୨୦୨୩ ରେ ୬୫୦୦ କୋଟିପତି ଛାଡି ପାରନ୍ତି ଭାରତ, ଜାଣନ୍ତୁ, କେଉଁ ଦେଶକୁ ହେବ ଲାଭ

୨୦୨୩ ରେ ପ୍ରାୟ ୬,୫୦୦ ‘ସୁପର ରିଚ’ ବା କୋଟିପତି ବ୍ୟକ୍ତି ଭାରତ ଛାଡ଼ି ପାରନ୍ତି । ୧୦ ଲକ୍ଷ ଡଲାର ବା ୮.୨ କୋଟି ଟଙ୍କା ଥିବା ଏହି କୋଟିପତି ବ୍ୟକ୍ତି ଚୀନ ପରେ ଭାରତରେ ଅଧିକ ଅଛନ୍ତି ବୋଲି ହେନେଲ ଆଣ୍ଡ ପାଟନର୍ସ ରିପୋର୍ଟରୁ ଜଣାପଡିଛି ।

ନୂଆଦିଲ୍ଲୀ : ୨୦୨୩ ରେ ପ୍ରାୟ ୬,୫୦୦ ‘ସୁପର ରିଚ’ ବା କୋଟିପତି ବ୍ୟକ୍ତି ଭାରତ ଛାଡ଼ି ପାରନ୍ତି । ୧୦ ଲକ୍ଷ ଡଲାର ବା ୮.୨ କୋଟି ଟଙ୍କା ଥିବା ଏହି କୋଟିପତି ବ୍ୟକ୍ତି ଚୀନ ପରେ ଭାରତରେ ଅଧିକ ଅଛନ୍ତି ବୋଲି ହେନେଲ ଆଣ୍ଡ ପାଟନର୍ସ ରିପୋର୍ଟରୁ ଜଣାପଡିଛି । ଗତବର୍ଷ ଅର୍ଥାତ ୨୦୨୨ ରେ ୭,୫୦୦ କୋଟିପତି ଭାରତ ଛାଡିଥିଲେ । ହେଲେ ଏତେ କୋଟିପତି ଭାରତ ଛାଡୁଛନ୍ତି କାହିଁକି ? ସେମାନେ କୁଆଡେ ଯାଉଛନ୍ତି ।

ଏହାର କାରଣ ସମ୍ପର୍କରେ କୁହାଯାଇଛି, ଭାରତର ଟ୍ୟାକ୍ସ ସିଷ୍ଟମ, ବାହାରକୁ ଟଙ୍କା ପଠାଇବାର କଡା ନିୟମ ଓ ଅନ୍ୟ କିଛି କାରଣ ଯୋଗୁ ଭାରତୀୟ ଦେଶ ଛାଡୁଛନ୍ତି । ଧନୀ ଲୋକେ ଦେଶ ଛାଡ଼ି ଯିବା ଦେଶର ଆର୍ଥିକ ଦୃଷ୍ଟି କୋଣରୁ ହାନିକାରକ ହୋଇପାରେ ।

ସବୁଠୁ ଅଧିକ କ୍ଷତି ହେବ ଚୀନ ପାଇଁ । କାରଣ ଚୀନରୁ ବିଦେଶ ଯିବାରେ ଚୀନର ୧୩,୫୦୦ ଏଚଏନଆଇ (ହାଇ ନେଟଓ୍ଵର୍ଥ ଇଣ୍ଡିଭିଜୁଆଲ) କ୍ଷତି ହେବ । ସେହିପରି ବ୍ରିଟେନର ୩,୨୦୦ ଓ ରୁଷର ୩,୦୦୦ ଏଚଏନଆଇ କ୍ଷତି ହେବ ।

ନିଜ ଦେଶ ଛାଡି କୁଆଡେ ଯିବେ ଭାରତୀୟ

ଫର୍ଷ୍ଟରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ ଦେଶ ଛାଡୁଥିବା ଅଧିକାଂଶ ଭାରତୀୟ କୋଟିପତି ଦୁବାଇ ଓ ସଂଗାପୁର ଯାଇ ପାରନ୍ତି । ଦୁବାଇର ‘ଗୋଲଡେନ ଭିଜା ପ୍ରୋଗ୍ରାମ’ ଓ ସେଠାକାର ଟ୍ୟାକ୍ସ ଆଇନ ଭାରତୀୟଙ୍କ ପସନ୍ଦ । ଫୋର୍ବସ ରିପୋର୍ଟ ଅନୁଯାୟୀ ଏପର୍ଯ୍ୟନ୍ତ ପର୍ତ୍ତୁଗାଲ ଭାରତୀୟ ଧନୀ ଲୋକଙ୍କ ପାଇଁ ଲୋକପ୍ରିୟ ଥିଲା । କରୋନା ପୂର୍ବରୁ କୋଟିପତିଙ୍କ ପାଇଁ ସବୁଠୁ ପସନ୍ଦର ଦେଶ ଆମେରିକା ଥିଲା ।

ଭାରତ ପାଇଁ କ’ଣ ଏହା କ୍ଷତିକାରକ ହେବ କି ?

ଏକ ରିପୋର୍ଟ ଅନୁଯାୟୀ ଏହ ଭାରତ ପାଇଁ ଚିନ୍ତାଜନକ ନୁହେଁ, କାରଣ ଭାରତ ପ୍ରବାସନ ତୁଳନାରେ ବହୁ ଅଧିକ କୋଟିପତି ସୃଷ୍ଟି କରିଥାଏ । ୨୦୨୧ ରେ ଲୋକସଭାରେ ଆଗତ ହୋଇଥିବା ତଥ୍ୟ ଅନୁସାରେ ୨୦୧୫ ରୁ ୨୦୨୧ ମଧ୍ୟରେ ୮,୮୧,୨୫୪ ଭାରତୀୟ ବିଭିନ୍ନ କାରଣରୁ ଦେଶ ଛାଡିଛନ୍ତି ।

ଏହା ମଧ୍ୟରେ ମହିଳା ଓ ପିଲାଙ୍କ ପାଇଁ ସୁରକ୍ଷା, ଜୀବନ ଶୈଳୀ, ଭଲ ଜଳବାୟୁ, କମ ପ୍ରଦୂଷଣ, ପ୍ରକୃତି, ପିଲାଙ୍କ ପାଇଁ ଭଲ ଶିକ୍ଷା, କାମ ଓ ଭଲ ବେପାର ଆଦି କାରଣ ରହିଥିବା ଜଣାଯାଇଛି । ସବୁଠାରୁ ବଡ଼ କଥା ହେଲା ଭାରତରେ ପଢ଼ିଥିବା ଲୋକ ସର୍ବାଧିକ ପ୍ରବାସରେ ରହିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.