Below header

ଆକାଶରୁ ଖସିଲା ମୃତ୍ୟୁ: ବଜ୍ରପାତରେ ୩ ଜଣଙ୍କ ଗଲା ଜୀବନ

ଗଁଦିଆ ବ୍ଲକ ଦେଓଗାଁର ଜଣଙ୍କ ମୃତ୍ୟୁ ହୋଇଛି, ଅନ୍ୟ ୪ ଜଣ ଆହତ ହୋଇଛନ୍ତି । ଗୁରୁତରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ମୃତକ ହେଲେ ନଢ଼ଣପୁର ଗାଁର ପ୍ରକାଶ ବେହେରା ଓ ଶଙ୍କର୍ଷଣ ବେହେରା, ଦେଓଗାଁ ଡାଗରାପଲ୍ଲି ଗାଁର ଜଗତ ଦେହୁରୀ ।

ଢେଙ୍କାନାଳ (କେନ୍ୟୁଜ୍):  ଢେଙ୍କାନାଳରେ ଅଘଟଣ । ବଜ୍ରପାତରେ ୩ ଜଣଙ୍କ ଜୀବନ ଯାଇଛି । ୪ ଗୁରୁତର ଆହତ ହୋଇଛନ୍ତି । ସଦର ବ୍ଲକ ନଢ଼ଣପୁର ଗାଁର ୨ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ଗଁଦିଆ ବ୍ଲକ ଦେଓଗାଁର ଜଣଙ୍କ ମୃତ୍ୟୁ ହୋଇଛି, ଅନ୍ୟ ୪ ଜଣ ଆହତ ହୋଇଛନ୍ତି । ଗୁରୁତରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ମୃତକ ହେଲେ ନଢ଼ଣପୁର ଗାଁର ପ୍ରକାଶ ବେହେରା ଓ ଶଙ୍କର୍ଷଣ ବେହେରା, ଦେଓଗାଁ ଡାଗରାପଲ୍ଲି ଗାଁର ଜଗତ ଦେହୁରୀ । ଜିଲ୍ଲାରେ କାଳବୈଶାଖୀ ପ୍ରଭାବରେ ପ୍ରବଳ ପବନ ବହିବା ସହ ଘଡ଼ଘଡ଼ି ସହ ବର୍ଷା ହୋଇଛି । ବିଭିନ୍ନ ସ୍ଥାନରେ ବଡ଼ ବଡ ଗଛ ଉପୁଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.