Below header

ଜୁନ ୨୦ ତାରିଖରୁ ମୋଦିଙ୍କ ଆମେରିକା ଗସ୍ତ

ମୋଦିଙ୍କ ଆମେରିକା ଗସ୍ତ ପୂର୍ବରୁ ଡ୍ରୋନ ଡିଲ ପାଇଁ ଭାରତକୁ ରାଜି କରାଇଛି ଆମେରିକା। ଏଥିପାଇଁ ଓ୍ଵାସିଂଟନ୍‌କୁ ବହୁ କଷ୍ଟ କରିବାକୁ ପଡ଼ିଛି। ଆମେରିକା ଠାରୁ ୩୦ଟି MQ9 ସି ଗାର୍ଡିଆନ ଡ୍ରୋନ କିଣିବାକୁ ସହମତି ପ୍ରକାଶ କରିଛି ଭାରତ। ଗତ ୧୫ ତାରିଖରେ ଏଥିପାଇଁ କାମ ହୋଇଥିଲା।

ପ୍ରତିରକ୍ଷା ସଂରଜାମ ଆମଦାନୀ ପାଇଁ ଗଠିତ ଡିଫେନ୍‌ ଆକ୍ୱିଜିସନ କାଉନସିଲ ଏଥିପାଇଁ ସହମତି ପ୍ରକାଶ କରିଥିଲା। ତେବେ ଆମେରିକା ଠାରୁ ଏହି ଡ୍ରୋନ କିଣିବା ନେଇ ଆହୁରି ଅନେକ ପ୍ରକ୍ରିୟା ବାକି ରହିଛି। ଆସନ୍ତା ୨୦ ତାରିଖରୁ ମୋଦିଙ୍କ ଆମେରିକା ଗସ୍ତ। ଏହି ଗସ୍ତକୁ ନେଇ ଆମେରିକା ବେଶ ଉତ୍ସାହିତ ରହିଛି।

ଜୁନ ୨୨ରେ ହ୍ଵାଇଟ୍‌ ହାଉସରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କୁ ସାକ୍ଷାତ କରିବେ ମୋଦି । ଦୁଇ ନେତାଙ୍କ ମଧ୍ୟରେ ଉଚ୍ଚସ୍ତରୀୟ ଦ୍ୱିପାକ୍ଷିକ ଆଲୋଚନା ହେବ। ସେଠାରେ ବାଇଡେନ୍‌ ଦମ୍ପତିଙ୍କ ଆତିଥ୍ୟ ସ୍ୱୀକାର କରିବେ ମୋଦି। ମୋଦିଙ୍କୁ ନୈଶ ଭୋଜନ ପରସିବେ ଜୋ ବାଇଡେନ୍‌ ଓ ଜିଲ୍‌ ବାଇଡେନ। ମୋଦିଙ୍କ ଏହି ଗସ୍ତରୁ ଭାରତକୁ ଭଲ ଫଳାଫଳ ମିଳିବ ବୋଲି କହିଛନ୍ତି ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.