ଯାଜପୁର: ବୈରୀ ପୋଲିସ୍ ଟ୍ରେନିଂ କ୍ୟାମ୍ପ ନିକଟ ଖୋଲା ପଡିଆରୁ ଅଚିହ୍ନା ଯୁବକର ମୃତ ଦେହ ଉଦ୍ଧାର

ଯାଜପୁର (କେନ୍ୟୁଜ): ଯାଜପୁର ଜିଲ୍ଲା ବୈରୀ ପୋଲିସ୍ ଟ୍ରେନିଂ କ୍ୟାମ୍ପ ନିକଟ ଖୋଲା ପଡିଆରୁ ଜଣେ ଯୁବକଙ୍କ ମୃତଦେହକୁ ଉଦ୍ଧାର କରିଛି ପୋଲିସ। ଯୁବକଙ୍କ ପରିଚୟ ମିଳିନଥିବା ବେଳେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି।

jajpur dead

ସୂଚନା ଅନୁଯାୟୀ, ସକାଳ ସମୟରେ ନିୟମିତ ବ୍ୟାୟାମ କରିବାକୁ ଯାଉଥିବା କିଛି ଲୋକ ପଡ଼ିଆରେ ଯୁବକଙ୍କୁ ଏଭଳି ଅବସ୍ଥାରେ ପଡିରହିଥିବା ଦେଖି ପୋଲିସକୁ ଜଣାଇଥିଲେ। ମୃତ ଯୁବକ ଜଣକ ଶରୀରର ସମ୍ମୁଖ ଓ ପଛ ପାର୍ଶ୍ୱର କିଛି ଅଂଶ ପୋଡି ଯାଇଥିବା ଦେଖିବାକୁ ମିଳିଥିଲା। ଯୁବକ ଜଣକ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ବରଣ କରିଥିବା ଅନୁମାନ କରାଯାଉଛି। ବୈରୀ ପୋଲିସ୍ ମୃତଦେହକୁ ଉଦ୍ଧାର କରିବା ସହ ଘଟଣାର ତଦନ୍ତ ଜାରି ରଖିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.