ରଥଯାତ୍ରା ପାଇଁମୁତୟନ ରହିବେ ୧୭୦ ପ୍ଲାଟୁନ୍‌ ଫୋର୍ସ, ହେବ ସ୍ୱତନ୍ତ୍ର ଟ୍ରାଫିକ ମୋବିଲିଟି ପ୍ଲାନ୍‌

ଆଜି ପୁରୀ ଯାଇ ରଥଯାତ୍ରାରେ ଆଜି ନିୟୋଜିତ ହେବାକୁ ଥିବା ପୋଲିସ ଅଧିକାରୀଙ୍କୁ ବ୍ରିଫି କରିଛନ୍ତି ପୋଲିସ ଡିଜି ସୁନୀଲ ବଂଶଲ । ରଥଯାତ୍ରାକୁ ସୁରୁଖୁରୁରେ ଶେଷ କରିବା ଉପରେ ପୋଲିସ ପ୍ରଶାସନର ଗୁରୁଦାୟିତ୍ୱ ରହିଛି ।

ପୁରୀ(କେନ୍ୟୁଜ୍): ପୁରୀର ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା । ମୁତୟନ ରହିବେ ୧୭୦ ପ୍ଲାଟୁନ୍‌ ଫୋର୍ସ । ଜନଗହଳି ନିୟନ୍ତ୍ରଣ, ରଥଟଣା, ଟ୍ରାଫିକ ସୁପରିଚାଳନା ଓ ଭିଭିଆଇପିଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି । ଆଜି ପୁରୀ ଯାଇ ରଥଯାତ୍ରାରେ ଆଜି ନିୟୋଜିତ ହେବାକୁ ଥିବା ପୋଲିସ ଅଧିକାରୀଙ୍କୁ ବ୍ରିଫି କରିଛନ୍ତି ପୋଲିସ ଡିଜି ସୁନୀଲ ବଂଶଲ । ରଥଯାତ୍ରାକୁ ସୁରୁଖୁରୁରେ ଶେଷ କରିବା ଉପରେ ପୋଲିସ ପ୍ରଶାସନର ଗୁରୁଦାୟିତ୍ୱ ରହିଛି । ରଥଯାତ୍ରା ପାଇଁ ହେବ ସ୍ୱତନ୍ତ୍ର ଟ୍ରାଫିକ ମୋବିଲିଟି ପ୍ଲାନ୍‌ । ସହର ଭିତରେ ଦୁଇଟି ଓ ସହର ବାହାରେ ଗୋଟିଏ ଏଭଳି ତିନି ଭାଗରେ ଟ୍ରାଫିକ ପରିଚାଳନା କରାଯିବ ।

ସହରକୁ ୧୪ଟି ଜୋନ୍‌ ଓ ୨୯ ସେକ୍ଟରରେ ବିଭକ୍ତ କରାଯାଇଛି । ରଥଯାତ୍ରାରେ ନିୟୋଜିତ ହେବାକୁ ଥିବା ସମସ୍ତ ଅଧିକାରୀ ମାନସିକ ଭାବରେ ସୁଦୃଢ ଅଛନ୍ତି । ଶୃଙ୍ଖଳିତ ଦର୍ଶନ, ସୁରକ୍ଷା ଓ ସେବାକୁ ପ୍ରାଥମିକତା ଦିଆଯାଇଛି । ବିଶ୍ଵପ୍ରସିଦ୍ଧ ରଥଯାତ୍ରା ପାଇଁ ସିସିଟିଭି କ୍ୟାମେରା ଓ କଣ୍ଟ୍ରୋଲ ରୁମ୍‌ ମାଧ୍ୟମରେ ତୀକ୍ଷ୍ଣ ନଜର ରଖାଯିବ । ମୁଖ୍ୟ କଣ୍ଟ୍ରୋଲ ରୁମ୍‌ ସହ ୧୭ଟି କଣ୍ଟ୍ରୋଲ ରୁମ୍‌ କାର୍ଯ୍ୟ କରିବ । ଶ୍ରଦ୍ଧାଳୁଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଆଯିବା ସହ ଶୃଙ୍ଖଳିତ ରଥଯାତ୍ରା ସମାପନ ଉପରେ ଗୁରୁତ୍ୱ ଦେଇଛି ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.