Below header

ସାମନାକୁ ଆସିଲା ଡିଜେ ଆଜେକ୍ସଙ୍କ ସୁଇସାଉଡ୍‌ ପୂର୍ବର ଶେଷ ଭିଡିଓ

ଭିଡିଓରେ ପ୍ରବଳ କାନ୍ଦୁଥିଲେ ଆଜେକ୍ସ । ଭୋ ଭୋ ହୋଇ କାନ୍ଦୁଥିଲେ । କୋହ ସମ୍ଭାଳି ପାରୁ ନଥିଲେ । ଆଉ ବଞ୍ଚିବିନି, ମରିଯିବି ବୋଲି ବାରମ୍ବାର କହୁଥିଲେ ଆଜେକ୍ସ । ଗତ ମାର୍ଚ୍ଚ ମାସରେ ଡିଜେ ଆଜେକ୍ସଙ୍କ ଝୁଲନ୍ତା ମୃତଦେହ ତାଙ୍କ ଘର ଭିତରୁ ଉଦ୍ଧାର ହୋଇଥିଲା ।

କେନ୍ୟୁଜ୍(ବ୍ୟୁରୋ): ପୁଣି ଚର୍ଚ୍ଚାକୁ ଫେରିଲା ଡିଜେ ଆଜେକ୍ସଙ୍କ ମୃତ୍ୟୁ ଘଟଣା । ସାମନାକୁ ଆସିଲା ସୁଇସାଉଡ୍‌ ପୂର୍ବର ଶେଷ ଭିଡିଓ । ମୃତ୍ୟୁର ଠିକ୍‌ ପୂର୍ବରୁ ସେ ଏହି ଭିଡିଓ କରିଥିବା କୁହାଯାଉଛି । ଭିଡିଓରେ ପ୍ରବଳ କାନ୍ଦୁଥିଲେ ଆଜେକ୍ସ । ଭୋ ଭୋ ହୋଇ କାନ୍ଦୁଥିଲେ । କୋହ ସମ୍ଭାଳି ପାରୁ ନଥିଲେ । ଆଉ ବଞ୍ଚିବିନି, ମରିଯିବି ବୋଲି ବାରମ୍ବାର କହୁଥିଲେ ଆଜେକ୍ସ । ଗତ ମାର୍ଚ୍ଚ ମାସରେ ଡିଜେ ଆଜେକ୍ସଙ୍କ ଝୁଲନ୍ତା ମୃତଦେହ ତାଙ୍କ ଘର ଭିତରୁ ଉଦ୍ଧାର ହୋଇଥିଲା । ପ୍ରେମ ପ୍ରତାରଣାକୁ ନେଇ ସେ ଆତ୍ମହତ୍ୟା କରିଥିବା ଅଭିଯୋଗ କରିଥିଲେ ପରିବାର ଲୋକ । ଥାନାରେ ଏତଲା ବି ହୋଇଥିଲା । ତାଙ୍କ ପ୍ରେମିକାଙ୍କ ନାଁରେ ଏତଲା ଦେଇଥିଲେ ପରିବାର ଲୋକ ।

ବର୍ତ୍ତମାନ ମାମଲା କୋର୍ଟରେ ବିଚାରଧୀନ ରହିଛି । ମୃତ୍ୟୁର ତିନି ମାସ ପରେ ଡିଜେ ଆଜେକ୍ସଙ୍କ ଶେଷ ଭିଡିଓକୁ ନେଇ ପୁଣି ଥରେ ଆରମ୍ଭ ହୋଇଛି ତନାଘନା । ପ୍ରେମରେ ବିଚ୍ଛେଦ ପରେ ଜୀବନ ହାରୁଛନ୍ତି ଯୁବପୀଢ଼ି । ନିଜ ପରିବାର, ବାପା ମାଆଙ୍କ କଥା ଭାବୁ ନାହାନ୍ତି । ପ୍ରଶ୍ନ ଉଠୁଛି, ପ୍ରେମିକା ପ୍ରତାରଣା କଲେ କଣ ସେଇଠି ଜୀବନ ସରିଗଲା । ମନସ୍ତତ୍ତ୍ୱବିତ୍‌ଙ୍କ ମତରେ, ଅବସାଦ ଥିଲେ ବାପା ମାଆ କି ସାଙ୍ଗସାଥୀଙ୍କ ସହ ସେୟାର କରନ୍ତୁ । ଆତ୍ମହତ୍ୟା ଏକ ମାଧ୍ୟମ ନୁହେଁ କି ସମାଧାନ ନୁହେଁ । ପ୍ରେମରେ ବିଫଳ ହେଲେ ଭାବପ୍ରବଣ ହୋଇ କିଛି ଭୁଲ ନିଷ୍ପତ୍ତି ନିଅନ୍ତୁ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.