କ୍ରିକେଟ୍‌ ଇତିହାସର ବିରଳ ଘଟଣା : ୬ ବଲରେ ୬ ଓ୍ଵିକେଟ୍‌ ନେଇଛନ୍ତି ଏଇ ବୋଲର

କ୍ରୀଡ଼ାପ୍ରେମୀ କ୍ରିକେଟ୍‌୍‌ରେ ୬ଟି ବଲ୍‌୍‌ରେ ୬ଟି ଛକା ମାଡ଼ ଦେଖିଥିବେ କିମ୍ବା ଶୁଣିଥିବେ ତେବେ ୬ଟି ବଲ୍‌୍‌ରେ ୬ ଓ୍ଵିକେଟ୍‌ ନିଶ୍ଚୟ ବିରଳ ଘଟଣା ।

କ୍ରୀଡ଼ାପ୍ରେମୀ କ୍ରିକେଟ୍‌୍‌ରେ ୬ଟି ବଲ୍‌୍‌ରେ ୬ଟି ଛକା ମାଡ଼ ଦେଖିଥିବେ କିମ୍ବା ଶୁଣିଥିବେ ତେବେ ୬ଟି ବଲ୍‌୍‌ରେ ୬ ଓ୍ଵିକେଟ୍‌ ନିଶ୍ଚୟ ବିରଳ ଘଟଣା । ଇଏ ତ ସବୁ ବୋଲରଙ୍କ ସ୍ୱପ୍ନ ନିଶ୍ଚୟ ଥିବ କି ଛଅ ବଲ୍‌୍‌ରେ ଛଅ ଓ୍ଵିକେଟ୍‌ ମିଳନ୍ତା କି ? ହେଲେ ଏଭଳି ଚମତ୍କାରିତା କରି ଦେଖାଇଛନ୍ତି ଅଷ୍ଟ୍ରେଲିଆର ଜଣେ ବୋଲର୍‌ । ଆଲେଡ୍‌ କ୍ୟାରୀ ନାମକ ଏହି ଅଷ୍ଟ୍ରେଲିଆ ବୋଲର ଏଭଳି କମାଲ କରିଛନ୍ତି । ଗୋଟିଏ ଘରୋଇ ଟୁର୍ଣ୍ଣାମେଣ୍ଟରେ କ୍ୟାରି ୬ଟି ବଲ୍‌୍‌ରେ ୬ ଓ୍ଵିକେଟ୍‌ ଦଖଲ କରିଥିଲେ ।

ଇଏ ଘଟଣା ହେଉଛି ୨୦୧୭ର । ଏକ କ୍ଲବ୍‌ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟରେ କ୍ୟାରୀ ନିଜର ପ୍ରଥମ ୮ ଓଭରରେ କୌଣସି ଓ୍ଵିକେଟ୍‌ ନେଇ ପାରିନଥିଲେ । ହେଲେ ନବମ ଓଭରର ପ୍ରତି ବଲ୍‌ରେ ବ୍ୟାଟରମାନଙ୍କୁ ଆଉଟ୍‌ କରି ଚାଲିଲେ । ଭିକଟୋରିଆରେ ଖେଳା ଯାଇଥିବା ଏହି ମ୍ୟାଚ୍‌ରେ ସେ ଗୋଲଡେନ୍‌ ପଏଣ୍ଟ କ୍ଲବ୍‌ ପକ୍ଷରୁ ଇଷ୍ଟବାଲାରାଟ କ୍ଲବ୍‌ ବିପକ୍ଷରେ ବୋଲିଂ କରିଥିଲେ । ତାଙ୍କ ପ୍ରଥମ ବଲ୍‌୍‌ରେ ବ୍ୟାଟର ଜଣକ ସ୍ଲିପ୍‌୍‌ରେ କ୍ୟାଚ୍‌ ଆଉଟ୍‌ ହୋଇଥିଲେ । ଦ୍ୱିତୀୟ ବ୍ୟାଟର ଓ୍ଵିକେଟ୍‌ ପଛରେ ଏବଂ ତୃତୀୟ ବ୍ୟାଟର ଏଲ୍‌ବିଡବଲ୍ୟୁ ଆଉଟ୍‌ ହୋଇଥିଲେ । ପରବର୍ତ୍ତୀ ତିନି ଜଣ କ୍ଲିନ୍‌ ବୋଲଡ୍‌ ହୋଇଥିଲେ । କ୍ୟାରୀ ଗୋଟିଏ ଓଭରରେ ‘ଡବଲ୍‌ ହ୍ୟାଟ୍ରିକ୍‌’ ଅର୍ଜନ କରିଥିଲେ ।

SCOREBOARD

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.