Below header

ଲକଡାଉନରେ ଜନ୍ମ ନେଲେ ଯାଆଁଳା ସନ୍ତାନ, ବାପା-ମା ପୁଅ ନା ରଖିଲେ COVID ଏବଂ ଝିଅ ନା ରଖିଲେ corona

ସାରା ବିଶ୍ଵକୁ କାରୋନା ତାର କାୟା ବିସ୍ତାର କରିସାରିଛି। ମହାମାରୀ କାରୋନା ବା କୋଭିଡ଼-୧୯ ଦୁନିଆକୁ ବସ କରିସାରିଥିବାବେଳେ ଛତିଶଗଡ଼ର ଜଣେ ଦମ୍ପତି କିଛି ଏମିତି କରିଛନ୍ତି ଯାହାକୁ ଜାଣିଲେ ଯିଏ କେହି ବି ଆଶ୍ଚର୍ଯ୍ୟ ହୋଇଯିବେ। କାରୋନା ଭାଇରସ ତାର ସଂକ୍ରମଣ ସହିତ ତାର ନାମ ପାଇଁ ମଧ୍ୟ ବେଶ ପରିଚିତ। ଏହି ସବୁ ମଧ୍ୟରେ ଦମ୍ପତି ନିଜର ନବଜାତ ଯାଆଁଳା ପିଲାଙ୍କ ନାମ କାରୋନା corona ଏବଂ COVID ରଖିଛନ୍ତି। ଏହି ଦୁଇ ଶବ୍ଦ ଏବେ ସାରା ବିଶ୍ୱବାସୀଙ୍କ ମନରେ ଭୟ ଏବଂ ଡର ସୃଷ୍ଟି କରିଦେଇଛି। କିନ୍ତୁ ଏହି ଦମ୍ପତି ଏହି ଭୟଭୀତ କରୁଥିବା ଶବ୍ଦକୁ ସବୁଦିନ ପାଇଁ ଅପଣାଇଛନ୍ତି।

କାରୋନା ଭାଇରସ ପାଇଁ ଲକଡାଉନ ସମୟରେ ଏହି ଦୁଇ ଯାଆଁଳା ସନ୍ତାନଙ୍କ ଜନ୍ମ ହୋଇଥିଲା। ରାୟପୁରର ଏକ ସରକାରୀ ହସ୍ପିଟାଲରେ ଏହି ଦୁଇ ସନ୍ତାନଙ୍କର ଜନ୍ମ ହୋଇଛି।

coronaନବଜାତ ଯାଆଁଳା ଶିଶୁଙ୍କ ମା କହିଛନ୍ତି ଯେ ୨୭ ମାର୍ଚ୍ଚରେ ଆମ ଘରେ ଏକ ପୁତ୍ର ଏବଂ ଏକ କନ୍ୟା ସନ୍ତାନ ଜନ୍ମ ନେଲେ। ସେମାନଙ୍କ ନାମ ଆମେ ଏଥିପାଇଁ କାରୋନା ଆଉ କୋବିଡ଼ ରଖିଛୁ କାହିଁକିନା ସେମାନଙ୍କ ଜନ୍ମବେଳେ ଆମେ ବହୁତ ସମସ୍ୟାକୁ ସାମ୍ନା କରିଛୁ। ମୁଁ ଆଉ ମୋ ସ୍ୱାମୀ ଏହି ଦିନକୁ ସ୍ମରଣୀୟ କରିବାକୁ ଚାହୁଁଥିଲେ।

ସେ ଆହୁରି ମଧ୍ୟ କହିଛନ୍ତି ଏହି ଭାଇରସ ବହୁତ ଖତରନାକ ଏବଂ ଜୀବନନାଶକ ନିଶ୍ଚୟ। କିନ୍ତୁ ଏହାର ପ୍ରକୋପରେ ଲୋକଙ୍କ ଠାରେ ସ୍ୱଚ୍ଛତା ଏବଂ ଅନ୍ୟ ଖରାପ ଅଭ୍ୟାସ ସବୁ ଭଲ ହୋଇଯାଇଛି। ଏଥିପାଇଁ ଆମେ ଏହି ନାମ ରଖିବାକୁ ଚାହିଁଲୁ। ହସ୍ପିଟାଲ କର୍ମଚାରୀ ମାନେ ମଧ୍ୟ ପିଲାଙ୍କୁ କାରୋନା ଆଉ କୋବିଡ଼ ନାମରେ ଡାକୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.