯାହାକି 1 ବିଲିୟନ ଡଲାର ହେବ ।

d

ବିଶ୍ୱ ବ୍ୟାଙ୍କର କାର୍ଯ୍ୟକାରୀ ନିର୍ଦ୍ଦେଶକଙ୍କ ବୋର୍ଡ ସାରା ବିଶ୍ୱର ବିକାଶଶୀଳ ଦେଶଗୁଡିକ ପାଇଁ ଜରୁରିକାଳୀନ ସହାୟତାର ପ୍ରଥମ ପର୍ଯ୍ୟାୟକୁ ମଞ୍ଜୁରୀ ଦେଇଛି । ଏହାପରେ ବିଶ୍ୱ ବ୍ୟାଙ୍କ କହିଛି, ଭାରତକୁ 1 ବିଲିୟନ ଡଲାରର ଆର୍ଥିକ ସହାୟତା ମିଳିଲେ ସ୍କ୍ରିନିଂ, ସଂସ୍ପର୍ଶରେ ଆସିଥିବା ଲୋକଙ୍କ ପତ୍ତା ଲଗାଇବା, ପ୍ରୟୋଗଶାଳା ଯାଞ୍ଚ, ବ୍ୟକ୍ତିଗତ ସୁରକ୍ଷା ଉପକରଣ କିଣିବା ଏବଂ ନୂଆ ପୃଥକ ୱାର୍ଡ ତିଆରି କରିବାରେ ସାହାଯ୍ୟ ମିଳିପାରିବ ।

ଦକ୍ଷିଣ ଏସିଆରେ ବିଶ୍ୱ ବ୍ୟାଙ୍କ ପାକିସ୍ତାନ ପାଇଁ 20 କୋଟି ଡଲାର, ଆଫଗାନିସ୍ତାନ ପାଇଁ 10 କୋଟି ଡଲାର, ମାଳଦ୍ଵୀପ ପାଇଁ 73 ଲକ୍ଷ ଡଲାର ଏବଂ ଶ୍ରୀଲଙ୍କା ପାଇଁ 12.86 କୋଟି ଡଲାରର ସହାୟତାକୁ ମଞ୍ଜୁରୀ ଦେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.