କଂଗ୍ରେସରେ ଯୋଗ ଦେବା ଅପେକ୍ଷା କୂଅକୁ ଡେଇଁ ମରିବା ଭଲ : ନିତିନ ଗଡକରୀ

କେନ୍ଦ୍ର ମନ୍ତ୍ରୀ ନିତିନ ଗଡକରୀ ଜଣେ ନେତାଙ୍କ ଉକ୍ତିକୁ ମନେ ପକାଇ କହିଛନ୍ତି , ‘ମୋତେ ଜଣେ ନେତା କଂଗ୍ରେସରେ ଯୋଗ ଦେବାକୁ କହିଥିଲେ, ହେଲେ ତାଙ୍କୁ ମୁଁ କହିଥିଲି, ମୁଁ କୂଅକୁ ଡେଇଁ ମରିବାକୁ ପସନ୍ଦ କରିବି କିନ୍ତୁ କଂଗ୍ରେସରେ ଯୋଗ ଦେବାକୁ ପସନ୍ଦ କରିବି ନାହିଁ ’ ।

ବିଜେପି ବରିଷ୍ଠ ନେତା ତଥା କେନ୍ଦ୍ର ମନ୍ତ୍ରୀ ନିତିନ ଗଡକରୀଙ୍କ ଟିପ୍ପଣୀ ଏବେ ବେଶ ଚର୍ଚ୍ଚାର ବିଷୟ ହୋଇଛି । ସେ ଜଣେ ନେତାଙ୍କ ଉକ୍ତିକୁ ମନେ ପକାଇ କହିଛନ୍ତି , ‘ମୋତେ ଜଣେ ନେତା କଂଗ୍ରେସରେ ଯୋଗ ଦେବାକୁ କହିଥିଲେ, ହେଲେ ତାଙ୍କୁ ମୁଁ କହିଥିଲି, ମୁଁ କୂଅକୁ ଡେଇଁ ମରିବାକୁ ପସନ୍ଦ କରିବି କିନ୍ତୁ କଂଗ୍ରେସରେ ଯୋଗ ଦେବାକୁ ପସନ୍ଦ କରିବି ନାହିଁ ’ । ଶ୍ରୀ ଗଡକରି କହିଥିଲେ ବିଜେପି ମାତ୍ର ୯ ବର୍ଷ ଶାସନ କାଳ ମଧ୍ୟରେ କଂଗ୍ରେସର ୬୦ ବର୍ଷର ଶାସନ ତୁଳନାରେ ୨ ଗୁଣ କାମ କରିଛି ।

ନିକଟରେ ନରେନ୍ଦ୍ର ମୋଦି ସରକାରଙ୍କ ୯ ବର୍ଷ ସମାପ୍ତି ଅବସରରେ ମହାରାଷ୍ଟ୍ରରେ ଏକ ସଭାକୁ ସମ୍ବୋଧନ କରି ଶ୍ରୀ ଗଡକରୀ କହିଥିଲେ, ମୋତେ ଥରେ ଦିବଗଂତ କଂଗ୍ରେସ ନେତା ଶ୍ରୀକାନ୍ତ ଜିଚକର କଂଗ୍ରେସରେ ଯୋଗ ଦେବାକୁ କହିଥିଲେ ।

ସେ ମୋତେ କହିଥିଲେ, ‘ଆପଣ ଜଣେ ଭଲ କାର୍ଯ୍ୟକର୍ତ୍ତା ଓ ନେତା, ଯଦି ଆପଣ କଂଗ୍ରେସରେ ଯୋଗ ଦିଅନ୍ତି,ଆପଣଙ୍କ ଭବିଷ୍ୟତ ଉଜ୍ଜଳ ହେବ ’ । ତାଙ୍କ ଉତ୍ତରରେ ମୁଁ କହିଥିଲି ‘କଂଗ୍ରେସରେ ଯୋଗ ଦେବା ଅପେକ୍ଷା କୂଅକୁ ଡେଇଁ ମରିବା ଭଲ ହେବ । ମୋତେ ବିଜେପି ବିଚାରଧାରା ଉପରେ ଭରଷା ଅଛି ଓ ମୁଁ ତାଙ୍କ ପାଇଁ କାମ କରିବି ’ ।

ଗଡ଼କରୀ ଭାରତକୁ ଆର୍ଥିକ ମହାଶକ୍ତି ବନାଇବା ପାଇଁ ମୋଦିଜୀଙ୍କୁ ପ୍ରଶଂସା କରିଥିଲେ । ୨୦୨୪ ଶେଷ ମଧ୍ୟରେ ଉତ୍ତର ପ୍ରଦେଶ ସଡ଼କ ଆମେରିକା ଭଳି େ ହାଇଯିବ ବୋଲି ଶ୍ରୀ ଗଡକରୀ କହିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.