ଆମ ହସ୍ପିଟାଲ ଯୋଜନାର କ୍ୟାପିଟାଲ ହେବ ମଡେଲ ହସ୍ପିଟାଲ, ଚିକିତ୍ସା ସୁବିଧାର ଅନୁଧ୍ୟାନ କଲେ 5T ସଚିବ

ପ୍ରଥମେ ହସ୍ପିଟାଲର ସ୍କେଚ ଦେଖିଲେ । ତାପରେ ପଞ୍ଜିକରଣ କେନ୍ଦ୍ର ଓ ଔଷଧ ବିତରଣ କେନ୍ଦ୍ରର ବ୍ୟବସ୍ଥା ପଚାରି ବୁଝିଲେ । ପରେ ବିଶ୍ରାମ କକ୍ଷରେ ଥିବା ଆମ ହସ୍ପିଟାଲର ମାଷ୍ଟର ପ୍ଲାନ୍‌ ଦେଖିଲେ । ହସ୍ପିଟାଲ ଏ ପ୍ରବେଶ ପଥର ଅନୁଧ୍ୟାନ କରିବା ସହ ବର୍ହିବିଭାଗ, ହୃଦରୋଗ ବିଭାଗରେ କିପରି ଚିକିତ୍ସା ଚାଲିଛି ତାହାର ଅନୁଧ୍ୟାନ କଲେ ।

ଭୁବନେଶ୍ବର(କେନ୍ୟୁଜ୍):   କ୍ୟାପିଟାଲ ହସପିଟାଲ ହେବ ଆମ ହସ୍ପିଟାଲ ଯୋଜନାର ମଡେଲ ହସ୍ପିଟାଲ । ଆଜି କ୍ୟାପିଟାଲ ହସ୍ପିଟାଲ ବୁଲି ଦେଖିଲେ 5T ସଚିବ ଭି କେ ପାଣ୍ଡିଆନ । ହସ୍ପିଟାଲ ପରିସରରେ କିପରି ଚାଲିଛି ରୋଗୀ ଚିକିତ୍ସା ତାହାକୁ ନେଇ କଲେ ଅନୁଧ୍ୟାନ । ପ୍ରଥମେ ହସ୍ପିଟାଲର ସ୍କେଚ ଦେଖିଲେ । ତାପରେ ପଞ୍ଜିକରଣ କେନ୍ଦ୍ର ଓ ଔଷଧ ବିତରଣ କେନ୍ଦ୍ରର ବ୍ୟବସ୍ଥା ପଚାରି ବୁଝିଲେ । ପରେ ବିଶ୍ରାମ କକ୍ଷରେ ଥିବା ଆମ ହସ୍ପିଟାଲର ମାଷ୍ଟର ପ୍ଲାନ୍‌ ଦେଖିଲେ । ହସ୍ପିଟାଲ ଏ ପ୍ରବେଶ ପଥର ଅନୁଧ୍ୟାନ କରିବା ସହ ବର୍ହିବିଭାଗ, ହୃଦରୋଗ ବିଭାଗରେ କିପରି ଚିକିତ୍ସା ଚାଲିଛି ତାହାର ଅନୁଧ୍ୟାନ କଲେ ।

ଅନ୍ୟପଟେ ହୃଦରୋଗ ବିଭାଗରେ ଶୌଚାଳୟ ବ୍ୟବସ୍ଥା କିପରି ରହିଛି ତାହାକୁ ବୁଲି ଦେଖିଛନ୍ତି 5T ସଚିବ । ରୋଗୀ ସେବା ନେଇ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାର ସବିଶେଷ ବିବରଣୀ ପ୍ରଦର୍ଶିତ ହେଉଛି କି ନାହିଁ ତାହାର ମଧ୍ୟ ତଦାରଖ କରିଛନ୍ତି । ସ୍ୱାସ୍ଥ୍ୟ ସଚିବ ସାଲିନି ପଣ୍ଡିତ ହସ୍ପିଟାଲର ରୋଗୀସେବା ବ୍ୟବସ୍ଥା ବିଷୟରେ ଅବଗତ କରାଇଛନ୍ତି । ଆମ ହସ୍ପିଟାଲ ମାଧ୍ୟମରେ କ୍ୟାପିଟାଲ ହସ୍ପିଟାଲକୁ ପରୀକ୍ଷାମୂଳକ ଭାବେ ଉନ୍ନତିମୂଳକ କରାଯାଉଛି । ଏହା ସଫଳ ହେଲେ ରାଜ୍ୟର ୧୪୭ଟି ହସ୍ପିଟାଲକୁ ଆମ ହସ୍ପିଟାଲ ଯୋଜନାରେ ସାମିଲ କରାଯିବ । ଏହାକୁ ପାଇଲଟ ଯୋଜନା ଭାବେ ଗ୍ରହଣ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.